/odisha-reporter/media/post_attachments/uploadimage/library/16_9/16_9_0/IMAGE_1704522879.jpg)
Representative Image
ଷ୍ଟାଫ୍ ସିଲେକ୍ସନ କମିଶନ୍ (SSC) ଜୁନିୟର ଇଞ୍ଜିନିୟର (JE) ୨୦୨୩ର ଫାଇନାଲ୍ ରେଜଲ୍ଟ ପ୍ରକାଶ କରିଛି। ସିଭିଲ୍, ମେକାନିକାଲ୍ ଏବଂ ଇଲେକ୍ଟ୍ରିକାଲ୍ ବିଭାଗରେ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କ ଫଳାଫଳ ପ୍ରକାଶ ପାଇଛି। ରେଜଲ୍ଟ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍ ssc.nic.in ଚେକ୍ କରନ୍ତୁ।
Advertisment
ଜୁନିଅର ଇଞ୍ଜିନିୟର ନିଯୁକ୍ତି ପାଇଁ ଗତବର୍ଷ ଡିସେମ୍ବର ୧୪ରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଲିଖିତ ପରୀକ୍ଷା କରାଯାଇଥିଲା। ଯେଉଁମାନେ ଲିଖିତ ପରୀକ୍ଷାରେ ସର୍ଟଲିଷ୍ଟ ହୋଇଛନ୍ତି, ସେମାନେ ବର୍ତ୍ତମାନ ଡକ୍ୟୁମେଣ୍ଟ ଭେରିଫିକେସନ ରାଉଣ୍ଡ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଡକ୍ୟୁମେଣ୍ଟ୍ ଯାଞ୍ଚ ରାଉଣ୍ଡ ବିଷୟରେ ସବିଶେଷ ତଥ୍ୟ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ।
ରେଜଲ୍ଟ ଅନୁସାରେ, ପରବର୍ତ୍ତୀ ଚୟନ ପ୍ରକ୍ରିୟା ପାଇଁ ମୋଟ ୧୩୭୪ ପ୍ରାର୍ଥୀ ତାଲିକାଭୁକ୍ତ ହୋଇଛନ୍ତି।
Advertisment
କିପରି ଜାଣିବେ ରେଜଲ୍ଟ
- ଅଫିସିଆଲ୍ ୱେବସାଇଟ୍, ssc.nic.in ଭିଜିଟ୍ କରନ୍ତୁ।
- ରେଜଲ୍ଟ ଟ୍ୟାବରେ ଲେଖା ଥିବା 'JE' ଉପରେ କ୍ଲିକ୍ କରନ୍ତୁ।
- ଜୁନିୟର ଇଞ୍ଜିନିୟର (ସିଭିଲ୍, ମେକାନିକାଲ୍ ଏବଂ ଇଲେକ୍ଟ୍ରିକାଲ୍) ପରୀକ୍ଷା, ୨୦୨୩ ରେଜଲ୍ଟ ଲେଖାଥିବା ସାଇଟ୍ ଉପରେ କ୍ଲିକ୍ କରନ୍ତୁ।
- ଏହାପରେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କ ରୋଲ୍ ନଂ ପିଡିଏଫ୍ ଫାଇଲରେ ପାଇଯିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
