Advertisment

ନିଟ୍-ୟୁଜି ପେପର ଲିକ୍‌: ସିବିଆଇ ଓ କେନ୍ଦ୍ରକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

୧୦ ଜୁଲାଇ ଅପରାହ୍ନ ୫ଟା ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ରିପୋର୍ଟ ଦାଖଲର ଦିନକ ପରେ ଅର୍ଥାତ ଜୁଲାଇ ୧୧ରେ ମାମଲା ପରବର୍ତ୍ତୀ ଶୁଣାଣି ହେବ।

author-image
Hemant Lenka
ଅଦ୍ୟତନ ହୋଇଛି
NEET

NEET

ନିଟ୍‌ ୟୁଜି ପରୀକ୍ଷାରେ ହୋଇଥିବା ଅନିୟମିତତାରେ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ନିଟ୍‌ ୟୁଜି ପରୀକ୍ଷାରେ ପେପର ଲିକ୍‌ ହୋଇଥିବା କଥାକୁ ସ୍ୱୀକାର କରିବାକୁ ପଡ଼ି ବୋଲି ସର୍ବୋଚ୍ଚ ଅଦାଲତ ମତ ରଖିଛନ୍ତି।

Advertisment

ପରୀକ୍ଷାରେ ଅନିୟମିତତା ହେବା ପରେ ଘଟଣାର ତଦନ୍ତ ସିବିଆଇ ଆରମ୍ଭ କରିଥିଲା। ତେଣୁ ସର୍ବୋଚ୍ଚ ଅଦାଲତ ସିବିଆଇ, ପରୀକ୍ଷା ଆୟୋଜନ କରିଥିବା ଏନଟିଏ ଓ କେନ୍ଦ୍ର ସରକାରଙ୍କୁ ପୂରା ଘଟଣାର ଷ୍ଟାଟସ ରିପୋର୍ଟ ମାଗିଛନ୍ତି।

୧୦ ଜୁଲାଇ ଅପରାହ୍ନ ୫ଟା ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ରିପୋର୍ଟ ଦାଖଲର ଦିନକ ପରେ ଅର୍ଥାତ ଜୁଲାଇ ୧୧ରେ ମାମଲା ପରବର୍ତ୍ତୀ ଶୁଣାଣି ହେବ।

Advertisment

ପରୀକ୍ଷାରେ ଅନିୟମିତତା ହୋଇଥିବାରୁ ପୁଣି ନିଟ-ୟୁଜି ଆୟୋଜନ ଦାବିରେ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଏର କରାଯାଇଛି। ତେବେ କେନ୍ଦ୍ର ସରକାର ପୁନଃ ପରୀକ୍ଷାକୁ ବିରୋଧ କରିଛନ୍ତି। ଅନିୟମିତତା କିଛି ସ୍ଥାନ ଓ କିଛି ପିଲାଙ୍କ ମଧ୍ୟରେ ସୀମିତ। ତେଣୁ ପୁନଃ ପରୀକ୍ଷା କରି ୨୩ ଲକ୍ଷ ପିଲାଙ୍କୁ ହଇରାଣ କରାଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ସର୍ବୋଚ୍ଚ ଅଦାଲତ ମଧ୍ୟ ଆଜି ଶୁଣାଣି ବେଳେ ଏଥିରେ କିଛିଟା ଅଂଶରେ ଏକମତ ହୋଇଛନ୍ତି। 

ପୁନଃ ପରୀକ୍ଷା ପାଇଁ ଆବେଦନକାରୀ କରୁଥିବା ଯୁକ୍ତି ଶୁଣିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ପ୍ରଶ୍ନପତ୍ର ଲିକ୍‌ ହେବା ଗୋଟିଏ ସ୍ୱୀକାର ଜନିତ ତଥ୍ୟ। ପେପର ଲିକ ହୋଇଛି ବୋଲି ଆମକୁ ମାନିବାକୁ ପଡ଼ିବ। ତେବେ ପୁନଃ ପରୀକ୍ଷା ଶେଷ ବିକଳ୍ପ। ଏହା ପୂର୍ବରୁ ଲିକ୍‌ର ସୀମା କେତେ ପର୍ଯ୍ୟନ୍ତ ବ୍ୟାପିଛି, ତା’କୁ ଦେଖିବାକୁ ପଡ଼ିବ। କାରଣ ଏହା ୨୩ ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଜଡ଼ିତ।

ରିପୋର୍ଟ ପାଇଁ ନିର୍ଦ୍ଦେଶ ଜାରି କରିବା ବେଳେ ସିଜେଆଇ କହିଛନ୍ତି, ସଚ୍ଚୋଟ ଶିକ୍ଷାର୍ଥୀଙ୍କୁ ପେପର ଲିକ୍‌ ଯୋଗୁ ଫାଇଦା ହାସଲ କରିଥିବା ପିଲାଙ୍କୁ ଅଲଗା କରାଯାଇ ପାରିବ କି ନାହିଁ, ସେକଥା କୋର୍ଟ ପ୍ରଥମେ ଜାଣିବାକୁ ଚାହୁଁଛନ୍ତି।

ପରୀକ୍ଷାର ପବିତ୍ରା/ସ୍ୱଚ୍ଛତା ଯେଉଁଠି ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିବ ଓ ଫାଇଦା ପାଇଥିବା ପିଲାଙ୍କୁ ଅଲଗା କରାଯାଇ ପାରିବ ନାହିଁ, ତା’ହେଲେ ପୁନଃ ପରୀକ୍ଷା ଜରୁରୀ। ଯଦି ସଚ୍ଚୋଟ ଉପାୟରେ ପାସ୍‌ କରିଥିବା ଶିକ୍ଷାର୍ଥୀଙ୍କୁ ଦାଗୀ ପିଲାଙ୍କ ଠାରୁ ଅଲଗା କରାଯାଇ ପାରିବ, ତା’ହେଲେ ରି-ଟେଷ୍ଟର କୌଣସି ଆବଶ୍ୟକ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। 

Supreme Court NEET NEET Result