Advertisment

ଠପ୍ ହେବ ପାଠପଢା!; ଆଜିଠାରୁ ସାମୂହିକ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ

ରାଜ୍ୟର ୩୧୪ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ଶିକ୍ଷକ ଶିକ୍ଷୟିତ୍ରୀ।

ଅଦ୍ୟତନ ହୋଇଛି
Teacher Strike

Teacher Strike

Advertisment

ଆଜିଠାରୁ ୧ ଲକ୍ଷ ୩୦ହଜାର ପ୍ରାଥମିକ ଶିକ୍ଷକ ଯିବେ ସାମୁହିକ ଛୁଟିରେ। ରାଜ୍ୟର ୩୧୪ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ଶିକ୍ଷକ ଶିକ୍ଷୟିତ୍ରୀ।

Advertisment

ଠିକା ବ୍ୟବସ୍ଥା ଉଚ୍ଛେଦ, କେନ୍ଦ୍ରୀୟ ହାରରେ ବେତନ ଓ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ଭଳି ତିନି ଦଫା ଦାବିରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ପ୍ରାଥମିକ ଶିକ୍ଷକ। କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ରାଜ୍ୟର ପ୍ରାୟ ୫୬ ହଜାର ସ୍କୁଲରେ ପାଠ ପଢା ଠପ୍ ହୋଇପାରେ।

ପୂର୍ବରୁ ସଙ୍ଘ ପକ୍ଷରୁ ଦାବି ପୂରଣ ନେଇ ବାରମ୍ବାର ଆନ୍ଦୋଳନ ହୋଇଥିଲେ ସୁଦ୍ଧା ସରକାର ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଲେନାହିଁ। ସରକାର ବାରମ୍ବାର ବାରମ୍ବାର ପ୍ରତିଶ୍ରୁତି  ଦେଇ ମଧ୍ୟ ପୂରଣ କଲେ ନାହିଁ। ଏଥିପାଇଁ ବିଭିନ୍ନ ପ୍ରାଥମିକ ଶିକ୍ଷକ ସଂଘଗୁଡ଼ିକ ମିଳିତ ଭାବେ ଅନିର୍ଦ୍ଦିଷ୍ଟକାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି।  ଏହାଦ୍ୱାରା ପିଲାମାନଙ୍କ ପାଠପଢ଼ା ପ୍ରଭାବିତ ହୋଇପାରେ।  ତେବେ ସରକାର ଏ ଦିଗରେ କ’ଣ ପଦକ୍ଷେପ ନେଉଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 

Advertisment
Teacher Strike Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe