Advertisment

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ତେଜିଲା ଛାତ୍ର ଆନ୍ଦୋଳନ

ଏଭଳି ଡ଼ଙ୍ଗରେ ସେମିଷ୍ଟାର କରାଯିବ ତେବେ ଆମ ମାନଙ୍କର ଭବିଷ୍ୟତ ଯାହା ହେବ ସେନେଇ ରେଭେନ୍ସା କତ୍ତୃପକ୍ଷ ଦାୟି ବୋଲି ଛାତ୍ରଛାତ୍ରୀ କହିଛନ୍ତି।

protest

protest

Advertisment

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ତେଜିଲା ଛାତ୍ର ଆନ୍ଦୋଳନ। ଯୁକ୍ତ ୩ ପ୍ରଥମ ବର୍ଷ ପାଠ୍ୟକ୍ରମର ପ୍ରଥମ ବର୍ଷ ସେମିଷ୍ଟାର ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ ଦାବି। ରେଜିଷ୍ଟ୍ରାର କାର୍ଯ୍ୟଳୟ ସାମ୍ନାରେ ବିଭିନ୍ନ ବିଭାଗର ଶତାଧିକ ଛାତ୍ରଛାତ୍ରୀଙ୍କ ଧାରଣା ଦେଇଛନ୍ତି। କଳା ବ୍ୟାଜ୍ ପିନ୍ଧି ନ୍ୟାୟ ଦାବିରେ ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି।

Advertisment

ନିୟମ ଅନୁସାରେ ୯୦ ଦିନର ପାଠ୍ୟକ୍ରମ ପରେ ସେମିଷ୍ଟାର ହେବା ରହିଛି। କିନ୍ତୁ ୫୫ ଦିନର ପାଠପଢ଼ା ମଧ୍ୟରେ ସେମିଷ୍ଟାର ତାରିଖ ଘୋଷଣା ହେବା ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯଦି ଏଭଳି ଡ଼ଙ୍ଗରେ ସେମିଷ୍ଟାର କରାଯିବ ତେବେ ଆମ ମାନଙ୍କର ଭବିଷ୍ୟତ ଯାହା ହେବ ସେନେଇ ରେଭେନ୍ସା କତ୍ତୃପକ୍ଷ ଦାୟି ବୋଲି ଛାତ୍ରଛାତ୍ରୀ କହିଛନ୍ତି।

ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର ପରୀକ୍ଷା କଣ୍ଟ୍ରୋଲର। ଛାତ୍ରଛାତ୍ରୀ ମାନେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସତ। ବର୍ତ୍ତମାନ ପରିସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରାଯିବ। ଓ ଶୀଘ୍ର ଏହି ଦିଗରେ ନିଷ୍କର୍ଷ ଆସିବ ବୋଲି କହିଛନ୍ତି କଣ୍ଟ୍ରୋଲର ପ୍ରଫେସର ପତିତପାବନ ମିଶ୍ର।

Advertisment
Student Protest Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe