Advertisment

ଶିକ୍ଷକ ପାଇଁ ରାସ୍ତାରେ ବସିଲେ, ପ୍ରତିଶ୍ରୁତି ପରେ ଉଠିଲେ

ବିଦ୍ୟାଳୟରେ ଆଉ ଜଣେ ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବକମାନେ ବାରମ୍ୱାର ଅନୁରୋଧ କରୁଥିଲେ। ହେଲେ ଅଭିଭାବକଙ୍କ ଅନୁରୋଧ ପ୍ରତି ଶିକ୍ଷ ବିଭାଗ ଅଣଦେଖା କରୁଥିଲା। ଯାହାକୁ ନେଇ ଅଭିଭାବକ ଓ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲା।

author-image
Manoranjan Sial
Jajpur

Jajpur

ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନାହାନ୍ତି। ତେଣୁ ଶିକ୍ଷକ ନିଯୁକ୍ତି ଦାବି ରାସ୍ତାରେ ବସିଲେ ଅଭିଭାବକ ଓ ଛାତ୍ରଛାତ୍ରୀ। ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ଆଜି ଏପରି ଚିତ୍ର ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅଞ୍ଚଳରେ।

Advertisment

ରସୁଲପୁର ବ୍ଲକ ବାଗଡ଼ିଆ ଗାଁ ଗୋପାଳ ପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏଠାରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଅଛନ୍ତି ମାତ୍ର ଜଣେ ଶିକ୍ଷକ। କହିବାକୁ ଗଲେ ଜଣେ ଶିକ୍ଷକ ୫ ଶ୍ରେଣୀରେ ପାଠ ପଢ଼ାଉଛନ୍ତି। ତାହାହେଲେ ସେ କେମିତି ପାଠ ପଢ଼ାଉଥିବେ ଓ ପିଲାମାନେ କେମିତି ପାଠ ପଢ଼ୁଥିବେ?

ବିଦ୍ୟାଳୟରେ ଆଉ ଜଣେ ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବକମାନେ ବାରମ୍ୱାର ଅନୁରୋଧ କରୁଥିଲେ। ହେଲେ ଅଭିଭାବକଙ୍କ ଅନୁରୋଧ ପ୍ରତି ଶିକ୍ଷ ବିଭାଗ ଅଣଦେଖା କରୁଥିଲା। ଯାହାକୁ ନେଇ ଅଭିଭାବକ ଓ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲା। ଆଜି ଛାତ୍ରଛାତ୍ରୀମାନେ ଜୋକଡ଼ିଆ-କୁଆଖିଆ ରାସ୍ତା ଉପରେ ବସି ପ୍ରତିବାଦ କରିଥିଲେ। ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକମାନେ ମଧ୍ୟ ବସିଛନ୍ତି। ଯାହାଫଳରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଛି।

Advertisment

ଧାରଣା ଦେବାର ପ୍ରାୟ ଏକ ଘଣ୍ଟା ରସୁଲପୁର ABEO ଅରୁଣ କୁମାର ସେଠୀ ଓ କୁଆଖିଆ ଥାନା ପୁଲିସ ସେଠାରେ ପହଞ୍ଚି ବୁଝାସୁଝା କରିଥିଲେ। ମାତ୍ର ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିନଥିଲେ। ସପ୍ତାହେ ମଧ୍ୟରେ ଶିକ୍ଷକ ନିଯୁକ୍ତି ନେଇ ଏବିଇଓ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ

Jajpur School