Advertisment

ସ୍ପେଶାଲ ଓଟିଇଟି: କିଏ କେମିତି କରିଥିଲା ପ୍ରଶ୍ନପତ୍ର ଲିକ୍ , ୨ ଶିକ୍ଷକ ନେତାଙ୍କ ସମେତ ୬ ଗିରଫ

ତଦନ୍ତରୁ ଜଣାପଡ଼ିଛି ଯେ କଟକସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ(ବିଏସଇ)ର ଉପସଭାପତିଙ୍କ ଅଫିସରେ ଡାଟା ଏଂଟ୍ରି ଅପରେଟର ଜିତନ ମହାରଣା ଅନୈତିକ ଭାବେ ବିଏସ୍‌ଇର ଉପାଧ୍ୟକ୍ଷଙ୍କ ଲାପଟପରୁ ପ୍ରଶ୍ନପତ୍ର ହାସଲ କରିଥିଲେ । ଡାଟା ଏଂଟ୍ରି ଅପରେଟର ଜିତନ ମହାରଣା ଫୋନ-ପେ ମାଧ୍ୟମମରେ ୨.୫୦ଲକ୍ଷ ଟଙ୍କା ପାଇଥିଲେ ।

Board Office

Board Office

Advertisment

ସ୍ପେଶାଲ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ରାଜ୍ୟ କ୍ରାଇମବ୍ରାଂଚ ୬ଜଣଙ୍କୁ ଗିରଫ କରିଛି । ଚଳିତମାସ ୨୦ତାରିଖରେ ଏହି ପରୀକ୍ଷା ହେବାର ଥିଲା କିନ୍ତୁ ୧୯ତାରିଖରେ ପ୍ରଶ୍ନପତ୍ର ଭାଇରାଲ ହେବାପରେ ରାଜ୍ୟ ସରକାର ଏହି ପରୀକ୍ଷାକୁ ଦିନକ ପୂର୍ବରୁ ବାତିଲ କରିଦେଇଥିଲେ । ଏହି ପ୍ରଶ୍ନପତ୍ର ଲିକ୍ ମାମଲାରେ ୨ଜଣ ଶିକ୍ଷକ ନେତାଙ୍କ ସମେତ କଟକସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ ଉପସଭାପତିଙ୍କ କାର୍ଯ୍ୟାଳୟର ଡାଟା ଏଂଟ୍ରି ଅପରେଟରଙ୍କୁ କ୍ରାଇମବ୍ରାଂଚ ଗିରଫ କରିଛି ।

Advertisment

କିଏ କରିଥିଲେ ଅଭିଯୋଗ ଓ ଗିରଫ ଅଭିଯୁକ୍ତଙ୍କ ତାଲିକା

କଟକ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ(ବିଏସଇ)ର ଏଷ୍ଟାବ୍ଲିସମେଂଟ ଅଫିସର ବୁଲବୁଲ ବେହେରାଙ୍କ ଅଭିଯୋଗ ଆଧାରରେ କ୍ରାଇମବ୍ରାଂଚ ତଦନ୍ତ କରିଥିଲା । ସ୍ପେଶାଲ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେବାନେଇ ପ୍ରଥମେ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଉପସଭାପତି ୧୯ତାରିଖ ରାତି ୧୦ଟା ୪୫ମିନିଟରେ ଦେଖିବା ପରେ ଏହି ପରୀକ୍ଷାକୁ ସ୍ଥଗିତ ରଖିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା । କ୍ରାଇମବ୍ରାଂଚ ତଦନ୍ତ ପରେ ଏହି ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଇଛି ।

ଜିତନ ମହାରଣା (କଟକ,ଗୋପାଳପୁର)

ବିଜୟ କୁମାର ମିଶ୍ର (୫୩ବର୍ଷ) - ରାୟଗଡ଼ା,ଆମ୍ବଦୋଳା)

ସନାତନ ବିଷୋୟୀ (୫୧) - କୋରାପୁଟ, ସାଗରଗୁଡ଼ା 

ରାମଜୀ ପ୍ରସାଦ ଗୁପ୍ତା (୫୧)  - କଟକ,ବାଦାମବାଡ଼ି, ଗୁପ୍ତା ନିବାସ

ଅଜୟ କୁମାର ସାହୁ (୪୩)  - ଗଞ୍ଜାମ,ବୈଦ୍ୟନାଥପୁର

ଜୟନ୍ତ କୁମାର ରାଉତ (୪୪)- ବାଲେଶ୍ୱର, ରୂପସା

କେମିତି ହୋଇଥିଲା ପ୍ରଶ୍ନପତ୍ର ଲିକ୍

ତଦନ୍ତରୁ ଜଣାପଡ଼ିଛି ଯେ କଟକସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ(ବିଏସଇ)ର ଉପସଭାପତିଙ୍କ ଅଫିସରେ ଡାଟା ଏଂଟ୍ରି ଅପରେଟର ଜିତନ ମହାରଣା ଅନୈତିକ ଭାବେ ବିଏସ୍‌ଇର ଉପାଧ୍ୟକ୍ଷଙ୍କ ଲାପଟପରୁ ପ୍ରଶ୍ନପତ୍ର ହାସଲ କରିଥିଲେ ।

Advertisment

ସେ ଏହାକୁ ରାଜ୍ୟ ଏକ୍ସ-କ୍ୟାଡର ଶିକ୍ଷକ ସଙ୍ଗଠନର କାର୍ଯ୍ୟକାରୀ ସଭାପତି ବିଜୟ ମିଶ୍ର ଓ କୋରାପୁଟ ଜିଲ୍ଲା ଏକ୍ସ-କ୍ୟାଡର ଶିକ୍ଷକ ସଙ୍ଗଠନର ସଭାପତି ସନାତନ ବିଶୋୟୀଙ୍କୁ ପ୍ରଦାନ କରିଥିଲେ ।  ଏହି ବ୍ୟକ୍ତିମାନେ ପୂର୍ବ ସ୍ପେଶାଲ୍ ଓଟିଇଟି ପରୀକ୍ଷାରେ ଅସଫଳ ହୋଇଥିବା ଶିକ୍ଷକମାନଙ୍କୁ ଆକୃଷ୍ଟ କରି ରାମଜୀ ପ୍ରସାଦ ଗୁପ୍ତା, ଅଜୟ ସାହୁ ଓ ଜୟନ୍ତ କୁମାର ରାଉତଙ୍କ ମାଧ୍ୟମରେ ଲିକ୍ ହୋଇଥିବା ପ୍ରଶ୍ନପତ୍ର ବିକ୍ରି କରିଥିଲେ । ଅଭିଯୁକ୍ତମାନେ ଏହି ପ୍ରଶ୍ନପତ୍ର ବଦଳରେ ଶିକ୍ଷକମାନଙ୍କଠାରୁ ବ୍ୟାଙ୍କ ଟ୍ରାନ୍ସଫର ଓ ନଗଦ ଟଙ୍କା ଗ୍ରହଣ କରିଥିଲେ । ଚାକିରି ନିୟମିତକରଣ ଓ ବେତନ ବୃଦ୍ଧି ପାଇଁ ଆଶାୟୀ ଶିକ୍ଷକମାନଙ୍କୁ ଶୋଷଣ କରି ପ୍ରଶ୍ନପତ୍ର ବିକ୍ରି କରିବା ଏହି ଷଡ଼ଯନ୍ତ୍ରର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଡାଟା ଏଂଟ୍ରି ଅପରେଟର ଜିତନ ମହାରଣା ଫୋନ-ପେ ମାଧ୍ୟମମରେ ୨.୫୦ଲକ୍ଷ ଟଙ୍କା ପାଇଥିଲେ । ଅନ୍ୟ ଅଭିଯୁକ୍ତଙ୍କ ଆକାଉଂଟ ଯାଂଚ ଚାଲିଛି, କାରଣ ଏହି ରାକେଟ ବିଭିନ୍ନ ଜିଲ୍ଲାରେ ସକ୍ରିୟ ଥିବା ସନ୍ଦେହ କରାଯାଉଛି ଏବଂ ପୀଡ଼ିତଙ୍କଠାରୁ ପ୍ରଚୁର ଅର୍ଥ ସଂଗ୍ରହ କରିଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କର ମୋବାଇଲ ଫୋନ୍ ସମେତ ଇଲେକ୍ଟ୍ରୋନିକ ଉପକରଣ ଓ ଲିକ୍ ହୋଇଥିବା ପ୍ରଶ୍ନପତ୍ର ଜବତ କରାଯାଇଛି ।

ଆଇନଗତ କାର୍ଯ୍ୟାନୁଷ୍ଠାନ

ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ବୁଧବାର(ଜୁଲାଇ ୩୦ରେ)କୋର୍ଟରେ ହାଜର ପରେ ଜେଲକୁ ପଠାଇ ଦିଆଯାଇଛି । ଅନ୍ୟ ସହଯୋଗୀଙ୍କୁ ଚିହ୍ନଟ କରିବା ଓ ସେମାନଙ୍କ ସଂପୃକ୍ତି ଯାଂଚ ନିମନ୍ତେ କ୍ରାଇମବ୍ରାଂଚ ପକ୍ଷରୁ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।

BSE
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe