Advertisment

ସମ୍ୱଲପୁର ଜିଲ୍ଲାର ପିଲାଙ୍କ ଅଙ୍କ ଦୁର୍ବଳ

ଅସରର ରିପୋଷ୍ଟ ଅନୁସାରେ ସମ୍ବଲପୁର ଜିଲ୍ଲାର ୧୪ରୁ ୧୮ ବର୍ଷ ବୟସର ପିଲାଙ୍କ ଭିତରୁ ପ୍ରାୟ ୬୪.୧ ପ୍ରତିଶତ ପିଲା ହରଣ କଣ ଜାଣି ନାହାନ୍ତି। ଏମିତିକି ୪୬ ପ୍ରତିଶତ ପିଲା ଠିକରେ ବାକ୍ୟ ମଧ୍ୟ ପଢ଼ି ପାରୁନାହାନ୍ତି।

author-image
Manoranjan Sial
Math

Math

ରାଜ୍ୟ ସରକାର ସ୍ମାର୍ଟ ସ୍କୁଲ୍‌ ତିଆରି କରିଛନ୍ତି। ନୂତନ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯାଉଛି। ଏହା ସତ୍ତ୍ୱେ ସମ୍ୱଲପୁର ଜିଲ୍ଲାର ପିଲାମାନେ ଅଙ୍କରେ ଦୁର୍ବଳ। ୨୦୨୩ ବର୍ଷ ପାଇଁ ପ୍ରକାଶ ପାଇଥିବା ଆନୁଆଲ ଷ୍ଟାଟସ୍ ଅଫ୍ ଏଜୁକେଶନ୍ ରିପୋର୍ଟ(ଅସର)ରୁ ଆସିଛି ଏପରି ସାଙ୍ଘାତିକ ତଥ୍ୟ। ଯାହାକୁ ନେଇ ଶିକ୍ଷାବିତଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।

Advertisment

ଅସରର ରିପୋଷ୍ଟ ଅନୁସାରେ ସମ୍ବଲପୁର ଜିଲ୍ଲାର ୧୪ରୁ ୧୮ ବର୍ଷ ବୟସର ପିଲାଙ୍କ ଭିତରୁ ପ୍ରାୟ ୬୪.୧ ପ୍ରତିଶତ ପିଲା ହରଣ କଣ ଜାଣି ନାହାନ୍ତି। ଏମିତିକି ୪୬ ପ୍ରତିଶତ ପିଲା ଠିକରେ ବାକ୍ୟ ମଧ୍ୟ ପଢ଼ି ପାରୁନାହାନ୍ତି। ସେହିପରି ୪୬.୪ ପ୍ରତିଶତ ପିଲା ଇଂରାଜୀ ବାକ୍ୟ ପଢ଼ିବାରେ ଅକ୍ଷମ। ଫେଡ଼ାଣ କରି ପାରୁଥିବା ପିଲାଙ୍କ ପରିସଂଖ୍ୟାନ ମଧ୍ୟ ଚିନ୍ତାଜନକ।

ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଓ ଶିକ୍ଷାସ୍ତରର ସ୍ଥିତିକୁ ନେଇ ଅସର ପକ୍ଷରୁ ନିୟମିତ ରିପୋର୍ଟ ପ୍ରକାଶ ପାଇ ଆସୁଛି। ଯେଉଁଥିରେ ସମ୍ବଲପୁର ସମେତ ଦେଶର ୨୮ଟି ଜିଲ୍ଲାର ସର୍ଭେ ରିପୋର୍ଟ ସ୍ଥାନ ପାଇଛି। ଆଉ ସମ୍ବଲପୁର ଜିଲ୍ଲାରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ଭିତରେ ଶିକ୍ଷା ଦକ୍ଷତାର ଏ ବିକଳ ସ୍ଥିତି ଉଦବେଗ ସୃଷ୍ଟି କରିଛି।

Advertisment

ରେଢ଼ାଖୋଲ ଛାତ୍ରୀ ପ୍ରିୟା କୁଦତା କହିଛନ୍ତି, କରୋନା ପାଇଁ ଦୁଇବର୍ଷ ସ୍କୁଲ ବନ୍ଦ ହୋଇଗଲା। ଆମେ କେମିତି ପାଠ ପଢ଼ିବୁ? ଶ୍ରେଣୀ ଗୃହରେ ଯେମିତି ପଢ଼ାଯାଏ, ସେମିତି ଅନ୍‌ଲାଇନ୍‌ରେ ପାଠ ପଢ଼ା ହୋଇଛି କି? ଆମେ ଡାଉଟ୍‌ କ୍ଲିୟର କେମିତି କରିବୁ? ତେଣୁ ଗଣିତରେ ଦୁର୍ବଳ ହୋଇଗଲୁ ବୋଲି ଛାତ୍ରୀ ଜଣକ କହିଛନ୍ତି।

କୁଚିଣ୍ଡାର ଜଣେ ଦଶମ ଛାତ୍ରୀ କହିଛନ୍ତି, ଅଭ୍ୟାସ କଲେ ଗଣିତ ସୂତ୍ର ମିଳିବ। ଅଭ୍ୟାସ ନକରି ଖାଲି ବହି ଧରି ବସିଲେ, କେମିତି ଗଣିତ ହେବ?

ଅସର ପକ୍ଷରୁ ଜିଲ୍ଲାର ୯ଟି ବ୍ଲକରେ ୧୪ରୁ ୧୮ ବର୍ଷ ବୟସର ମୋଟ୍‌ ୩୪ ହଜାର ୭୫୪ ଜଣ ଛାତ୍ରଛାତ୍ରୀଙ୍କ ମତାମତ ଆଧାରରେ ଏହି ସର୍ଭେ ରିପୋର୍ଟ ପ୍ରକାଶ କରିଛି। ଏହା ଅନୁଯାୟୀ ଏହି ବୟସ ଭିତରେ ୭୧.୧ ପ୍ରତିଶତ ପିଲା କୌଣସି ନା କୌଣସି ଶିକ୍ଷାନୁଷ୍ଠାନରେ ପଞ୍ଜିକୃତ ହୋଇଛନ୍ତି। ସେଭିତରୁ ମାତ୍ର 5.2 ପ୍ରତିଶତ ଧନ୍ଦାମୂଳକ ଶିକ୍ଷାରେ ତାଲିମ ପାଇଁ ପଞ୍ଜିକୃତ ଅଛନ୍ତି। ହେଲେ ଏମାନଙ୍କ ଭିତରୁ ୬୪ ପ୍ରତିଶତ ପିଲା ହରଣ କରି ନପାରିବା, ୪୬ ପ୍ରତିଶତ ପିଲା ଠିକରେ ବାକ୍ୟ ପଢ଼ି ନପାରିବା, ସିଧାସଳଖ ଆମ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଠିଆ କରିଥିବା ବେଳେ, ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି, ରିପୋର୍ଟର ଅନୁଶୀଳନ କରାଯାଇ ପଦକ୍ଷେପ ନିଆଯିବ।

Odisha Education Sambalpur