Advertisment

ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତି ପାଇଲେ ପ୍ରଫେସର ସବିତା ପ୍ରଧାନ

ପ୍ରଫେସର ସବିତା ପ୍ରଧାନଙ୍କୁ ୨ ବର୍ଷ ପାଇଁ ଏହି ନିଯୁକ୍ତି ମିଳିଛି। ସେ ଏବେ ଶାନ୍ତିନିକେତନ ସ୍ଥିତ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗର ପ୍ରଫେସର ଅଛନ୍ତି।

ଅଦ୍ୟତନ ହୋଇଛି
Prof. Sabita Pradhan

Prof. Sabita Pradhan

Advertisment

ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର ସବିତା ପ୍ରଧାନଙ୍କୁ ନିଯୁକ୍ତି ଦେଇଛନ୍ତି କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

Advertisment

ପ୍ରଫେସର ସବିତା ପ୍ରଧାନଙ୍କୁ ୨ ବର୍ଷ ପାଇଁ ଏହି ନିଯୁକ୍ତି ମିଳିଛି। ସେ ଏବେ ଶାନ୍ତିନିକେତନ ସ୍ଥିତ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗର ପ୍ରଫେସର ଅଛନ୍ତି।

୨୦୨୩-୨୪ ଶିକ୍ଷାବର୍ଷରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟରେ ସାହିତ୍ୟ, ଭାଷା ବିଜ୍ଞାନ, ଆଦିବାସୀ ଭାଷା ଓ ଐତିହ୍ୟ ବିଷୟରେ ଶିକ୍ଷାଦାନ ଆରମ୍ଭ ହେବ ବୋଲି ପୂର୍ବରୁ ସରକାର ଘୋଷଣା କରିଥିଲେ। ଏହାରି ଭିତରେ ପୁରୀ ଜିଲ୍ଲା ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ବର୍ତ୍ତମାନ ସ୍ଥାନୀୟ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟର ଅଫିସ ଚାଲିଛି। ଏବେ କୁଳପତିଙ୍କ ନିଯୁକ୍ତି ପରେ ଅନ୍ୟ ପଦବୀ ମାନଙ୍କରେ ମଧ୍ୟ ନିଯୁକ୍ତି କରାଯାଇ ସେପଟେମ୍ବରରୁ ଶିକ୍ଷାଦାନ ଆରମ୍ଭ କରିବାକୁ ଯୋଜନା ରହିଛି।

Advertisment
Odia University Prof. Sabita Pradhan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe