Advertisment

ଜନ ଅଭିଯୋଗ ଶୁଣାଣିକୁ ପଶିଆସିଲେ ଛାତ୍ରଛାତ୍ରୀ; କହିଲେ- ଜିଲ୍ଲାପାଳ ସାର, ଆମ ସ୍କୁଲରେ ଶିକ୍ଷକ ନାହାନ୍ତି, କେମିତି ପଢ଼ିବୁ ପାଠ?

ସ୍କୁଲରେ ଶିକ୍ଷକ ପଦବୀ ପୂରଣ ପାଇଁ ଅଭିଭାବକମାନେ ବ୍ଲକ ଶିକ୍ଷା ଅଧିକାରୀ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ହୋଇନଥିଲା।

ଅଦ୍ୟତନ ହୋଇଛି
student

student

Advertisment

‘ଜିଲ୍ଲାପାଳ ସାର୍‌ ପରୀକ୍ଷା ପାଖେଇ ଆସିଲାଣି। ଆମ ସ୍କୁଲରେ ଆବଶ୍ୟକ ଶିକ୍ଷକ ନାହାନ୍ତି। ଆମେ ପାଠ ପଢ଼ିବା ପାଇଁ ହଇରାଣ ହେଉଛୁ।’ ଜନ ଅଭିଯୋଗ ଶୁଣାଣି ଶିବିର ଭିତରକୁ ପଶି ଆସି ଜିଲ୍ଲାପାଳଙ୍କ ନିକଟରେ ଏପରି ଗୁହାରି କଲେ କୁନି କୁନି ପିଲା। ଜିଲ୍ଲାପାଳ ମଧ୍ୟ ସମସ୍ୟାର ସମାଧାନ କରାଯିବ ପିଲାମାନଙ୍କୁ ପ୍ରତିଶ୍ରୁତି ଦେଲେ। ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ।

Advertisment

ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି ଶିବିର ଚାଲିଥିଲା। ଶିବିରରେ ଜିଲ୍ଲାପାଳଙ୍କ ସହିତ ଏସପି, ଦୁଇଜଣ ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ବିଭାଗୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଲୋକମାନେ ଆସି ସେମାନଙ୍କ ଅଭିଯୋଗ କହୁଥିଲେ। ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ସେମାନଙ୍କ ଅଭିଯୋଗ ଶୁଣିବା ସହ ସମସ୍ୟା ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଉଥିଲେ। ଏହି ସମୟରେ ହଠାତ କିଛି ଛାତ୍ରଛାତ୍ରୀ ଶିବିର ଭିତରକୁ ପଶି ଆସିଥିଲେ। ସେମାନଙ୍କୁ ଦେଖି ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତୁମେମାନେ କୁଆଡେ ଆସିଛ ବୋଲି ଅଧିକାରୀମାନେ ପିଲାମାନଙ୍କୁ ପଚାରିଥିଲେ।

ପିଲାମାନେ ଏକ ସ୍ୱରରେ ଜିଲ୍ଲାପାଳଙ୍କୁ କହିଥିଲେ, “ସାର୍‌, ସ୍କୁଲରେ ଆବଶ୍ୟକ ଶିକ୍ଷକ ନାହାନ୍ତି। ଆମେ ପାଠ ପଢ଼ିବା ପାଇଁ ହଇରାଣ ହେଉଛୁ। ପରୀକ୍ଷା ପାଖେଇ ଆସିଲାଣି।”

Advertisment

ଜିଲ୍ଳାପାଳ ପିଲାମାନଙ୍କ ଅଭିଯୋଗ ଶୁଣିଥିଲେ। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ପିଲାମାନେ ଫେରି ଯାଇଥିଲେ।

ଏହି ପିଲାମାନେ ଭଦ୍ରକ ବ୍ଲକ ହରିପୁର ପଞ୍ଚାୟତର ଭଟ୍ଟପୁର ସରକାରୀ ପ୍ରାଥମିକ ଵିଦ୍ୟାଳୟର ଛାତ୍ରଛାତ୍ରୀ। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ରହିଛି। ୫ଟି ଶ୍ରେଣୀରେ ମୋଟ ୫୭ ପିଲା ପାଠ ପଢ଼ନ୍ତି। ହେଲେ ଏହି ସ୍କୁଲରେ ଜଣେ ସ୍ଥାୟୀ ଶିକ୍ଷକ ଥିବା ବେଳେ ଆଉ ଜଣେ ଶିକ୍ଷକ ଡେପୁଟିସନରେ ଆସୁଛନ୍ତି। ସେ ମଧ୍ୟ ସବୁଦିନ ସ୍କୁଲ ଆସୁନାହାନ୍ତି। ଫଳରେ ପିଲାମାନେ ପାଠ ପଢ଼ିବାରେ ଅସୁବିଧା ହେଉଛି। ସେମାନଙ୍କ କୋର୍ସ ପଛାଇଯାଉଛି। ଜଣେ ଶିକ୍ଷକ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଇବା ସମ୍ଭବ ହେଉନାହିଁ। ଫଳରେ ପିଲାମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପିଲାମାନଙ୍କ ପାଠପଢ଼ାକୁ ନେଇ ଅଭିଭାବକମାନେ ଚିନ୍ତାରେ ପଡ଼ିଯାଇଛନ୍ତି।

ସ୍କୁଲରେ ଶିକ୍ଷକ ପଦବୀ ପୂରଣ ପାଇଁ ଅଭିଭାବକମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ହୋଇନଥିଲା। ଶେଷରେ ଅଭିଭାବକମାନେ ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ଜନ ଅଭିଯୋଗ ଶୁଣାଣିକୁ ଆସିଥିଲେ। ପିଲାମାନେ ଜିଲ୍ଲାପାଳଙ୍କୁ ସେମାନଙ୍କ ସମସ୍ୟା ସଂପର୍କରେ କହିଥିଲେ।

ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି, ତୁରନ୍ତ ଏନେଇ ପଦକ୍ଷେପ ନିଆଯିବ। ଯାହା ଦ୍ୱାରା ଶିକ୍ଷାଦାନରେ କୌଣସି ସମସ୍ୟା ରହିବ ନାହିଁ।

Student Protest Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe