Advertisment

ବଡ଼ଦିନ ଛୁଟିରେ ପାଠ ପଢ଼ାଇବେ ଅନୁଗୋଳ ଜିଲ୍ଲାର ଶିକ୍ଷକ

ସବୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଚିଠି କରି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ।

ଅଦ୍ୟତନ ହୋଇଛି
student

student

Advertisment

ବଡ଼ଦିନ ଛୁଟିରେ ପାଠ ପଢ଼ାଇବେ ଅନୁଗୋଳ ଜିଲ୍ଲାର ଶିକ୍ଷକ। ମାଟ୍ରିକ ପିଲାଙ୍କ ପାଇଁ ୨୧ ରୁ ୩୦ ଡିସେମ୍ବର ଯାଏ ଜିଲ୍ଲାରେ ଆୟୋଜନ କରାଯିବ କୋଚିଂ କ୍ୟାମ୍ପ। ଏନେଇ ଜିଲ୍ଲାର ସବୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଚିଠି କରି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ।

Advertisment

ଚିଠିରେ ଉଲ୍ଲେଖ ଅଛି ଯେ, ପିଲାଙ୍କୁ A ଓ B ଦୁଇଟି ବର୍ଗରେ ବିଭକ୍ତ କରି କୋଚିଂ ଦିଆଯିବ। A ଗ୍ରୁପ୍ ପାଇଁ ବିଭିନ୍ନ ସ୍କୁଲରେ ବ୍ୟବସ୍ଥା କରାଯାଇଛି। ଟ୍ୟାଗ ହୋଇଥିବା ସ୍କୁଲକୁ ଯାଇ ପିଲାମାନେ କୋଚିଂ ନେବେ। କିନ୍ତୁ B ଗ୍ରୁପ୍ ପିଲାମାନେ ନିଜ ସ୍କୁଲରେ କୋଚିଂ ନେବେ। ଏଥିପାଇଁ ପୂରା ଜିଲ୍ଲାର ସ୍କୁଲ ଗୁଡ଼ିକରେ ପ୍ରସ୍ତୁତି କରାଯାଇଛି।

ଜିଲ୍ଲାର ପ୍ରତି ସ୍କୁଲରେ ଆସନ୍ତା ବୋର୍ଡ ପରୀକ୍ଷାରେ ୩ ପ୍ରତିଶତ A1 ଗ୍ରେଡ ଓ ୫ ପ୍ରତିଶତ A2 ଗ୍ରେଡ ପାସ୍ ହାର ପାଇଁ ଟାର୍ଗେଟ ଦିଆଯାଇଛି। ତେବେ ବଡ଼ଦିନ ଛୁଟି ରାଜ୍ୟର ସବୁ ଜିଲ୍ଲାରେ ଲାଗୁ ହେଉଥିବା ବେଳେ ଅନୁଗୋଳ ଜିଲ୍ଲାରେ ଛୁଟି ବାତିଲ ହୋଇଥିବାରୁ, ଶିକ୍ଷକ ମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିବା ସୂଚନା ମିଳିଛି।

Advertisment
Anugul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe