Advertisment

ପ୍ରତାରଣା କଲେ ସରକାର; ସୋମବାରଠାରୁ ସମୂହ ଛୁଟିରେ ଯିବେ ଶିକ୍ଷକ!

ଶିକ୍ଷକଙ୍କ ତିନି ଦଫା ଦାବି ଯଥାକ୍ରମେ- ଠିକା ନିଯୁକ୍ତି ଉଚ୍ଛେଦ, ପୁରୁଣା ପେନସନ ଓ କେନ୍ଦ୍ରୀୟ ହାରରେ ଦରମା ଅନୁସାରେ ୪୨ ଶହ ଟଙ୍କା ଗ୍ରେଡ୍‌ ପେ’ ଲାଗୁ ନହେଲେ ଆସନ୍ତା ସୋମବାରଠୁ ସ୍କୁଲରେ ତାଲା ଝୁଲାଇ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସାମୁହିକ ଛୁଟିରେ ଯିବାକୁ ଧମକ ଦେଇଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Teachers

Teachers

ବାରମ୍ୱାର ପ୍ରତିଶ୍ରୁତି ଦେଇ ପ୍ରତାରଣା କଲେ ରାଜ୍ୟ ସରକାର। ଗୁରୁ ଦିବସରେ ଭେଟିବା ପାଇଁ କଥା ଦେଇ ଭୁଲିଗଲେ। ତେଣୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରାଥମିକ ଶିକ୍ଷକ। ରାଜ୍ୟର ୩୧୪ଟି ଯାକ ବ୍ଲକ୍‌ରେ ବ୍ଲକ୍‌ ଶିକ୍ଷାଧିକାରୀଙ୍କ ଅଫିସ୍‌ ଆଗରେ ପ୍ରତୀକାତ୍ମକ ଧାରଣା ଦେଇ ଗର୍ଜନ କରିଛନ୍ତି ହଜାର ହଜାର ଶିକ୍ଷକ ଓ ଶିକ୍ଷୟିତ୍ରୀ। ଖୋଦ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଜିଲ୍ଲା ବାରିପଦାଠୁ କୋରାପୁଟର ଜୟପୁର ଯାଏଁ, ସବୁଠି ଶିକ୍ଷକଙ୍କ ମୁହଁରେ ଶୁଭିଛି ସରକାର ବିରୋଧୀ ନାରା।

Advertisment

ଶିକ୍ଷକଙ୍କ ତିନି ଦଫା ଦାବି ଯଥାକ୍ରମେ- ଠିକା ନିଯୁକ୍ତି ଉଚ୍ଛେଦ, ପୁରୁଣା ପେନସନ ଓ କେନ୍ଦ୍ରୀୟ ହାରରେ ଦରମା ଅନୁସାରେ ୪୨ ଶହ ଟଙ୍କା ଗ୍ରେଡ୍‌ ପେ’ ଲାଗୁ ନହେଲେ ଆସନ୍ତା ସୋମବାରଠୁ ସ୍କୁଲରେ ତାଲା ଝୁଲାଇ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସାମୁହିକ ଛୁଟିରେ ଯିବାକୁ ଧମକ ଦେଇଛନ୍ତି। ବାଲେଶ୍ୱର ବିଇଓ ଅଫିସ୍‌ ଆଗରେ ଜଣେ ଶିକ୍ଷୟିତ୍ରୀ ନିଜ କୁନିଝିଅକୁ କୋଳରେ ବସାଇ ଧାରଣା ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ ଯୋଗୁ ସ୍କୁଲରେ ଝୁଲୁଛି ତାଲା। ପିଲାଏ ସ୍କୁଲକୁ ଆସିଥିଲେ। ହେଲେ ସାର-ଦିଦିଙ୍କ ଧର୍ମଘଟ କଥା ଶୁଣି ବହିବସ୍ତାନୀ ଧକି ପୁଣି ଘରକୁ ଫେରି ଗଲେ। ସରକାର ଶିକ୍ଷକମାନଙ୍କ ଦାବି ନଶୁଣିଲେ ପାଠପଢ଼ା ବ୍ୟାଘାତ ହେବ ବୋଲି କହିଛନ୍ତି ଛାତ୍ରଛାତ୍ରୀ।

Advertisment

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଇଓ ଅଫିସ୍‌ ଆଗରେ ଧାରଣାରତ ଶିକ୍ଷକଙ୍କୁ ସମର୍ଥନ ଜଣାଇ ପହଞ୍ଚିଥିଲେ ସ୍ଥାନୀୟ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଶିକ୍ଷକମାନଙ୍କ ଦାବି ନ୍ୟାୟୋଚିତ ଓ ଏହାକୁ ସେ ବିଧାନସଭାରେ ଉଠାଇବେ ବୋଲି କହିଥିଲେ। ତେଣେ ଶିକ୍ଷକମାନଙ୍କ ଦାବିର ସମାଧାନ ପାଇଁ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟିରେ ବିଚାର କରାଯାଇ ଉଚିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କମିଟିର ସଦସ୍ୟ ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

Odisha Teacher