Advertisment

NEET-UG ୨୦୨୪ ପରୀକ୍ଷାର ସଂଶୋଧିତ ଫଳାଫଳ ପ୍ରକାଶ

ପରୀକ୍ଷାର୍ଥୀମାନେ exams.nta.ac.in. କୁ ଯାଇ ସେମାନଙ୍କ ଅପ୍‌ଡେଟେଡ୍‌ ଫଳାଫଳ ଦେଖିପାରିବେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Neet UG

Neet UG

ସୁପ୍ରମିକୋର୍ଟଙ୍କ ନିର୍ଦ୍ଦେଶ ପରେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସୀ (NTA) ପକ୍ଷରୁ ଆଜି NEET-UG ୨୦୨୪ ପରୀକ୍ଷାର ସଂଶୋଧିତ ଫଳାଫଳ ପ୍ରକାଶ କରାଯାଇଛି। ପରୀକ୍ଷାର୍ଥୀମାନେ exams.nta.ac.in. କୁ ଯାଇ ସେମାନଙ୍କ ଅପ୍‌ଡେଟେଡ୍‌ ଫଳାଫଳ ବା ସ୍କୋରକାର୍ଡ ଦେଖିପାରିବେ। 

Advertisment

ଗତ ମେ’ ୫ରେ ଅନୁଷ୍ଠିତ ହୋଇଥିବା ଏହି ମେଡିକାଲ ପ୍ରବେଶିକା ପରୀକ୍ଷାର ଫିଜିକ୍ସ ବା ରସାୟନ ବିଜ୍ଞାନରେ ଗୋଟିଏ ପ୍ରଶ୍ନ ପାଇଁ କିଛି ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ମାର୍କ ମିଳିଥିଲା। ଉକ୍ତ ପ୍ରଶ୍ନର ଉତ୍ତର ଭାବେ ଦିଆଯାଇଥିବା ୪ଟି ବିକଳ୍ପରୁ ଦୁଇଟି ଠିକ୍ ଥିବାରୁ ଏହି ଗ୍ରେସ୍ ମାର୍କ ମିଳିଥିଲା। ପୁରୁଣା NCERT ଦ୍ୱାଦଶ ବିଜ୍ଞାନ ବହି ଅନୁସାରେ, ଯେଉଁମାନେ ଉତ୍ତର ଲେଖିଥିଲେ ସେମାନଙ୍କୁ ଏହି ଗ୍ରେସ୍ ମାର୍କ ମିଳିଥିଲା। କିନ୍ତୁ ସୁପ୍ରିମକୋର୍ଟରେ ଏହା ଉପରେ ଶୁଣାଣି ବେଳେ କିଛି ଶିକ୍ଷାର୍ଥୀ ଏହାକୁ ବିରୋଧ କରିଥିଲେ। ଗୋଟିଏ ପ୍ରଶ୍ନ ପାଇଁ ଗୋଟିଏ ଉତ୍ତର ରହିବା ଉଚିତ୍ ବୋଲି ସେମାନେ ଦାବି କରିଥିଲେ। 

ଏହାକୁ ଗୁରୁତ୍ୱର ସହ ନେଇ ସର୍ବୋଚ୍ଚ ଅଦାଲତ ଆଇଆଇଟି ଦିଲ୍ଲୀକୁ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ। ଯାଞ୍ଚ ପରେ ସୁପ୍ରିମକୋର୍ଟ ଉକ୍ତ ପ୍ରଶ୍ନ ପାଇଁ ଗୋଟିଏ ଉତ୍ତର (ଅପ୍‌ସନ୍‌ ନଂ୪) ଠିକ୍ ଏବଂ ଏହି ଅନୁସାରେ ପୁନଃ ପରୀକ୍ଷା ଫଳ ପ୍ରକାଶ କରିବାକୁ NTAକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

NEET-UG ୨୦୨୪ ପରୀକ୍ଷା ଫଳ ପ୍ରକାଶ ପାଇଥିବାରୁ ଖୁବଶୀଘ୍ର NTA ପକ୍ଷରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି। ମେ’ ୫ ତାରିଖରେ ୫୭୧ଟି ସହରର ୪୭୫୦ଟି କେନ୍ଦ୍ରରେ ୨୪ ଲକ୍ଷ ଛାତ୍ରଛାତ୍ରୀ ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ୟୁଜି) ବା  NEET-UG ଦେଇଥିଲେ। ପରେ ଜୁନ୍ ୨୩ ତାରିଖରେ ୧୫୬୩ ଜଣ ଶିକ୍ଷାର୍ଥୀଙ୍କ ପାଇଁ ଏହାର ପୁନଃପରୀକ୍ଷା କରାଯାଇଥିଲା। କାରଣ ମେ’ ୫ରେ ହୋଇଥିବା ପରୀକ୍ଷା ବେଳେ ସେମାନେ ସମୟ ହାନି ହୋଇଥିବା ଅନୁଭବ କରିଥିଲେ। 

NEET-UG ୨୦୨୪ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ସହିତ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ପୁନଃପରୀକ୍ଷା କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ତେବେ ଏହି ଆବେଦନକୁ ସୁପ୍ରିମକୋର୍ଟ ଗତ ୨୩ ତାରିଖ ଦିନ ପ୍ରତ୍ୟା‌ଖାନ କରି ଦେଇଥିଲେ। ବ୍ୟାପକ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ପ୍ରମାଣ ନଥିବା ଦର୍ଶାଇ ସୁପ୍ରିମକୋର୍ଟ ଏଭଳି ରାୟ ଦେଇଥିଲେ। 

NEET UG NEET UG Exam 2024 NEET UG Result