Advertisment

ସ୍କୁଲରେ ନାହିଁ ପାନୀୟ ଜଳ ବ୍ୟବସ୍ଥା: ନାଳ ପାଣି ପିଉଛନ୍ତି ଛାତ୍ରଛାତ୍ରୀ

୨୦୦୬ ମସିହାରେ ଏହି ସ୍କୁଲଟି ସ୍ଥାପିତ ହୋଇଥିଲା। ଡିମ୍ବିରିପଙ୍କାଳ ସମେତ ରାଜୀମେରା, ବାଲିପଙ୍କ ଓ ଲୁଣ୍ଡ୍ରିସାହି ଆଦି ଗାଁର ୬୦ରୁ ଅଧିକ ଛାତ୍ରଛାତ୍ରୀ ପଢୁଛନ୍ତି।

Students

Students

Advertisment

ବିଦ୍ୟାଳୟରେ ପାନୀୟ ଜଳ ବ୍ୟବସ୍ଥା ନଥିବାରୁ ଛାତ୍ରଛାତ୍ରୀମାନେ ନାଳ ପାଣି ପିଉଛନ୍ତି। ଏ ଚିତ୍ର ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଦୁର୍ଗମ ମଳାସପଦର୍ ପଞ୍ଚାୟତ ଡିମ୍ବିରିପଙ୍କାଳ ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟର।

Advertisment

୨୦୦୬ ମସିହାରେ ଏହି ସ୍କୁଲଟି ସ୍ଥାପିତ ହୋଇଥିଲା। ଡିମ୍ବିରିପଙ୍କାଳ ସମେତ ରାଜୀମେରା, ବାଲିପଙ୍କ ଓ ଲୁଣ୍ଡ୍ରିସାହି ଆଦି ଗାଁର ୬୦ରୁ ଅଧିକ ଛାତ୍ରଛାତ୍ରୀ ପଢୁଛନ୍ତି। ହେଲେ ବିଦ୍ୟାଳୟରେ ପାନୀୟ ଜଳର ବ୍ୟବସ୍ଥା ନାହିଁ। ନଳକୂଅଟିଏ ବି ନାହିଁ। ଫଳରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଛାତ୍ରଛାତ୍ରୀ ବିଦ୍ୟାଳୟରେ ନିକଟରେ ଥିବା ନାଳରେ ପ୍ଲେଟ ଧୋଇବା ସହ ନାଳର ଦୂଷିତ ପାଣି ପିଉଛନ୍ତି। କିନ୍ତୁ ଗଲା ୧୭ ବର୍ଷ ହେଲା ଏଥିପ୍ରତି ଦୃଷ୍ଟି ଦେଉନି ପ୍ରଶାସନ। କେବଳ ସେତିକି ନୁହେଁ, ସ୍କୁଲର ଛାତରୁ କଂକ୍ରିଟ୍ ଖଣ୍ଡ ଖସୁଛି। ବର୍ଷା ଦିନେ ପାଣି ମଧ୍ୟ ଗଳୁଛି।

ପ୍ରଧାନଶିକ୍ଷକ ତିମି ଗମାଙ୍ଗ କହିଛନ୍ତି, ପାନୀୟ ଜଳର ସମସ୍ୟା ସ୍କୁଲ ପ୍ରତିଷ୍ଠା ଦିନରୁ ରହି ଆସିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର ଆମ ଦୁଃଖ ବୁଝୁ ନାହାନ୍ତି। ପିଲାମାନେ ନାଳ ପାଣି ପିଉଛନ୍ତି। ସ୍କୁଲ କୋଠା ଭାଙ୍ଗି ଗଲାଣି। ତା’ର ମରାମତି କରାଗଲା ପିଲାମାନେ ସୁରକ୍ଷିତ ଭାବେ ବସି ପଢ଼ି ପାରନ୍ତେ।

Advertisment

ମୋହନା ଏବିଇଓ କୁନା ପାତ୍ର କହିଛନ୍ତି, ବିଦ୍ୟାଳୟ ମରାମତି, ପାନୀୟ ଜଳ ସମସ୍ୟା, ବିଦ୍ୟୁତ୍ ସମସ୍ୟା ଓ ପାଚେରୀ ଆଦି ସମସ୍ୟାର ସମାଧାନ ପାଇଁ ପଞ୍ଚାୟତିରାଜ ବିଭାଗକୁ ଦାୟିତ୍ଵ ଦିଆଯାଇଛି। ତେଣୁ ଏହି ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ବିଡ଼ିଓଙ୍କୁ ଅବଗତ କରାଯାଇଛି। ଯଦି ସମାଧାନ ନ ହୁଏ, ତା’ହେଲେ ଉପର ଅଧିକାରୀଙ୍କୁ ଅବଗତ କରାଯିବ।

Drinking Water Problem
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe