Advertisment

ଅଭିଭାବକଙ୍କ ପାଇଁ ପିଲା ଦଣ୍ଡିତ; ବର୍ଷାରେ ସ୍କୁଲ ବାହାରେ ଠିଆ କରାଇ ଦେଲେ ପ୍ରିନ୍ସପାଲ

୧୦ରୁ ୧୫ଜଣ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏହି ବୈଠକରେ ଉପସ୍ଥିତ ନଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
student

student

ଅଭିଭାବକ ପାଇଁ ପିଲାଙ୍କୁ ମିଳିଲା ଦଣ୍ଡ। ସ୍କୁଲ ବୈଠକକୁ ଅଭିଭାବକ ନ ଆସିବାରୁ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହ ବାହାରକୁ କାଢ଼ିଦେଲେ ପ୍ରିନ୍ସପାଲ। ପ୍ରାୟ ୪୫ ମିନିଟ୍ ଧରି ବାହାରେ ବର୍ଷାରେ ଭିଜିଲେ ଛାତ୍ରଛାତ୍ର। ଘଟଣା ଘଟିଛି ବୌଦ୍ଧର କେନ୍ଦ୍ରୀୟ ବିଦ୍ୟାଳୟରେ।

Advertisment

ଗତକାଲି  ପ୍ରିନ୍ସପାଲ ସ୍କୁଲରେ ବୈଠକ ଡାକିଥିଲେ। ଏହି ବୈଠକରେ ଦଶମ ଓ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଥିଲା। ୧୦ରୁ ୧୫ଜଣ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏହି ବୈଠକରେ ଉପସ୍ଥିତ ନଥିଲେ। ଯେଉଁ ଛାତ୍ରଛାତ୍ରୀଙ୍କ ଅଭିଭାବକ ଗତକାଲି ବୈଠକରେ ଉପସ୍ଥିତ ନଥିଲେ ଆଜି ପ୍ରିନ୍ସପାଲ ସେମାନଙ୍କୁ ଶ୍ରେଣୀ ଗୃହ ବାହାରକୁ କାଢ଼ି ଦେଇଥିଲେ। ପିଲାମାନଙ୍କୁ ସେମାନଙ୍କ ପିତାମାତାଙ୍କୁ ଫୋନ୍‌ କରିବାକୁ କହିଥିଲେ। ପିଲାମାନେ ବାହାରେ ବର୍ଷାରେ ଭିଜି ନିଜର ବାପାମା’ଙ୍କୁ ଜଣାଇଥିଲେ। ଅଭିଭାବକମାନେ ଆସିବା ପର୍ଯ୍ୟନ୍ତ ପିଲାମାନେ ବାହାରେ ବର୍ଷାରେ ଭିଜୁଥିଲେ। 

 ଅଭିଭାବକ ସ୍କୁଲରେ ପହଞ୍ଚି ପ୍ରିନ୍ସପାଲଙ୍କର ଏପରି କାମକୁ ନିନ୍ଦା କରିଥିଲେ। ଏହା ସହ ପ୍ରିନ୍ସପାଲଙ୍କ ସହ ଆଲୋଚନା କରିଥିଲେ। ଏନେଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବେ ବୋଲି ଅଭିଭାବକମାନେ କହିଥିଲେ।

Advertisment

ଜଣେ ଅଭିଭାବକ କହିଛନ୍ତି, ଗତକାଲି  ପ୍ରିନ୍ସପାଲ ବୈଠକ ଡାକିଥିଲେ। କୌଣସି କାମ ପାଇଁ ବୈଠକକୁ ଆସିପାରିଲୁ ନାହିଁ। ଏଥିପାଇଁ ପ୍ରିନ୍ସପାଲ ଆମ ପିଲାଙ୍କୁ ଶ୍ରେଣୀ ଗୃହର ବାହାରକୁ କାଢ଼ି ଦେଇଥିଲେ। ଆମ ପିଲାମାନେ ବର୍ଷାରେ ଭିଜି ବାହାରା ଠିଆ ହୋଇଥିଲେ। ଯଦି ଆମେ ବୈଠକକୁ ନ ଆସିନପାରିଲୁ ତାହାହେଲେ  ପିନ୍ସପାଲ ଆମକୁ ସମୟ ଦେବାର ଥିଲା। ଏପରି କରିବା ଠିକ୍‌ ନଥିଲା। ଏହାକୁ ଆମେ ନିନ୍ଦା କରୁଛି। 

ଅନ୍ୟପକ୍ଷରେ ପ୍ରିନ୍ସପାଲ କହିଛନ୍ତି, ଗତକାଲି ବୈଠକ ଡକାଯାଇଥିଲା। ଏହି ବୈଠକରେ ଯୁକ୍ତ ଦୁଇ ଓ ଦଶମ ଶ୍ରେଣୀର ଅଭିଭାବକ ମାନେ ଉପସ୍ଥିତ ରହିବାକୁ କୁହାଯାଇଥିଲା। ହେଲେ କିଛି ପିଲାଙ୍କ ଅଭିଭାବକ ଆସିନଥିଲେ। ଆମେ ବାରମ୍ବାର ବୈଠକକୁ ଡାକିବା ସତ୍ତ୍ୱେ ସେମାନେ ଆସୁ ନାହାନ୍ତି। ଏଥିପାଇଁ ପିଲାମାନଙ୍କୁ ବାହାରକୁ ଯାଇ ସେମାନଙ୍କ ବାପାମା’ଙ୍କ ଫୋନ୍‌ କରିବାକୁ ମୁଁ କହିଥିଲି।  ପିଲାଙ୍କ ପାଠପଢ଼ା ବିଷୟରେ  ସେମାନଙ୍କ ପିତାମାତାଙ୍କ ସହ ଆଲୋଚନା କରିବାକୁ ବୈଠକ ଡକାଯାଇଥିଲା। ହେଲେ ସେମାନେ ଏହାର ଅଲଗା ଅର୍ଥ ବାହାର କରୁଛନ୍ତି। 

Students Boudh Kendriya Vidyalaya