ଅଧ୍ୟାପକଙ୍କ ପାଠପଢ଼ାରେ ସନ୍ତୁଷ୍ଟ ନାହାନ୍ତି ଛାତ୍ରଛାତ୍ରୀ । ଅନ୍ଲାଇନ୍ ଫିଡ୍ ବ୍ୟାକ୍ ବ୍ୟବସ୍ଥାରେ ଉଚ୍ଚଶିକ୍ଷା ବିଭାଗ ପାଖରେ ପହଞ୍ଚିଛି ଏହି ଅଭିଯୋଗ । ଛାତ୍ରଛାତ୍ରୀଙ୍କ ଠାରୁ ଏହିଭଳି ମାଳ ମାଳ ଅଭିଯୋଗ ପାଇବା ପରେ ସମ୍ପୃକ୍ତ କଲେଜଗୁଡିକୁ ରିପୋର୍ଟ ମାଗିଛି ଉଚ୍ଚ ଶିକ୍ଷା ବିଭାଗ । ୧୦ ଦିନ ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି । ବିଜେବି, ମହର୍ଷି ଓ ଏସ୍ସିଏସ୍ ଭଳି ଅଗ୍ରଣୀ ଡିଗ୍ରୀ କଲେଜ ଅଛନ୍ତି ଏହି ତାଲିକାରେ ।