Advertisment

OSSC ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି! ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ଆଣିଲେ ଛାତ୍ର

ବାଲେଶ୍ୱରର ଗୋପାଳ ଗାଁ ପରୀକ୍ଷା କେନ୍ଦ୍ରରେ ସମୟ ପୂର୍ବରୁ ପ୍ରଶ୍ନପତ୍ର ସିଲ୍‌ ଖୋଲି ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Tension Situation

Tension Situation

Advertisment

ଆଜି OSSC ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷା ହୋଇଥିବା ବେଳେ ସାଂଘାତିକ ତ୍ରୁଟି ହୋଇଥିବା ଅଭିଯୋଗ ଆସିଛି। ବାଲେଶ୍ୱରର ଗୋପାଳ ଗାଁ ପରୀକ୍ଷା କେନ୍ଦ୍ରରେ ସମୟ ପୂର୍ବରୁ ପ୍ରଶ୍ନପତ୍ର ସିଲ୍‌ ଖୋଲି ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କରିଥିବା ପରୀକ୍ଷାର୍ଥୀଙ୍କୁ କର୍ତ୍ତୃପକ୍ଷ ଅଟକ ରଖିବାରୁ ସେ ପରୀକ୍ଷା ଦେବାକୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି।

Advertisment

ଆଜି ସମଗ୍ର ରାଜ୍ୟରେ OSSC ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷା ଅନୁଷ୍ଠତ ହୋଇଛି। ଏହି ପରୀକ୍ଷା ପାଇଁ ପୂର୍ବାହ୍ନ ସାଢେ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରଣ କରାଯାଇଥିଲା। ପରୀକ୍ଷା ହଲ୍‌ ମଧ୍ୟରେ ପ୍ରଶ୍ନପତ୍ର ସିଲ୍‌ ଖୋଲାଯିବା ନିୟମ ଥିବା ବେଳେ ବାଲେଶ୍ୱରର ଗୋପାଳ ଗାଁ ପରୀକ୍ଷା କେନ୍ଦ୍ରରୁ ଆସିଛି ସାଂଘାତିକ ଅଭିଯୋଗ । ପରୀକ୍ଷା ଆରମ୍ଭର ବହୁ ପୂର୍ବରୁ ସିଲ୍‌ ଖୋଲାଯାଇ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି।

ଗୌରହରି ସାହୁ ନାମକ ପରୀକ୍ଷାର୍ଥୀ କରିଥିବା ଅଭିଯୋଗ ଅନୁଯାୟୀ, ପରୀକ୍ଷା ହଲ୍‌ରେ ବସିତିବା ସମୟରେ ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଦେଖିବାକୁ ପାଇଲୁ। ଏନେଇ ଅଭିଯୋଗ କରିବାରୁ ପ୍ୟାକେଟ ସେପରି ଆସିଥିବା ଶିକ୍ଷୟିତ୍ରୀ କହିଥିଲେ। ମାତ୍ର ବିଶ୍ୱାସ ନ ହେବାରୁ ସିସି କ୍ୟାମେରା ଦେଖିବାକୁ କହିଥିଲୁ। ସିସିଟିଭିରେ ସାଢେ ୯ଟାରେ ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଦେଖିବାକୁ ପାଇଲୁ।

Advertisment

ଏନେଇ ପୁଲିସ୍‌କୁ ଜଣାଇବାକୁ ଚାହିଁବାରୁ ମୋତେ ବାହାରକୁ ଛାଡ଼ିଲେନି କି କଲ୍‌ କରିବାକୁ ଦେଲେନି। ଏପରିକି ସେମାନେ ମୋତେ ଗୋଟିଏ ରୁମ୍‌ରେ ଅଟକ ରଖିବାରୁ ମୁଁ ପରୀକ୍ଷା ଦେବାରୁ ବଞ୍ଚିତ ହେଲି ବୋଲି କହିଥିଲେ। ପ୍ରଶ୍ନପତ୍ର ଆଗ ଆଗରେ ଖୋଲାଯିବା କଥା। ମାତ୍ର ସେମାନେ ଦେଢ ଘଣ୍ଟା ଆଗରୁ ସିଲ୍‌ କାଟି ହଲ୍‌କୁ ଆଣିଥିଲେ। ଏହା ସମ୍ପୂର୍ଣ୍ଣ ନିୟମ ବର୍ହିଭୂତ କାମ । ତେଣୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସନ୍ଦେହ କରୁଛୁ।

ମାତ୍ର କଲେଜ ସୁପରିଣ୍ଟେଣ୍ଡେଣ୍ଟ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଯେଉଁ ସମୟରେ ପ୍ରଶ୍ନପତ୍ର ଖୋଲାଯିବା କଥା ସେ ସମୟରେ ଖୋଲାଯାଇଥିଲା। ପ୍ରଶ୍ନପତ୍ରରେ ସିଲ୍‌ ରହିଛି। ମାତ୍ର ସମ୍ପୃକ୍ତ ଛାତ୍ରଜଣକ ମିଥ୍ୟା ଅଭିଯୋଗ କରିଛନ୍ତି। ତାଙ୍କୁ ଅଟକ ରଖାଯାଇନି କି ପରୀକ୍ଷା ଦେବାରୁ ବଞ୍ଚିତ କରାଯାଇନି।

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe