Advertisment

ଭୁଲ୍ କଲା ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଟି, ଭୋଗିବେ ପରୀକ୍ଷାର୍ଥୀ

ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବାରୁ ହିନ୍ଦୀ ଓ ସଂସ୍କୃତ ବିଷୟ ଶିକ୍ଷକ ନିଯୁକ୍ତି ପାଇଁ ଅନୁଷ୍ଠିତ ମୁଖ୍ୟ ଲିଖିତ ପରୀକ୍ଷାକୁ ବାତିଲ୍ କରାଯାଇଛି।

students

students

Advertisment

ଭୁଲ୍ କଲା ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଟି (OSSC), ଭୋଗିବେ ପରୀକ୍ଷାର୍ଥୀ। ହାଇସ୍କୁଲର ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବଡ଼ଧରଣର ତ୍ରୁଟି ସାମ୍ନାକୁ ଆସିଛି। ଫଳରେ ପୁଣି ଥରେ ଏହି ପରୀକ୍ଷା ହେବ ବୋଲି ଜଣାଯାଇଛି।

Advertisment

ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବାରୁ ହିନ୍ଦୀ ଓ ସଂସ୍କୃତ ବିଷୟ ଶିକ୍ଷକ ନିଯୁକ୍ତି ପାଇଁ ଅନୁଷ୍ଠିତ ମୁଖ୍ୟ ଲିଖିତ ପରୀକ୍ଷାକୁ ବାତିଲ୍ କରାଯାଇଛି। ଆସନ୍ତା ଡିସେମ୍ବରରେ ପୁଣି ଥରେ ପରୀକ୍ଷା କରାଯିବ ବୋଲି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ପକ୍ଷରୁ ଜାରି କରାଯାଇଛି ବିଜ୍ଞପ୍ତି ।

ଗତ ମାସ ସେପ୍ଟେମ୍ବର ୨୨ ଓ ୨୩ରେ ହିନ୍ଦୀ ଓ ସଂସ୍କୃତ ବିଷୟର ୨୦୭୫ଟି ଶିକ୍ଷକ ଶିକ୍ଷୟିତ୍ରୀ ପଦବୀ ପାଇଁ ଭୁବନେଶ୍ୱରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷାରେ ସିଲାବସ୍‌ରୁ ପ୍ରଶ୍ନ ନ ଆସି ସିଲାବସ୍ ବାହାରୁ ଆସିଥିବା ନେଇ ପ୍ରାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏସମ୍ପର୍କରେ ଓଏସ୍ଏସ୍‌ସି ନିକଟରେ ଅଭିଯୋଗ କରିଥିଲେ।

Advertisment

ପରୀକ୍ଷାର୍ଥୀଙ୍କ ଅଭିଯୋଗ ଆଧାରରେ କମିଶନଙ୍କ ପକ୍ଷରୁ ଶିକ୍ଷା ବିଶେଷଜ୍ଞଙ୍କ ଦ୍ୱାରା ପ୍ରଶ୍ନପତ୍ର ଯାଞ୍ଚ କରାଯାଇଥିଲା। ଯେଉଁଥିରୁ ଜଣାପଡ଼ିଥିଲା ଯେ ବହୁ ସଂଖ୍ୟକ ପ୍ରଶ୍ନ ସିଲାବସ୍ ବାହାରୁ ପଡ଼ିଛି। ତେବେ ପ୍ରଶ୍ନପତ୍ର ତିଆରି କରିବା ଯାହାର କାମ, ସେ କମିଟି କିପରି ସିଲାବସ୍‌ ବାହାରୁ ପ୍ରଶ୍ନପତ୍ର ପ୍ରସ୍ତୁତ କଲା, ସ୍କ୍ରିନିଂ କମିଟି ତାହାକୁ କିପରି ଯାଞ୍ଚ ବେଳେ ଧରି ପାରିଲା ନାହିଁ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପରୀକ୍ଷାର୍ଥୀଙ୍କ ଅଭିଯୋଗର ସତ୍ୟତା ଥିବାରୁ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦବୀ ପାଇଁ ଅନୁଷ୍ଠିତ ହୋଇଥିବା ମୁଖ୍ୟ ଲିଖିତ ପରୀକ୍ଷାକୁ ବାତିଲ୍ କରାଯିବା ସହ ଡିସେମ୍ବରରେ ପୁଣିଥରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

Strike Ossc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe