Advertisment

ଆସନ୍ତାକାଲି ବନ୍ଦ ରହିବ ଜଗତସିଂହପୁର ଜିଲ୍ଲାର ୪୬ ସ୍କୁଲ

ବୌଦ୍ଧ ଓ ଜଗତସିଂହପୁର ଜିଲ୍ଲାରେ ମହାନଦୀରେ ଗୋଟିଏ ଲେଖାଏଁ ଘାଇ ହୋଇଥିବାବେଳେ ଯାଜପୁର ଜିଲ୍ଲାରେ ବ୍ରାହ୍ମଣୀରେ ଗୋଟିଏ ଓ କାଣୀ ନଦୀରେ ୨ଟି ଘାଇ ହୋଇଥିବା ସୂଚନା ମିଳିଛି ।

Flood Water

Flood Water

Advertisment

ବନ୍ୟା ଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଜଗତସିଂହପୁର ଜିଲ୍ଲାରେ ୪୬ଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Advertisment
School Listତିତିର୍ତ୍ତୋଲ ବ୍ଲକ୍‌ର ସ୍କୁଲ

ଏହି ନିର୍ଦ୍ଦେଶନାମା ଅନୁଯାୟୀ, ତିର୍ତ୍ତୋଲ ବ୍ଲକ୍‌ର ୧୭ଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଥିବା ବେଳେ କୁଜଙ୍ଗ ବ୍ଲକ୍‌ର ୨୫, ରଘୁନାଥପୁର ଓ ନାଉଗାଁ ବ୍ଲକର ୨ଟି ଲେଖାଏଁ ସ୍କୁଲ୍‌କୁ ଛୁଟି ଘୋଷଣା କରାଯାଇଛି।

Schoolକୁଜଙ୍ଗ ବ୍ଲକର ସ୍କୁଲ

ଏହି ୪୬ଟି ସ୍କୁଲରୁ ୪୪ଟି ସ୍କୁଲକୁ ଆଜି ମଧ୍ୟ ବନ୍ଦ ରଖାଯାଇଥିଲା। ଏହି ତାଲିକାରେ ଆଜି ନାଉଗାଁ ବ୍ଲକର ୨ଟି ସ୍କୁଲକୁ ଯୋଡ଼ା ଯାଇଛି। ଫଳରେ ଆସନ୍ତାକାଲି ୪୬ଟି ସ୍କୁଲ୍ ଛୁଟି ବନ୍ଦ ରହିବ। 

Advertisment
Schoolକୁଜଙ୍ଗ ଓ ନାଉଗାଁ ବ୍ଲକର ସ୍କୁଲ

ଲଗାଣ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୨୧ଟି ଜିଲ୍ଲାର ମୋଟ ୧୩୬ଟି ବ୍ଲକର ୧୮୮୯ଟି ଗାଁ ଓ ୨୬ଟି ପୌରାଂଚଳର ୧୦୧ଟି ୱାର୍ଡର ମୋଟ ୪ଲକ୍ଷ ୧୧ହଜାର ୩୩୮ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ୫୧୬୭୮ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବନ୍ୟାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଏହି କ୍ଷତିଗ୍ରସ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ।

Schoolରଘୁନାଥପୁର ବ୍ଲକ୍‌ର ସ୍କୁଲ୍‌

ବୌଦ୍ଧ ଓ ଜଗତସିଂହପୁର ଜିଲ୍ଲାରେ ମହାନଦୀରେ ଗୋଟିଏ ଲେଖାଏଁ ଘାଇ ହୋଇଥିବାବେଳେ ଯାଜପୁର ଜିଲ୍ଲାରେ ବ୍ରାହ୍ମଣୀରେ ଗୋଟିଏ ଓ କାଣୀ ନଦୀରେ ୨ଟି ଘାଇ ହୋଇଥିବା ସୂଚନା ମିଳିଛି । ଏବେ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ ନରାଜଠାରେ ମହାନଦୀ ଏବଂ ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ପରିସ୍ଥିତର ମୁକାବିଲା ପାଇଁ ରାଜ୍ୟ ସରକାର ୧୬ଟି ଜିଲ୍ଲାରେ ୧୩ଟି ଓଡ୍ରାଫ, ୮ଟି ଏନଡିଆରଏଫ ଓ ୮୫ଟି ଅଗ୍ନିଶମ ବାହିନୀ ଟିମକୁ ମୁତୟନ କରିଛନ୍ତି ।

Flood In Odisha Flood Situation Jagatsinghpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe