Advertisment

କଲେଜ କ୍ୟାମ୍ପସ ହେବ ନିଶାମୁକ୍ତ; ଅଧ୍ୟାପକ ଓ ଅଧ୍ୟାପିକା ଦେବେ ଆଣ୍ଟି ଡ୍ରଗ୍‌ ଡିକ୍ଲାରେସନ

ଆଜି ବିଧାନସଭାରେ ବସିଥିଲା ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ। ଏଥିରେ କଲେଜ କ୍ୟାମ୍ପସକୁ ନିଶା ମୁକ୍ତ କରିବା ପାଇଁ ସୁପାରିଶ କରାଯାଇଥିଲା। ରାଜ୍ୟର ସବୁ ଯୁକ୍ତ ଦୁଇ, ଯୁକ୍ତ ତିନି ଓ ବିଶ୍ଵବିଦ୍ୟାଳୟରେ ଏହି ନିୟମ ଲାଗୁ କରାଯିବ।

College

College

Advertisment

କଲେଜ କ୍ୟାମ୍ପସ ହେବ ସମ୍ପୂର୍ଣ୍ଣ ନିଶା ମୁକ୍ତ। କେବଳ ଛାତ୍ରଛାତ୍ରୀ ନୁହେଁ, ଅଧ୍ୟାପକ ଓ ଅଧ୍ୟାପିକାମାନେ ଏଣିକି ଦାଖଲ କରିବେ ଆଣ୍ଟି ଡ୍ରଗ୍‌ ଡିକ୍ଲାରେସନ୍‌। ବିଧାନସଭା ଷ୍ଟାଣ୍ଡିଂ କମିଟି ଏହି ସୁପାରିଶ କରିଛି। ଏନେଇ ସୂଚନା ଦେଇଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂହ। ଏହି ନିଷ୍ପତ୍ତିକୁ ୬୬୨ କଲେଜ ଅଧ୍ୟକ୍ଷ ସଂଘ ସ୍ୱାଗତ କରିଛି।

Advertisment

ଆଜି ବିଧାନସଭାରେ ବସିଥିଲା ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ। ଏଥିରେ କଲେଜ କ୍ୟାମ୍ପସକୁ ନିଶା ମୁକ୍ତ କରିବା ପାଇଁ ସୁପାରିଶ କରାଯାଇଥିଲା। ରାଜ୍ୟର ସବୁ ଯୁକ୍ତ ଦୁଇ, ଯୁକ୍ତ ତିନି ଓ ବିଶ୍ଵବିଦ୍ୟାଳୟରେ ଏହି ନିୟମ ଲାଗୁ କରାଯିବ। କିଛି ଦିନ ତଳେ UGC ଛାତ୍ରଛାତ୍ରୀଙ୍କୁ Anti Drug Declaration ଦେବାଲାଗି ଦେଶର ସବୁ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଚିଠି ଲେଖିଥିଲା। ଯାହାକୁ ରାଜ୍ୟ ସରକାର ଲାଗୁ କରିଛନ୍ତି। ଏବେ ନୂଆ ନିୟମ ଅନୁସାରେ ଅଧ୍ୟାପକ ଓ ଅଧ୍ୟାପିକାମାନେ ଆଣ୍ଟି ଡ୍ରଗ ଡିକ୍ଲାରେସନ ଦେବାକୁ ବିଧାନସଭା ଷ୍ଟାଣ୍ଡିଂ କମିଟି ସୁପାରିଶ କରିଛି। ଏହାଦ୍ୱାରା କଲେଜ ବା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ନିଶା ମୁକ୍ତ ହୋଇପାରିବ।

ବିଧାନସଭା ଷ୍ଟାଣ୍ଡିଂ କମିଟିର ଏପରି ସୁପାରିଶକୁ ନେଇ ୬୬୨ କଲେଜ ଅଧ୍ୟାପକ ସଂଘର ସଭାପତି ଗୋଲକ ନାୟକ କହିଛନ୍ତି, ଐତିହାସିକ ନିଷ୍ପତ୍ତି କ୍ରମେ ଅଧ୍ୟାପକ ଓ ଅଧ୍ୟାପକମାନେ ଆଣ୍ଟି ଡ୍ରଗ ଡିକ୍ଲାରେସନ ଦେବେ। ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଏହାକୁ ସଂଗଠନ ଓ ଅଧ୍ୟାପିକ ଏବଂ ଅଧ୍ୟାପକଙ୍କ ତରଫରୁ ସ୍ୱାଗତ କରୁଛୁ। ସେଥିପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂହଙ୍କୁ ଧନ୍ୟବାଦ ଦେଉଛୁ। ଅଧ୍ୟାପିକା ଓ ଅଧ୍ୟପକମାନେ ଯଦି ମାର୍ଜିତ ନହେବେ, ଛାତ୍ରଛାତ୍ରୀଙ୍କ ଉପରେ ତା’ର ପ୍ରଭାବ ପଡ଼ିବ। ତେଣୁ ଆମେ ମାର୍ଜିତ ହେବୁ ଓ ଆମ ପିଲାମାନଙ୍କୁ ମାର୍ଜିତ କରିବୁ ବୋଲି ଶ୍ରୀ ନାୟକ କହିଛନ୍ତି।

Advertisment
Odisha Education Mass Education Minister
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe