Advertisment

୩୧ରେ ହେବାକୁ ଥିବା ସ୍ପେଶାଲ OTET ସ୍ଥଗିତ

ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପ୍ରଥମେ ସ୍ପେଶାଲ୍ OTETକୁ ବାତିଲ କରାଯାଇଥିଲା।

Board Office

Board Office

Advertisment

ଅଗଷ୍ଟ ୩୧ ତାରିଖରେ ହେବାକୁ ଥିବା ସ୍ପେଶାଲ OTETକୁ ସ୍ଥଗିତ ରଖିଛି ମାଧ୍ୟମିକ ଶିକ୍ଷା ପରିଷଦ (BSE)। ଏନେଇ ବିଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Advertisment

ଅନିବାର୍ଯ୍ୟକାରଣ ପାଇଁ ପରୀକ୍ଷା ସ୍ଥଗିତ ରଖାଯାଇଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଏହା ସହିତ ଖୁବ୍‌ଶୀଘ୍ର ଏହି ପରୀକ୍ଷା କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପ୍ରଥମେ ସ୍ପେଶାଲ୍ OTETକୁ ବାତିଲ କରାଯାଇଥିଲା। ଏହା ପରେ ଅଗଷ୍ଟ ୩୧ ତାରିଖରେ ଏହି ପରୀକ୍ଷା କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା।

Advertisment

୩୧ ତାରିଖରେ ଦୁଇଟି ସିଟିଂରେ ହୋଇଥା’ନ୍ତା ସ୍ପେଶାଲ୍ OTET। ସକାଳ ୯ଟାରୁ ୧୧.୩୦ ଯାଏ ପେପର୍‌-୧ ଓ ଦିନ ୨ଟାରୁ ସାଢ଼େ ୪ଟା ଯାଏ ପେପର୍‌-୨ ପରୀକ୍ଷା ହୋଇଥା’ନ୍ତା।

ସୂଚନାଯୋଗ୍ୟ, ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ କ୍ରାଇମବ୍ରାଞ୍ଚ ୮ ଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବୋର୍ଡ ଉପ-ସଭାପତି ନିହାର ମହାନ୍ତି ଓ ତାଙ୍କ ଅଫିସର ଡାଟାଏଣ୍ଟ୍ରୀ ଅପରେଟର ଜିତନ ମହାରଣା।

OTET
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe