Advertisment

ପିଲାଙ୍କ ପାଠପଢ଼ା ଆଗ୍ରହ ବଢ଼ାଇବେ କିପରି?

କଥାରେ ଅଛି ଉତ୍ତମ ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ନିଦ୍ରା ଅତ୍ୟନ୍ତ ଜରୁରୀ ଅଟେ। ସେଥିପାଇଁ ପିଲାମାନଙ୍କୁ ପ୍ରତିଦିନ ଅତିକମରେ ୮ ଘଣ୍ଟା ଶୋଇବାକୁ ଦିଅନ୍ତୁ।

ଅଦ୍ୟତନ ହୋଇଛି
 Spark Your Child's Interest In Reading

Spark Your Child's Interest In Reading

Advertisment

ପ୍ରତ୍ୟେକ ବାପାମାଆ ଚାହାଁନ୍ତି ସେମାନଙ୍କର ପିଲା ଜଣେ ଭଲ ଏବଂ ଦକ୍ଷ ବ୍ୟକ୍ତି ହୋଇ ବାହାରନ୍ତୁ। ବାପାମାଆ ନିଜ ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ କରିବା ହେଉ କିମ୍ବା ଅନ୍ୟ କିଛି କ୍ଷେତ୍ରରେ ସଫଳ କରିବା ପାଇଁ ବହୁ ପ୍ରୟାସ ମଧ୍ୟ କରିଥାନ୍ତି। ସେଥିପାଇଁ ବାପାମାଆ ନିଜ ପିଲାଙ୍କ ଭବିଷ୍ୟତ ପାଇଁ ସବୁବେଳେ ଚିନ୍ତିତ ରହିଥାଆନ୍ତି।

Advertisment

ବର୍ତ୍ତମାନ ସମୟରେ ପିଲାଙ୍କ ପାଠପଢ଼ାରେ ମନ ନ ଲାଗିବା ଏକ ମୁଖ୍ୟ ସମସ୍ୟା ପାଲଟିଛି। ସେଥିପାଇଁ ପିଲାଙ୍କ ପାଠପଢ଼ା କ୍ଷେତ୍ରରେ ବ୍ୟତିକ୍ରମ ଦେଖାଯାଏ। ତେବେ ପିଲାମାନେ କିପରି ସ୍ଥିର ମସ୍ତିଷ୍କରେ ପାଠପଢିବେ ଏହାକୁ ନେଇ ବାପାମା’ମାନେ ସଚେତନ ହେବା ଆବଶ୍ୟକ। ପିଲାଙ୍କର ପାଠପଢ଼ା ପ୍ରତି ଆଗ୍ରହ ବଢ଼ାଇବାକୁ ନେଇ ଶିକ୍ଷା ବିଶେଷଜ୍ଞମାନଙ୍କ କୋତୋଟି ଟିପ୍ସ ବିଷୟରେ ଜାଣନ୍ତୁ।

ପାଠପଢ଼ା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରନ୍ତୁ- ଅଧିକାଂଶ କ୍ଷେତ୍ରରେ ଦେଖାଯାଏ ଘରେ ଉପଯୁକ୍ତ ପାଠପଢ଼ା ପରିବେଶ ନଥିବାରୁ ପିଲାମାନେ ପାଠପଢ଼ାକୁ ନେଇ ଆଗ୍ରହ ପ୍ରକାଶ କରି ନଥାନ୍ତି। ସେଥିପାଇଁ ପିଲାଙ୍କ ପାଠପଢ଼ା ସ୍ଥାନ ଏକ ଶାନ୍ତିପୂର୍ଣ୍ଣ ଏବଂ ଉପଯୁକ୍ତ ଆଲୋକ ବ୍ୟବସ୍ଥା ହେବା ଉଚିତ୍। କଥାରେ ଅଛି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ।

Advertisment

ପିଲାଙ୍କୁ ପ୍ରଶଂସା କରନ୍ତୁ- ପିଲାମାନଙ୍କ ଉପରେ ସବୁବେଳେ ରାଗିବା ଦ୍ୱାରା ତାଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ପିଲାମାନେ କୌଣସି ଛୋଟ ଭଲ କାମ କରିଥିଲେ ମଧ୍ୟ ତାଙ୍କୁ ପ୍ରଶଂସା କରନ୍ତୁ। ଏହାଦ୍ୱାରା ପିଲାମାନେ ଖୁସି ହେବା ସହିତ ପୁଣି ସେହି ଭଲ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ। ଯାହା ଭବିଷ୍ୟତରେ ତାଙ୍କୁ ଆତ୍ମବିଶ୍ୱାସ ଓ ପ୍ରେରଣା ଯୋଗାଇବ। ସେହିଭଳି ପିଲାମାନଙ୍କୁ ପାଠପଢ଼ାରେ ଚାପ ଦେବା ପରିବର୍ତ୍ତେ ସେମାନଙ୍କୁ ପାଠପଢ଼ାରେ ସାହାଯ୍ୟ କରନ୍ତୁ।

ନିଦକୁ ପ୍ରାଥମିକତା ଦିଅନ୍ତୁ- କଥାରେ ଅଛି ଉତ୍ତମ ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ନିଦ୍ରା ଅତ୍ୟନ୍ତ ଜରୁରୀ ଅଟେ। ସେଥିପାଇଁ ପିଲାମାନଙ୍କୁ ପ୍ରତିଦିନ ଅତିକମରେ ୮ ଘଣ୍ଟା ଶୋଇବାକୁ ଦିଅନ୍ତୁ। ତେବେ ଉପଯୁକ୍ତ ବିଶ୍ରାମ ଦ୍ୱାରା ମସ୍ତିଷ୍କ ଅଧିକ କ୍ରିୟାଶୀଳ ଏବଂ ଜ୍ଞାନ ଗ୍ରହଣ କରିବାରେ ସକ୍ଷମ ହୋଇଥାଏ। ଯାହା ପାଠପଢ଼ା ପ୍ରତି ଗଭୀର ଆଗ୍ରହକୁ ବୃଦ୍ଧି କରିଥାଏ।

ଖେଳକୁଦ ସହ ପୁଷ୍ଟିକର ଖାଦ୍ୟ ଦିଅନ୍ତୁ- ପାଠପଢ଼ାରେ ସଫଳତା ପାଇଁ ସୁସ୍ଥ ଶରୀର ଓ ମନର ଆବଶ୍ୟକତା ରହିଛି। ସେଥିପାଇଁ ପିଲାମାନଙ୍କୁ ପ୍ରତିଦିନ ଖେଳିବା ପାଇଁ ଉପଯୁକ୍ତ ସମୟ ଦିଅନ୍ତୁ। ତା ସହିତ ଜଙ୍କ୍ ଫୁଡ୍ ଠାରୁ ଦୂରେଇ ରଖି ସନ୍ତୁଳିତ ଖାଦ୍ୟ ଖାଇବାକୁ ଦିଅନ୍ତୁ। ଯେପରି ପନିପରିବା ଏବଂ ପୁଷ୍ଟିଯୁକ୍ତ ଖାଦ୍ୟ ଖାଇବାକୁ ଦିଅନ୍ତୁ। ତେବେ ଏହି ଅଭ୍ୟାସଗୁଡ଼ିକ ପିଲାମାନଙ୍କର ସାମଗ୍ରିକ ବିକାଶ ସହ ଶିକ୍ଷାଗତ ପ୍ରଦର୍ଶନକୁ ବୃଦ୍ଧି କରିପାରେ।

Odisha Education
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe