Advertisment

ମାଟ୍ରିକ୍ ରେଜଲ୍ଟ: ରିଚେକିଂ ଓ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆବେଦନ କରିବାକୁ ତାରିଖ ଘୋଷଣା କଲା ବୋର୍ଡ

ଏଥର ପାସ୍ ହାର ୯୬.୦୭ % ରହିଛି, ଯାହା ଗତ ବର୍ଷଠାରୁ କମ୍ ରହିଛି। ଗତ ବର୍ଷ ପାସ୍ ହାର ୯୬.୪% ରହିଥିଲା।

author-image
Jitendra Garnayak
Board Members

Board Members

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଆଜି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ଘୋଷଣା କରାଯାଇଛି। ଏଥର ପାସ୍ ହାର ୯୬.୦୭ % ରହିଛି, ଯାହା ଗତ ବର୍ଷଠାରୁ କମ୍ ରହିଛି। ଗତ ବର୍ଷ ପାସ୍ ହାର ୯୬.୪% ରହିଥିଲା।

Advertisment

www.bscodisha.ac.inରେ ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ଦେଖିପାରିବେ। ଇଣ୍ଟରନେଟ୍ ସୁବିଧା ନଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ମୋବାଇଲ ଫୋନରେ ମେସେଜ୍ କଲେ ମଧ୍ୟ ପାଇପାରିବେ ରେଜଲ୍ଟ। OR10 ସ୍ପେଶ୍ ROLL NUMBER ଲେଖି 5676750କୁ SMS କଲେ ମୋବାଇଲରେ ପହଞ୍ଚିଯିବ ରେଜଲ୍ଟ।

ଯେଉଁ ଛାତ୍ରଛାତ୍ରୀମାନେ ସେମାନଙ୍କ ମାର୍କରେ ସନ୍ତୁଷ୍ଟ ନଥିବେ, ସେମାନେ ଆସନ୍ତା ୨୯ ତାରିଖରୁ ରିଚେକିଂ ପାଇଁ ଆବେଦନ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ମେ’ ୨୯ରୁ ଜୁନ୍ ୧୨ ତାରିଖ ଯାଏ ଛାତ୍ରଛାତ୍ରୀମାନେ ରିଚେକିଂ ପାଇଁ ଆବେଦନ କରିପାରିବେ। ସେମାନଙ୍କୁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ପଡ଼ିବ। ଅନ୍ୟପକ୍ଷରେ ମଧ୍ୟମା ଓ ଏସ୍‌ଓଏସ୍‌ସି (State Open School Certificate) ପରୀକ୍ଷାର୍ଥୀମାନଙ୍କୁ ଅଫ୍‌ଲାଇନ୍‌ରେ ଆବେଦନ କରିବାକୁ ପଡ଼ିବ। ସୂଚନାଯୋଗ୍ୟ, ଆଜି ମଧ୍ୟମା ଓ ଏସ୍‌ଓଏସ୍‌ସି (ପ୍ରଥମ) ପରୀକ୍ଷାର୍ଥୀଙ୍କ ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି।

Advertisment

ସେହିପରି ଜୁନ୍‌ ୧୦ ତାରିଖରୁ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ ହେବ। ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଜୁନ୍ ୧୦ରୁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ପରୀକ୍ଷାର୍ଥୀମାନେ ଆଜି ଅପରାହ୍ନ ୪ଟାରୁ ଅନ୍‌ଲାଇନ୍‌ରେ ଅବା ହ୍ୱାଟ୍‌ସଆପ୍ ଜରିଆରେ ସେମାନଙ୍କ ଡିଜିଟାଇଜ୍‌ଡ ସାର୍ଟିଫିକେଟ୍ ଡାଉନ୍‌ଲୋଡ୍ କରିପାରିବେ। ଡିଜିଟାଇଜ୍‌ଡ ସାର୍ଟିଫିକେଟ୍ ଡାଉନ୍‌ଲୋଡ୍ ଲିଙ୍କ୍ ପାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ବୋର୍ଡର ୱେବ ସାଇଟ୍ www.bscodisha.ac.inକୁ ଯିବାକୁ ପଡ଼ିବ। ସେହିପରି ହ୍ୱାଟସଆପ୍‌ରେ ଡିଜିଟାଇଜ୍‌ଡ ସାର୍ଟିଫିକେଟ୍ ପାଇବା ପାଇଁ ସେମାନଙ୍କୁ ହ୍ୱାଟସଆପ୍‌ ନମ୍ବର 7710058192କୁ ସେମାନଙ୍କ ଆଣ୍ଡ୍ରଏଡ୍ ଫୋନ୍‌ରେ ସେଭ୍ କରିବାକୁ ହେବ ଏବଂ BSE ଅ‍‍‍ବା Hi ଲେଖି ମେସେଜ କରିବାକୁ ହେବ। ତା’ପରେ ସେମାନଙ୍କୁ ସେହି ହ୍ୱାଟସଆପ୍‌ ନମ୍ବରରେ ପଠାଯିବାକୁ ଥିବା ନିର୍ଦ୍ଦେଶାବଳୀଗୁଡ଼ିକୁ ଅନୁକରଣ କରିବାକୁ ହେବ।

Matric Result Matric Supplementary Exam