Advertisment

ଦୁଷ୍କର୍ମ ପୀଡିତାଙ୍କୁ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ଦେଲେନି ସ୍କୁଲ୍ କର୍ତ୍ତୃପକ୍ଷ

"ଗଣଦୁଷ୍କର୍ମର ଶିକାର ହୋଇଥିବାରୁ ସ୍କୁଲ୍ କର୍ତ୍ତୃପକ୍ଷ ମୋତେ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ଦେଉନାହାଁନ୍ତି, ଯଦି ମୁଁ ପରୀକ୍ଷା ଦେବାକୁ ଆସେ ତେବେ ପରିବେଶ ଖରାପ ହୋଇଯିବ ବୋଲି କହୁଛନ୍ତି..."

ଅଦ୍ୟତନ ହୋଇଛି
Representative Image

Representative Image

Advertisment

"ଗଣଦୁଷ୍କର୍ମର ଶିକାର ହୋଇଥିବାରୁ ସ୍କୁଲ୍ କର୍ତ୍ତୃପକ୍ଷ ମୋତେ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ଦେଉନାହାଁନ୍ତି, ଯଦି ମୁଁ ପରୀକ୍ଷା ଦେବାକୁ ଆସେ ତେବେ ପରିବେଶ ଖରାପ ହୋଇଯିବ ବୋଲି କହୁଛନ୍ତି..." ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଜସ୍ଥାନର ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ। 

Advertisment

ଏହି ମାମଲା ସେତେବେଳେ ସାମ୍ନାକୁ ଆସିଛି, ଯେତେବେଳେ କି ଛାତ୍ରୀ ଜଣକ ଅନ୍ୟ ଏକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ତାଙ୍କୁ ସହ ଯୋଗାଯୋଗ କରିବାକୁ ଅନୁରୋଧ କରିଥିଲେ ଏବଂ ସମ୍ପୃକ୍ତ ଶିକ୍ଷକ ତାଙ୍କୁ ଶିଶୁ ସହାୟକ ନଂକୁ କଲ୍ କରିବାକୁ ପରାମର୍ଶ ଦେଇଥିଲେ। ଅଜମେରର ଶିଶୁ କଲ୍ୟାଣ ଆୟୋଗ (CWC) ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

CWC ସଭାପତି ଅଞ୍ଜଳି ଶର୍ମା କହିଛନ୍ତି ଯେ, ସେ ଛାତ୍ରୀଙ୍କ ସହ ପୂରା ଘଟଣା ବିଷୟରେ ଆଲୋଚନା କରିଛନ୍ତି। ତଦନ୍ତ ଚାଲିଛି, କିନ୍ତୁ ବର୍ତ୍ତମାନ ମୁଖ୍ୟ ପ୍ରାଥମିକତା ହେଉଛି କି, ମାର୍ଚ୍ଚରେ ସେ ଦେଇପାରିନଥିବା ବୋର୍ଡ ପରୀକ୍ଷା କିପରି ଦେଇପାରିବେ, ସେଥିପାଇଁ ବ୍ୟବସ୍ଥା କରିବା। 

Advertisment

ଛାତ୍ରୀ ଜଣକ ଅଞ୍ଜଳି ଶର୍ମାଙ୍କୁ କହିବା ଅନୁସାରେ, ଗତ ବର୍ଷ ଅକ୍ଟୋବରରେ ସେ ତାଙ୍କ ମାମୁଁ ଏବଂ ଅନ୍ୟ ଦୁଇ ଜଣଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏହି ଘଟଣା ପ୍ରଘଟ ହେବା ପରେ, ସ୍କୁଲ୍ କର୍ତ୍ତୃପକ୍ଷ ତାଙ୍କୁ ଘରେ ରହି ପଢିବାକୁ ପରାମର୍ଶ ଦେଇଥିଲେ, କାରଣ ସେ ସ୍କୁଲକୁ ଆସିବା ଦ୍ୱାରା ପରିବେଶ ନଷ୍ଟ ହୋଇପାରେ ବୋଲି କହିଥିଲେ। ସ୍କୁଲ୍ କର୍ତ୍ତୃପକ୍ଷଙ୍କ ପରାମର୍ଶ କ୍ରମେ ସେ ଘରେ ରହି ପାଠ ପଢିଥିଲେ। 

କିନ୍ତୁ ପରୀକ୍ଷା ସମୟରେ ସେ ଯେତେବେଳେ ଆଡମିଟ କାର୍ଡ ଆଣିବାକୁ ଯାଇଥିଲେ, ତାଙ୍କୁ ଆଡମିଟ୍ କାର୍ଡ ଦିଆଯାଇନଥିଲା। ସେ ଆଉ ସ୍କୁଲରେ ଛାତ୍ରୀ ନୁହଁନ୍ତି ବୋଲି ସ୍କୁଲ୍ କର୍ତ୍ତୃପକ୍ଷ କହିଥିଲେ। ଅନ୍ୟପଟେ, ସ୍କୁଲ୍ କର୍ତ୍ତୃପକ୍ଷ ମଧ୍ୟ ଏପରି କିଛି ସଫେଇ ଦେଛନ୍ତି। କର୍ତ୍ତୃପକ୍ଷ କହିଛନ୍ତି, ସେ ଚାରି ମାସ ହେବ ଶ୍ରେଣୀରେ ଅନୁପସ୍ଥିତ ରହିଥିବାରୁ ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯାଇ ନାହିଁ।

ଛାତ୍ରୀଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ସେ ଦଶମ ଶ୍ରେଣୀରେ ୭୯ ପ୍ରତିଶତ ମାର୍କ ରଖି ଉତ୍ତିର୍ଣ୍ଣ ହୋଇଥିଲେ। ଦ୍ୱାଦଶ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତି କରିଥିଲେ। ହେଲେ ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯାଇନାହିଁ। ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ତାଙ୍କର ଗୋଟିଏ ବର୍ଷର ସମୟ ନଷ୍ଟ ହୋଇଯାଇପାରେ। 

Rajasthan Rape Case Class 12 Board Exams
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe