Advertisment

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୩୩ ତମ ସମାବର୍ତ୍ତନ ଉତ୍ସବ; ସ୍ବର୍ଣ୍ଣପଦକ ଲାଭକଲେ ଦେବଦତ୍ତ

୩୩ ତମ ସମାବର୍ତ୍ତନ ଉତ୍ସବରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ସ୍ନାତ୍ତକୋତ୍ତର ଆଇନ୍ ବିଭାଗରେ ୨୦୨୩ ଶିକ୍ଷା ବର୍ଷରେ ସର୍ବୋଚ୍ଚ ନମ୍ବର ରଖିଥିବା ଦେବଦତ୍ତ କାନୁନଗୋଙ୍କୁ ‘ସ୍ବର୍ଣ୍ଣ ପଦକ’ ପ୍ରଦାନ କରାଯାଇଛି।

author-image
Manoj Swain
ଅଦ୍ୟତନ ହୋଇଛି
Sambalpur University

Sambalpur University

ସୋମବାର ଦିନ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୩୩ ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ୩୫ ଜଣ ଛାତ୍ର ଛାତ୍ରୀଙ୍କୁ ସ୍ଵର୍ଣ୍ଣ ପଦକ ପ୍ରଦାନ କରାଯାଇଛି । ସେହିଭଳି ୨ ଜଣଙ୍କୁ ଡିଲିଟ‌ ଉପାଧି ଓ ୭୮ ଜଣଙ୍କୁ ଡକ୍ଟରେଟ ଡିଗ୍ରୀ ତଥା ପିଏଚଡି ଡିଗ୍ରୀ ପ୍ରଦାନ କରଯାଇଛି। ଏହି ସମାବର୍ତ୍ତନ ଉତ୍ସବ ପାଳନ ଅବସରରେ ବିଶ୍ଵବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ।

Advertisment

ଏହି‌ ସମାବର୍ତ୍ତନ ଉତ୍ସବରେ କୁଳାଧିପତିଙ୍କ ସମେତ, ସମ୍ମାନିତ ଅତିଥି ଭାବେ ଆଇଏମ୍ଏମ୍‌ଟିର ନିର୍ଦ୍ଦେଶକ ଡ଼ଃ ରାମାନୁଜ ନାରାୟଣ, ମୁଖ୍ୟ ବକ୍ତା ଭାବେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୂଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ‌ପ୍ରମୁଖ ଯୋଗଦେଇଥିଲେ। ଏହା ବ୍ୟତିତ ସମ୍ବଲପୁର ବିଶ୍ବବିଦ୍ୟାଳର କୂଳପତି ପ୍ରଫେସର ବିଧୁ ଭୂଷଣ ମିଶ୍ର, ରେଜିଷ୍ଟ୍ରାର ନୃପରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

୩୩ ତମ ସମାବର୍ତ୍ତନ ଉତ୍ସବରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ସ୍ନାତ୍ତକୋତ୍ତର ଆଇନ୍ ବିଭାଗରେ ୨୦୨୩ ଶିକ୍ଷା ବର୍ଷରେ ସର୍ବୋଚ୍ଚ ନମ୍ବର ରଖିଥିବା ଦେବଦତ୍ତ କାନୁନଗୋଙ୍କୁ ‘ସ୍ବର୍ଣ୍ଣ ପଦକ’ ପ୍ରଦାନ କରାଯାଇଛି।

Advertisment

ବିଶ୍ୱବିଦ୍ୟାଳୟ ପକ୍ଷରୁ ଦେବଦତ୍ତ କାନୁନଗୋଙ୍କ ସମେତ ସ୍ବର୍ଣ୍ଣ ପଦକ ଧାରୀ ମାନଙ୍କୁ ସମ୍ମାନ ସୂଚକ ଭାବେ‌ ଉତ୍ତରୀୟ ଓ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ଦେବଦତ୍ତ ଜଙ୍ଗଲ ଓ ପରିବେଶ ଏବଂ ବାଣିଜ୍ୟ (ବିଜନେସ୍) ଆଇନ୍ ବିଷୟରେ ସ୍ନାତ୍ତକୋତ୍ତର କରିଛନ୍ତି। ସେ ବର୍ତ୍ତମାନ ଜଙ୍ଗଲ ଓ ପରିବେଶ ଉପରେ ଗବେଷଣା ( ପିଏଚଡ଼ି) କରୁଛନ୍ତି।

ମେକାନିକାଲ ଇଞ୍ଜିନିୟରିଂ କରିଥିବା ଦେବଦତ୍ତ ଖଡ଼ଗପୁର ଆଇଆଇଟିରୁ ”ଇଣ୍ଟେଲେକଚୁଆଲ ପ୍ରପଟି ରାଇଟ୍ ଓ କମ୍ପିଟିସନଲ”ରେ ମଧ୍ୟ ସ୍ବର୍ଣ୍ଣ ପଦକଲାଭ କରିଥିଲେ। ସେ ଉତ୍କଳ ବିଶ୍ବବିଦ୍ୟାଳୟ ଆଇନ୍ ମହାବିଦ୍ୟାଳୟରୁ ବି “ଏଲଏଲବିରେ” ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ। ସେ ସର୍ବଭାରତୀୟ ବାର ପରୀକ୍ଷାରେ ମଧ୍ୟ ସଫଳତା ହାସଲ କରିଛନ୍ତି।

ବହୁ ଜ୍ଞାନର ଅଧିକାରୀ ଦେବଦତ୍ତ ମହାରାଷ୍ଟ୍ରର ଜାତୀୟ ଆଇନ୍ ବିଶ୍ବବିଦ୍ୟାଳୟରୁ ମେଡ଼ିକାଲ “ଜୁରିସପୁଡ଼େନ୍ସି ଆଣ୍ଡ ଇନଭେଷ୍ଟିଗେସନ” ବିଷୟରେ ଏ ଗ୍ରେଡ଼ରେ ଉତୀନ୍ନ ହୋଇଥିଲେ। ବେଙ୍ଗାଲୁରସ୍ଥିତ ନ୍ୟାସନାଲ ଲ ସ୍କୁଲ ଅଫ ଇଣ୍ଡିଆନ୍ ୟୁନିଭରସିଟିରୁ “ସାଇବର ଲ ଆଣ୍ଡ ସାଇବର ଫୋରେନସିକ୍” ବିଷୟରେ ଏ+ ଗ୍ରେଡ଼ରେ ସଫଳତା ହାସଲକରିଛନ୍ତି। କେନ୍ଦ୍ର ସରକାରଙ୍କର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଇଲୋକଟ୍ରେନିକ୍ସ “ଡ଼ିଜିଟାଲ ଫେରେନସିକ” ସାର୍ଟିପିକେଟ କୋର୍ସରେ ମଧ୍ୟ ଏ ଗ୍ରେଡ଼ରେ ଉତୀର୍ଣ୍ଣ ହୋଇଛନ୍ତି।

ସେହିଭଳି ୟୁଏନ୍ଓଡ଼ିସି ( UNODC) ପକ୍ଷରୁ “ଟ୍ରାନ୍ସନ୍ୟାସନାଲ୍ ଅର୍ଗାନାଇଜ୍ଡ୍ କ୍ରାଇମ୍ କୁ ବୁଝିବା ଆତଙ୍କବାଦର ମୁକାବିଲା କରିବା ଏବଂ ଧ୍ୱଂସକାରୀ ଅସ୍ତ୍ରଶସ୍ତ୍ରର ବିସ୍ତାର, ଅତଙ୍କରାଜ୍ କାର୍ଯ୍ୟକଳାପ, ରାସାୟନିକ, ଜୈବିକ, ରେଡିଓ ଲୋଜିକାଲ ଏବଂ ନିଉକ୍ଲିୟର ଆତଙ୍କବାଦ” ବିରୋଧରେ ଆନ୍ତର୍ଜାତୀୟ ଆଇନଗତ ଫ୍ରେମୱାର୍କ ଓ ଦୁର୍ନୀତିର ପ୍ରତିରୋଧ ଆଇନରେ ମଧ୍ୟ ଶିକ୍ଷାଲାଭ କରିଛନ୍ତି।

Sambalpur Universityସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୩୩ ତମ ସମାବର୍ତ୍ତନ ଉତ୍ସବ

ସେହିଭଳି କିଟ୍ ବିଶ୍ବବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିରେ (ବିଟେକ୍ ) ଏବଂ ଉତ୍କଳ ବିଶ୍ବବିଦ୍ୟାଳୟରୁ (MBA in Production & Operations Management and Financial Management) ଶିକ୍ଷାଲାଭ କରିଛନ୍ତି।

ସୁପ୍ରିମ କୋର୍ଟର ଖ୍ୟାତନାମା ଅଧିବକ୍ତା ତଥା ଆଡ଼ଭୋକେଟ ଅନ୍ ରେକର୍ଡ଼, ଶ୍ରୀଯୁକ୍ତ ପ୍ରଶାନ୍ତ ଭୂଷଣଙ୍କ ଟିମରେ ଅଧିବକ୍ତା ଭାବେ ମଧ୍ୟ କାର୍ଯ୍ୟରତ। ମାମଲା, ବିଶେଷକରି ଜନସ୍ବାର୍ଥ ମାମଲା, ଖଣିନିୟମ ଉଳଙ୍ଘନ, ଦଳିତ, ସଂଖ୍ୟାଲଘୁ ସର୍ମ୍ପକୀତ ମାମଲା, କର୍ମଚାରୀ ସମସ୍ୟା ସମ୍ପର୍କିତ ଓ ପରିବେଶ ସର୍ମ୍ପକିତ ସମସ୍ତ ମାମଲା ଉପରେ ତାଙ୍କର ପ୍ରାଥମିକତା ରହିଛି।

ଦେବଦତ୍ତ ହେଉଛନ୍ତି ବରିଷ୍ଟ ସାମ୍ବାଦିକ ଅମ୍ବିକା ପ୍ରସାଦ କାନୁନଗୋ ଏବଂ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରି ଶ୍ରୀମତୀ ଚଞ୍ଚଳା କାନୁନଗୋଙ୍କ ଏକମାତ୍ର ପୁତ୍ର ଅଟନ୍ତି।

Odisha Sambalpur University