Advertisment

ବଦଳିଲା ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା; ଏଥର ୮୦ ମାର୍କରୁ ୨୪ ରଖିଲେ ପାସ୍‌

୨୦୨୫ ବାର୍ଷିକ +୨ ପରୀକ୍ଷା ପାଇଁ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା ବଦଳାଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା ବଦଳି ଯାଇଛି।

Exam Hall

Exam Hall

Advertisment

ବଦଳିଲା ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା । ଏଣିକି ପାସ୍‌ ମାର୍କ ୩୦ ନୁହେଁ ୨୪ । ୨୦୨୫ ବାର୍ଷିକ +୨ ପରୀକ୍ଷା ପାଇଁ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା ବଦଳାଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା ବଦଳି ଯାଇଛି।

Advertisment

୨୦୨୩ରେ ଯେଉଁ ଛାତ୍ରଛାତ୍ରୀ ନାମ ଲେଖିଛନ୍ତି ଓ ୨୦୨୫ରେ ପରୀକ୍ଷା ଦେବେ ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ। ୮୦ ମାର୍କର ପରୀକ୍ଷା ହେଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପୂର୍ବଭଳି ୩ଘଣ୍ଟାର ସମୟ ଦିଆଯିବ ବୋଲି ବୋର୍ଡ ନିଷ୍ପତି ନେଇଛି।

ନୂଆ ଢାଞ୍ଚା ଅନୁଯାୟୀ, ଏଣିକି ବାର୍ଷିକ ପରୀକ୍ଷାରେ ୧୦୦ ନୁହେଁ ବରଂ ପରୀକ୍ଷାର୍ଥୀଙ୍କୁ ୮୦ ମାର୍କର ଥିଓରୀ ପରୀକ୍ଷା ଦେବାକୁ ପଡ଼ିବ। ପିଲାଙ୍କୁ ୮୦ ପ୍ଲସ୍ ୨୦ ଅନୁପାତରେ ଥିଓରୀ- ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ପଡ଼ିବ। ନନ୍ ପ୍ରାକ୍ଟିକାଲ ବିଷୟରେ ୮୦ ଥିଓରୀ, ୨୦ ଇଣ୍ଟରନାଲ୍ ପରୀକ୍ଷା ରହିବ। ସେହିପରି ନନ୍ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଫୁଲ୍ ମାର୍କ ୮୦, ପାସ୍ ମାର୍କ ୨୪ ରହିବ।

Advertisment

୮୦ ମାର୍କରୁ ୨୪ ମାର୍କ ରଖିଲେ ଜଣେ ପରୀକ୍ଷାର୍ଥୀ ପାସ୍‌ କରିବେ । ନହେଲେ ଫେଲ୍ ବୋଲି ବିବେଚନା କରାଯିବ। ବାକି ୨୦ ମାର୍କ ଇଣ୍ଟରନାଲ ପରୀକ୍ଷା ହେବ। ସେଥିରେ ପରୀକ୍ଷାର୍ଥୀ ଯେତିକି ମାର୍କ ରଖିବେ ତାକୁ ମୋଟ ମାର୍କ ସହ ସଂଯୋଗ କରାଯିବ। ହେଲେ ଥିଓରି ମାର୍କ ସହ ଏହାକୁ ମିଶାଇ ପାସ୍ ବୋଲି ଗଣାଯିବ ନାହିଁ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସିବିଏସଇ ଢାଞ୍ଚାକୁ ଆପଣାଯିବା ସହ ବାଧ୍ୟତାମୂଳକ ଭାବେ ଇଂରାଜୀ ଓ ମାତୃଭାଷାରେ ଆସୁଥିବା ରଚନା ଲେଖନୀକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି।

ସେହିପରି କୌଣସି ବିଷୟର ପ୍ରଶ୍ନପତ୍ରରେ ଆଉ ୧୦ ମାର୍କର ପ୍ରଶ୍ନ ରହିବନି। କଳା ବିଭାଗ ବିଷୟ ଗୁଡ଼ିକରେ ସର୍ବାଧିକ ୮ ମାର୍କ ଏବଂ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ୫ମାର୍କ ପର୍ଯ୍ୟନ୍ତ ପ୍ରଶ୍ନ ଆସିବ।

ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ଶିକ୍ଷାବର୍ଷରୁ ଏହା ଲାଗୁ କରାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ନୂଆ ପଶ୍ନପତ୍ର କିଭଳି ରହିବ ଏବଂ ମାର୍କ କିପରି ଦିଆଯିବ ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Odisha Plus 2 Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe