Advertisment

ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ

ଆସନ୍ତା ୨୨ ତାରିଖ ଠାରୁ ସମସ୍ତ ସ୍କୁଲ ସ୍ୱାଭାବିକ ଭାବେ ଚାଲିବେ।

author-image
Jitendra Garnayak
ଅଦ୍ୟତନ ହୋଇଛି
School

School

ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ। କାଲି ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ଖରା ଓ ଗୁଳୁଗୁଳିକୁ ଦେଖି ଆଉ ଦିନକ ପାଇଁ ସକାଳୁଆ ସ୍କୁଲ ଅବଧିକୁ ବୃଦ୍ଧି କରିଛନ୍ତି ସରକାର। ଆସନ୍ତା ୨୨ ତାରିଖ ଠାରୁ ସମସ୍ତ ସ୍କୁଲ ସ୍ୱାଭାବିକ ଭାବେ ଚାଲିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।  

Advertisment

ଖରା ଛୁଟି ପରେ ସ୍କୁଲ୍‌ଗୁଡ଼ିକ ମଙ୍ଗଳବାର (ଜୁନ୍ ୧୮) ଖୋଲିଥିଲା। ହେଲେ ଖରାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ଜିଲ୍ଲାରେ ସ୍କୁଲ୍‌ଗୁଡ଼ିକ ଖୋଲି ନଥିଲା। ଯେଉଁ ଜିଲ୍ଲାରେ ସ୍କୁଲ୍‌ଗୁଡ଼ିକ ଖୋଲା ଯାଇଥିଲା, ସେଠାରେ ସକାଳୁଆ ହୋଇଥିଲା। ଝାରସୁଗୁଡ଼ା ପରି କିଛି ଜିଲ୍ଲାରେ ଜୁନ୍ ୨୦ ଅର୍ଥାତ୍ ଆଜି ପର୍ଯ୍ୟନ୍ତ ସ୍କୁଲ୍‌ଗୁଡ଼ିକୁ ବନ୍ଦ ରଖାଯାଇଥିଲା।  

ଭଦ୍ରକ, ଗଞ୍ଜାମ, ବରଗଡ଼, ନୂଆପଡ଼ା, ବଲାଙ୍ଗିର, ସମ୍ବଲପୁର, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ଗଜପତି ଓ ମୟୂରଭଂଜରେ ୨୦ ଯାଏଁ (ଆଜି ପର୍ଯ୍ୟନ୍ତ) ଛୁଟି ଘୋଷଣା କରିଥିଲେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ। ନୟାଗଡ଼ ଜିଲ୍ଲାରେ ୧୯ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଥିଲା । ଏହାପରେ ୨୦ରୁ ୨୨ ପର୍ଯ୍ୟନ୍ତ ସକାଳ ସାଢ଼େ ୬ରୁ ସାଢ଼େ ୧୦ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବ ବୋଲି ନିର୍ଦ୍ଦେଶ ଦେଇଥିଲେ ନୟାଗଡ଼ ଜିଲ୍ଲାପାଳ। ସ୍କୁଲ୍ ଖୋଲିବା ନେଇ ସ୍ଥିତି ଦେଖି ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିଲା। 

Advertisment

ଅନ୍ୟପକ୍ଷରେ ଏବେ ବି ରାଜ୍ୟରେ ଖରାର ପ୍ରକୋପ କମି ନାହିଁ। ଖରା ହେଉଛି। ତା’ ସାଙ୍ଗକୁ ଗୁଳଗୁଳି ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେଉଛି। ରାଜ୍ୟରେ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି। ତେବେ ମୌସୁମୀ ଅଗ୍ରସର  ହେଉଥିବା ହେଉଥିବା ସତ୍ତ୍ୱେ ୩ ଜିଲ୍ଲା ପାଇଁ ହଟିୱେଭ୍‌ ସତର୍କତା ଜାରି କରାଯାଇଛି।  ବାଲେଶ୍ୱର, ମୟୂରଭଞ୍ଜ ଓ ବଲାଙ୍ଗିର ପାଇଁ ହିଟୱେଭ୍‌ ସତର୍କତା ଜାରି ହୋଇଛି।  ଜୁନ୍ ୨୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି।  

School Reopen In Odisha Reopening Of Schools