ରାଜ୍ୟରେ ଶିକ୍ଷାର ମାନ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷାରମାନ ଦ୍ରୁତ ଗତିରେ ହ୍ରାସ ପାଉଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ତଥାଗତ ସତପଥୀ। ଏଥିପାଇଁ ସେ ବିଦ୍ୟାଳୟରେ ଶିକ୍ଷକ ଅଭାବ ସହିତ ସରକାରୀ ପ୍ରୋତ୍ସାହନ ଅଭାବକୁ ଦାୟୀ କରିଛନ୍ତି।
ଖୋର୍ଦ୍ଧା ଜଟଣୀରେ ଆୟୋଜିତ ପାଣ୍ଡବ ଜେନା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ସମାରୋହ ଅବସରରେ ଏପରି କହିଛନ୍ତି ତଥାଗତ। ତେବେ ସଭା ମଞ୍ଚରେ ତଥାଗତ କହିଥିଲେ, ୨୦୧୩ ମସିହା ପୂର୍ବରୁ ଆମେ ଇଂରାଜିରେ ଆମ ରାଜ୍ୟର ନାଁ ORISSA ବୋଲି ଲେଖୁଥିଲୁ। ହେଲେ ଏବେ ODISHA ବୋଲି ଲେଖୁଛୁ। କିଛି IAS ଅଫିସର ସେମାନଙ୍କ ଉଚ୍ଚାରଣ ସୁବିଧା ପାଇଁ ଏହା ପରିବର୍ତ୍ତନ କରିଥିବା ଅଭିଯୋଗ ଉଠାଇଛନ୍ତି ତଥାଗତ।
Also Read
ତେବେ ଏ ନେଇ ରାଜ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Education
ଷ୍ଟାଫ୍ ସିଲେକ୍ସନ୍ କମିଶନରୁ ହଟିନି ଦୁର୍ନୀତି ଓ ଅନିୟମିତତାର ଦାଗ !
ପିଲାଙ୍କୁ ଗ୍ରେସ ମାର୍କ ଦେବା ବାହାନାରେ ଅନିୟମିତତା କରାଯାଉଥିବା ଅଭିଯୋଗ ହେଉଛି।

Education
ଶିକ୍ଷାଗତ ଯୋଗ୍ୟତା ଅନୁସାରେ କାହିଁକି ଭାରତୀୟ ପାଉନାହାନ୍ତି ଚାକିରି?
କେବଳ ୮.୨୫ ଗ୍ରାଜ୍ୟୁଏଟ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଭାରତରେ ଚାକିରି କରିବାକୁ ସକ୍ଷମ ହୋଇଛନ୍ତି।

Education
ଓଡ଼ିଶାରେ ଉଚ୍ଚଶିକ୍ଷାର ବିକଟାଳ ଚିତ୍ର: ୧୭ ସରକାରୀ ୟୁନିର୍ଭସିଟିରେ ଅଛନ୍ତି ମାତ୍ର ୩୫% ଅଧ୍ୟାପକ
ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ବିଜେଡି ସରକାର ଭିତ୍ତିଭୂମିର ଯାଂଚ ନକରି ଯେଉଁ ସବୁ କଲେଜକୁ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରି ଦେଇଥିଲା ସେଗୁଡ଼ିକରେ ମଞ୍ଜୁରୀପ୍ରାପ୍ତ ସବୁ ବର୍ଗର ଅଧ୍ୟାପକ ପଦବୀ ଖାଲି ପଡ଼ିଛି । କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ଓ ଜୟପୁରରୁ ବିକ୍ରମଦେବ ବିଶ୍ୱବିଦ୍ୟାଳୟର ସମସ୍ତ ମଞ୍ଜୁରୀପ୍ରାପ୍ତ ପଦବୀ ଏବେବି ଖାଲି ପଡ଼ିଛି ।

Education
କିଟ୍ ନେଉଛି ଚଢ଼ା ଫି’, ୱେବସାଇଟରୁ ଉଡ଼ାଇଲା ତଥ୍ୟ!
ଶ୍ରୀକ୍ରିଷ୍ଣା କମିଟିର ସୁପାରିଶ ସୀମାକୁ ଫୁ କରି ଉଡ଼ାଇ ଦେଇଥିଲା କିଟ୍। ନିଜ ଇଚ୍ଛାରେ ପିଲାଙ୍କଠାରୁ ସେମିଷ୍ଟର ପିଛା 1 ଲକ୍ଷ 75 ହଜାର ଟଙ୍କା ଅର୍ଥାତ୍ ବାର୍ଷିକ 3 ଲକ୍ଷ 50 ହଜାର ଟଙ୍କା ଆଦାୟ କରୁଥିଲା। ଅର୍ଥାତ୍ ବାର୍ଷିକ ଅତି କମରେ ପ୍ରାୟ 1 ଲକ୍ଷ 60 ହଜାର ଟଙ୍କା ଅଧିକ ଆଦାୟ କରୁଥିଲା କିଟ୍।

Education
ଅଷ୍ଟମ ଶ୍ରେଣୀର ୫୦%ରୁ ଅଧିକ ପିଲାଙ୍କୁ ଆସୁନି ‘ହରଣ’: ବିଧାନସଭାରେ ମନ୍ତ୍ରୀଙ୍କ ଦମ୍ଭୋକ୍ତି- ଜାତୀୟ ଅନୁପାତଠୁ ଆମେ ଭଲରେ ଅଛୁ
ଅସର’ ସର୍ବେକ୍ଷଣ ରିପୋର୍ଟ -୨୦୨୪ ଅନୁସାରେ ‘ଫେଡ଼ାଣ’ ସମାଧାନ କରିପାରୁଥିବା ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬୯.୫ ପ୍ରତିଶତ ରହିଛି । ବିଗତ ଏକ ଦଶନ୍ଧି ମଧ୍ୟରେ ପ୍ରାୟ ୬% ପଏଂଟ ବଢ଼ିଛି । ଅର୍ଥାତ୍ ୨୦୧୪ ମସିହାରେ ଅଷ୍ଟମରେ ପଢ଼ୁଥିବା ୬୩.୪ ପ୍ରତିଶତ ପିଲା ଫେଡ଼ାଣ ସମାଧାନ କରିପାରୁଥିବାବେଳେ ୨୦୨୪ରେ ଏହି ହାର ୬୯.୫ ପ୍ରତିଶତ ରହିଛି ।