Advertisment

୨୬ରେ ରାଜଧାନୀରେ ହେବ ଶିକ୍ଷକଙ୍କ ମହାସମାବେଶ

କେନ୍ଦ୍ରୀୟ ହାରରେ ବେତନ, ଠିକା ନିଯୁକ୍ତି ଉଚ୍ଛେଦ ଓ ପୁରୁଣା ପେନ୍‌ସନ ବ୍ୟବସ୍ଥା ଲାଗୁ ଦାବି ଦେଇ ଶିକ୍ଷକମାନେ ଆନ୍ଦୋଳନ କରୁଛନ୍ତି। ଆନ୍ଦୋଳନ ୧୩ ଦିନରେ ପହଞ୍ଚିଲାଣି।

ଅଦ୍ୟତନ ହୋଇଛି
undefined

Teacher

Advertisment

ଆହୁରି ତେଜିବ ପ୍ରାଥମିକ ଶିକ୍ଷକ ଆନ୍ଦୋଳନ। ଭୁବନେଶ୍ୱରରେ ମହାସମାବେଶ କରିବ ଶିକ୍ଷକ ସଂଘ। ଆଜି ଏନେଇ ସୂଚନା ଦେଇଛନ୍ତି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା। ଆସନ୍ତା ୨୬ ତାରିଖରେ ରାଜଧାନୀରେ ହେବ ଶିକ୍ଷକଙ୍କ ମହା ସମାବେଶ। ଏଥିରେ ହଜାର ହଜାର ଶିକ୍ଷକ ଓ ଶିକ୍ଷୟିତ୍ରୀ ସାମିଲ ହେବେ। ଦାବି ପୂରଣ ନହେବା ଯାଏଁ ସବୁ ବିଇଓ ଅଫିସ୍‌ ଆଗରେ ଆନ୍ଦୋଳନ ଜାରି ରହିବ। ଏବେ ୯ଟି ଶିକ୍ଷକ ସଂଘ ଆନ୍ଦୋଳନରେ ସାମିଲ ରହିଛନ୍ତି ବୋଲି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି।

Advertisment

କେନ୍ଦ୍ରୀୟ ହାରରେ ବେତନ, ଠିକା ନିଯୁକ୍ତି ଉଚ୍ଛେଦ ଓ ପୁରୁଣା ପେନ୍‌ସନ ବ୍ୟବସ୍ଥା ଲାଗୁ ଦାବି ଦେଇ ଶିକ୍ଷକମାନେ ଆନ୍ଦୋଳନ କରୁଛନ୍ତି। ଆନ୍ଦୋଳନ ୧୩ ଦିନରେ ପହଞ୍ଚିଲାଣି। ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଆନ୍ଦୋଳନରେ ସାମିଲ ହୋଇଥିବାରୁ ସ୍କୁଲରେ ପାଠଳ ପଢ଼ା ଏକ ରକମର ଠପ୍‌ ହୋଇଯାଇଛି। ଅନେକ ସ୍କୁଲରେ ଏବେ ତାଲା ଝୁଲୁଛି। ଆଉ ଯେଉଁ ସ୍କୁଲ ଖୋଲା ରହିଛି, ସେଠାରେ ପାଠ ପଢ଼ା ହେଉନି। ପିଲାମାନେ ସ୍କୁଲ ଯାଉଛନ୍ତି, ହେଲେ ସେମାନେ କେବଳ ମଧ୍ୟାହ୍ନ ଭୋଜନ ଖାଇ ପଳାଇ ଆସୁଛନ୍ତି। ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ଦାବି ପୂରଣ କରିବା ପରିବର୍ତ୍ତେ ରାଜ୍ୟ ସରକାର ଶିକ୍ଷକ ସଂଘରେ ଫାଟ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି। ଆନ୍ଦୋଳନରେ ସାମିଲ ଥିବା ଦୁଇଟି ଶିକ୍ଷକ ସଂଘ ହଠାତ୍‌ ଦୂରେଇ ଯାଇଥିବାରୁ ଏପରି ସନ୍ଦେହ ଉଙ୍କି ମାରୁଛି। ସେପଟେ ଆଜି ପ୍ରଥମ ଥର ପାଇଁ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡି। ଗଣମାଧ୍ୟମକୁ ସେ କହିଛନ୍ତି, ଗଣତାନ୍ତ୍ରିକ ଦେଶରେ ଆନ୍ଦୋଳନ କରିବା ସମସ୍ତଙ୍କ ଅଧିକାର ଅଛି। କିନ୍ତୁ ନିଜ ଦାବି ପୂରଣ ପାଇଁ ଅନ୍ୟର ହକ ଛଡ଼େଇ ନେବା ଅନୁଚିତ ବୋଲି ସେ କହିଛନ୍ତି।

Advertisment
Odisha Teacher
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe