Advertisment

ଅନ୍‌ଲାଇନ୍‌ ଫିଡ୍ ବ୍ୟାକ୍‌: ଅଧ୍ୟାପକଙ୍କ ପାଠପଢ଼ାରେ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ, ରିପୋର୍ଟ ମାଗିଲା ଉଚ୍ଚଶିକ୍ଷା ବିଭାଗ

ପାଠପଢା ଓ ଅଧ୍ୟାପକଙ୍କ ବ୍ୟବହାର ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନଲାଇନ ଫିଡ୍ ବ୍ୟାକ୍ ବ୍ୟବସ୍ଥା ରହିଛି। ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ କଲେଜ ଅଧ୍ୟାପକଙ୍କ ସମ୍ପର୍କିତ କିଛି ପ୍ରଶ୍ନ ପଚରା ଯାଇଛି।

ଅଦ୍ୟତନ ହୋଇଛି
undefined

Students

Advertisment

ଅଧ୍ୟାପକଙ୍କ ପାଠପଢ଼ାରେ ସନ୍ତୁଷ୍ଟ ନାହାନ୍ତି ଛାତ୍ରଛାତ୍ରୀ। ଅନ୍‌ଲାଇନ୍‌ ଫିଡ୍ ବ୍ୟାକ୍ ବ୍ୟବସ୍ଥାରେ ଉଚ୍ଚଶିକ୍ଷା ବିଭାଗ ପାଖରେ ପହଞ୍ଚିଛି ଏହି ଅଭିଯୋଗ। ଛାତ୍ରଛାତ୍ରୀଙ୍କ ଠାରୁ ଏହିଭଳି ମାଳ ମାଳ ଅଭିଯୋଗ ପାଇବା ପରେ ସମ୍ପୃକ୍ତ କଲେଜଗୁଡିକୁ ରିପୋର୍ଟ ମାଗିଛି ଉଚ୍ଚ ଶିକ୍ଷା ବିଭାଗ। ୧୦ ଦିନ ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି। ବିଜେବି, ମହର୍ଷି ଓ ଏସ୍‌ସିଏସ୍‌ ଭଳି ଅଗ୍ରଣୀ ଡିଗ୍ରୀ କଲେଜ ଅଛନ୍ତି ଏହି ତାଲିକାରେ।

Advertisment

ପାଠପଢ଼ା ଓ ଅଧ୍ୟାପକଙ୍କ ବ୍ୟବହାର ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନଲାଇନ ଫିଡ୍ ବ୍ୟାକ୍ ବ୍ୟବସ୍ଥା ରହିଛି। ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ କଲେଜର ଅଧ୍ୟାପକଙ୍କ ସମ୍ପର୍କିତ କିଛି ପ୍ରଶ୍ନ ପଚରା ଯାଇଛି। ଅଧ୍ୟାପକମାନେ ୭ ଘଣ୍ଟା କାଳ କଲେଜରେ ରହୁଛନ୍ତି କି ବୋଲି ପଚରାଯାଇଥିବା ପ୍ରଶ୍ନରେ ଅଧିକାଂଶ ପିଲା ‘ନା’ ବୋଲି ଉତ୍ତର ଦେଇଛନ୍ତି। ସେହିପରି ଅଧ୍ୟାପକ ମାନେ ମଦ୍ୟପାନ କରି କଲେଜ ଆସୁଛନ୍ତି କି ବୋଲି ପଚରା ଯାଇଥିବା ପ୍ରଶ୍ନରେ କିଛି ଛାତ୍ରଛାତ୍ରୀଙ୍କ ଉତ୍ତର ‘ହଁ’ ରହିଛି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ଉଚ୍ଚଶିକ୍ଷା ବିଭାଗ।

ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ପିଲାଙ୍କ ଫିଡ୍ ବ୍ୟାକ୍‌କୁ ଆଧାର କରି ଗୁଣାତ୍ମକ ଶିକ୍ଷା ଲାଗି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଏକ ଚିଠି ସାମ୍ନାକୁ ଆସିଛି, ଯାହାକୁ ରେଜିଷ୍ଟ୍ରାର ସମସ୍ତ ଅଧ୍ୟାପକ ଓ ଅନ୍ୟ କର୍ମଚାରୀଙ୍କୁ ପଠାଇଛନ୍ତି। ତାଙ୍କ ଚିଠି ଅନୁଯାୟୀ, ଏହି ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କ ଠାରୁ ଆରମ୍ଭ କରି ଅନ୍ୟ କର୍ମଚାରୀ କେହି ଠିକ୍ ସମୟରେ ଆସୁନାହାନ୍ତି। ସେଥିପାଇଁ ସକାଳ ୧୦ ଟା ସୁଦ୍ଧା ବାୟୋମେଟ୍ରିକ ଉପସ୍ଥାନ ଦେବାକୁ ଦିଆଯାଇଛି କଡ଼ା ନିର୍ଦ୍ଦେଶ। ବିଳମ୍ବରେ ଆସିଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି। ରମାଦେବୀ ଅବସ୍ଥା ସାରା ରାଜ୍ୟର ଶିକ୍ଷାନୁଷ୍ଠାନରେ। ଏଠାରେ ପ୍ରଶ୍ନ ଉଠୁଛି ମୋଟା ଅଙ୍କର ଦରମା ନେଇ କେମିତି ଅଧ୍ୟାପକମାନେ ଖିଲାପ କରିବାକୁ ସାହସ ଜୁଟାଉଛନ୍ତି? ବାୟୋମେଟ୍ରିକ ବ୍ୟବସ୍ଥା ଥିଲେ ବି କାହିଁକି କଡାକଡ଼ି ଭାବେ ପାଳନ କରାଯାଉନି? ପିଲାଙ୍କ ମୂଲ୍ୟାୟନରେ ଅଧ୍ୟାପକ ମାନେ ସୁଧୁରିବେ ତ?

Odisha Education Higher Education Department
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe