ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଉଠିଯିବ ରମାଦେବୀ ଜୁନିୟର କଲେଜ। ଭୁବନେଶ୍ୱରର ୟୁନିଟ ୯ ବାଳିକା ସ୍କୁଲରେ ଚାଲିବ ରମାଦେବୀ ଜୁନିୟର କଲେଜ। ଏନେଇ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦଶାଳୟର ନିର୍ଦ୍ଦେଶକ।
ପ୍ରଥମ ପର୍ଯ୍ୟାୟରେ ସ୍ଥାନାନ୍ତର ହେବ କଳା ଓ ବାଣିଜ୍ୟ ବିଭାଗ। ୟୁନିଟ ୯ ବାଳିକା ସ୍କୁଲରେ ଲାବୋରୋଟୋରୀ ନଥିବାରୁ ଥିବାରୁ ବିଜ୍ଞାନ ବିଭାଗକୁ ଏବେ ସେଠାକୁ ସ୍ଥାନାନ୍ତର କରାଯିବ ନାହିଁ। ସେମାନଙ୍କ ପାଠପଢ଼ା ଏବେ ରମାଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହେବ।
Also Read
ରମାଦେବୀ ବିଶ୍ୱବିଦ୍ୟାଳୟରୁ ଜୁନିୟର କଲେଜକୁ ଅଲଗା କରିବାକୁ କୁଲପତି କହିଆସୁଥିଲେ। ତେଣୁ ଏହି ନିଷ୍ପତ୍ତି ନିଆଯାଇଛି।
ଅନ୍ୟପକ୍ଷରେ ୟୁନିଟ୍ ୯ ବାଳିକା ବିଦ୍ୟାଳୟକୁ ୟୁନିଟ୍ ୯ ବାଳକ ବିଦ୍ୟାଳୟରେ ମିଶ୍ରଣ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପକ୍ଷରୁ ଏହି ସୁପାରିଶ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Education
ଓଡ଼ିଶାରେ ଖୋଲିବ ଆଉ ୮ଟି କେନ୍ଦ୍ରୀୟ ବିଦ୍ୟାଳୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି(ସିସିଇଏ) ବୈଠକରେ ଓଡ଼ିଶାର ୮ଟି ସମେତ ସମଗ୍ର ଦେଶରେ ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନକୁ ମଞ୍ଜୁରୀ ମିଳିଛି । ଏହାସହିତ ଆଉ ୨୮ଟି ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମଧ୍ୟ ସିସିଇଏ ଅନୁମୋଦନ କରିଛନ୍ତି ।
Education
ସ୍କୁଲ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ିଲା: ଜାଣନ୍ତୁ, କେଉଁ ଶ୍ରେଣୀ ପାଇଁ କେତେ କରାଗଲା
ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଛନ୍ତି ସରକାର।
Education
ବାହାରିଲା OTET ୨୦୨୪ର ରେଜଲ୍ଟ: ଅସଫଳ ପରୀକ୍ଷାର୍ଥୀଙ୍କୁ କ’ଣ କହିଛି ବୋର୍ଡ, ଜାଣନ୍ତୁ
www.bseodisha.ac.inରେ ଉପଲବ୍ଧ ହେଉଛି ପରୀକ୍ଷା ଫଳ।
Education
୩ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଆଉ ୬ମାସ ବଢ଼ିଲା
ଆଜି ଗୁରୁବାର ରାଜଭବନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଉତ୍କଳ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳକୁ ରାଜ୍ୟପାଳ ବୃଦ୍ଧି କରିଛନ୍ତି ।
Education
ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କଲା CBSE
ଦଶମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀ ସିବିଏସ୍ଇ ବୋର୍ଡ ପରୀକ୍ଷା 2025 ଫେବୃଆରୀ 15ରୁ ଆରମ୍ଭ ହେବ। ସିବିଏସ୍ଇ ଏହାର ଆଧିକାରୀକ ୱେବସାଇଟ୍ 'cbse.gov.in'ରେ ପରୀକ୍ଷା ସୂଚୀ ପ୍ରକାଶ କରିଛି।