Advertisment

ନୂଆ ‘ଓ’ କାର୍ଯ୍ୟକ୍ରମ ପାଇଁ ଘୁଞ୍ଚିଲା ସମ୍ବଲପୁର ଜିଏମ୍ ୟୁନିଭରସିଟିର ପରୀକ୍ଷା

ଆସନ୍ତାକାଲି ହେବାକୁ ଥିବା ପରୀକ୍ଷା ୨୪ ତାରିଖରେ ହେବ।

ଅଦ୍ୟତନ ହୋଇଛି
Gangadhar meher university

Gangadhar meher university

Advertisment

ନୂଆ ‘ଓ’ କାର୍ଯ୍ୟକ୍ରମ ପାଇଁ ଘୁଞ୍ଚିଲା ସମ୍ବଲପୁର ଜିଏମ୍ ୟୁନିଭରସିଟିର ପରୀକ୍ଷା। ଆସନ୍ତାକାଲି ଏହି ୟୁନିଭରସିଟିର ବିଭିନ୍ନ କ୍ଲାସର ପରୀକ୍ଷା ହେବାର ଥିଲା। କିନ୍ତୁ ଆସନ୍ତାକାଲି ମଧ୍ୟ ସମ୍ବଲପୁର ମନ୍ଦୋଲିଆ ଗ୍ରାଉଣ୍ଡରେ ନୂଆ ‘ଓ’ କାର୍ଯ୍ୟକ୍ରମ ହେବାର ଅଛି। ତେଣୁ ପରୀକ୍ଷା ଘୁଞ୍ଚାଇବାକୁ ଜିଲ୍ଲା ପରିଷଦ ପକ୍ଷରୁ ୟୁନିଭରସିଟିକୁ ଚିଠି ଲେଖାଯାଇଛି।

Advertisment

ଏହା ପରେ ସମ୍ବଲପୁର ଜିଏମ୍ ୟୁନିଭରିସିଟିର ପରୀକ୍ଷା ଘୁଞ୍ଚିଛି। ଆସନ୍ତାକାଲି ହେବାକୁ ଥିବା ପରୀକ୍ଷା ୨୪ ତାରିଖରେ ହେବ। ଏସଂପର୍କିତ ନିର୍ଦ୍ଦେଶନାମା ମଧ୍ୟ ୟୁନିଭରସିଟି ପକ୍ଷରୁ ଜାରି କରାଯାଇଛି ।

ଏହା ସହିତ କାର୍ୟ୍ୟକ୍ରମରେ ବହୁତ ଭିଡ଼ ହେବାର ସମ୍ଭାବନା ଥିବାରୁ ଯେଉଁ ଛାତ୍ରଛାତ୍ରୀ SAMS ପୋର୍ଟାଲରେ ପଂଜୀକୃତ ହୋଇଥିବେ, କେବଳ ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ବୋଲି ସମ୍ବଲପୁର ଜିଲ୍ଲା ପରିଷଦ ପକ୍ଷରୁ କୁହାଯାଇଛି। ଆଗରୁ ପଂଜୀକୃତ ହୋଇନଥିବା ପିଲାଙ୍କୁ ମନ୍ଦଲିଆ ପଡ଼ିଆରେ ପ୍ରବେଶ ପାଇଁ ଅନୁମତି ଦିଆଯିବନି ବୋଲି କୁହାଯାଇଛି। 

Advertisment

ଜଣେ ଛାତ୍ରୀ କହିଛନ୍ତି, ପରୀକ୍ଷାର୍ଥୀ ବର୍ଷ ସାରା ପରିଶ୍ରମ କରି ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହୋଇଥାଏ।  ହଠାତ୍ ପରୀକ୍ଷାକୁ  ଘୁଞ୍ଚାଇବା ଦେବା ଯୋଗୁ  ପିଲାର କ୍ୟାରିୟର ଉପରେ ପ୍ରଭାବ ପକାଇବ। 

Gangadhar Meher University Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe