Advertisment

ରାଜ୍ୟରେ ଶିକ୍ଷାର ମାନ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି: ତଥାଗତ

ଖୋର୍ଦ୍ଧା ଜଟଣୀରେ ଆୟୋଜିତ ପାଣ୍ଡବ ଜେନା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ସମାରୋହ ଅବସରରେ ଏପରି କହିଛନ୍ତି ତଥାଗତ।

ଅଦ୍ୟତନ ହୋଇଛି
BJD

Tathagata Satpathy

Advertisment

ରାଜ୍ୟରେ ଶିକ୍ଷାର ମାନ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷାରମାନ ଦ୍ରୁତ ଗତିରେ ହ୍ରାସ ପାଉଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ତଥାଗତ ସତପଥୀ। ଏଥିପାଇଁ ସେ ବିଦ୍ୟାଳୟରେ ଶିକ୍ଷକ ଅଭାବ ସହିତ ସରକାରୀ ପ୍ରୋତ୍ସାହନ ଅଭାବକୁ ଦାୟୀ କରିଛନ୍ତି।

Advertisment

ଖୋର୍ଦ୍ଧା ଜଟଣୀରେ ଆୟୋଜିତ ପାଣ୍ଡବ ଜେନା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ସମାରୋହ ଅବସରରେ ଏପରି କହିଛନ୍ତି ତଥାଗତ। ତେବେ ସଭା ମଞ୍ଚରେ ତଥାଗତ କହିଥିଲେ, ୨୦୧୩ ମସିହା ପୂର୍ବରୁ ଆମେ ଇଂରାଜିରେ ଆମ ରାଜ୍ୟର ନାଁ ORISSA ବୋଲି ଲେଖୁଥିଲୁ। ହେଲେ ଏବେ ODISHA ବୋଲି ଲେଖୁଛୁ। କିଛି IAS ଅଫିସର ସେମାନଙ୍କ ଉଚ୍ଚାରଣ ସୁବିଧା ପାଇଁ ଏହା ପରିବର୍ତ୍ତନ କରିଥିବା ଅଭିଯୋଗ ଉଠାଇଛନ୍ତି ତଥାଗତ।

ତେବେ ଏ ନେଇ ରାଜ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Tathagata Satpathy Odisha Education BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe