Advertisment

ପରୀକ୍ଷାର୍ଥୀଙ୍କ ଡାଉଟ୍‌କ୍ଲିୟର ପାଇଁ ଜାରି କରାଯାଇଛି ଟୋଲ ଫ୍ରି ନମ୍ୱର

ପିଲାଙ୍କ ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ପାଇଁ ଗଣଶିକ୍ଷା ବିଭାଗ ଜାରି କରିଛି ଟୋଲ୍ ଫ୍ରି ନମ୍ୱର

ଅଦ୍ୟତନ ହୋଇଛି
examinees

examinees

Advertisment

ମୁଣ୍ଡ ଉପରେ ବୋର୍ଡ ପରୀକ୍ଷା। ସେଥି ପାଇଁ ଚାପ ଗ୍ରସ୍ତ ପରୀକ୍ଷାର୍ଥୀ। କେତେବେଳେ ଅଭିଭାବକ ତ ଆଉ କେତେବେଳେ ଶିକ୍ଷକଙ୍କଦ୍ୱାରା ପିଲାମାନେ ମାନସିକଭାବେ ଭାରାକ୍ରାନ୍ତ ହେଉଛନ୍ତି। ଏପରି ସ୍ଥଳେ ପିଲାଙ୍କ ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ପାଇଁ ଗଣଶିକ୍ଷା ବିଭାଗ ଜାରି କରିଛି ଟୋଲ୍ ଫ୍ରି ନମ୍ୱର। ପିଲାମାନେ ଏହି ନମ୍ବରକୁ ଫୋନ୍ କରି କାଉନସେଲରଙ୍କ ପରାମର୍ଶ ନେଇପାରିବେ।

Advertisment

ଆସିଲା ପରୀକ୍ଷା ଋତୁ। ଚିନ୍ତାରେ ଅଭିଭାବକ, ଚାପରେ ପରୀକ୍ଷାର୍ଥୀ। CBSE , ICSE ଠାରୁ ଆରମ୍ଭ କରି ରାଜ୍ୟ ବୋର୍ଡ ପରୀକ୍ଷା ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଫେବ୍ରୁଆରୀ ୧୫ ରୁ CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି। ସେହିପରି ଫେବ୍ରୁଆରୀ ୧୬ରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ଏବଂ ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। କ୍ୟାରିୟରର ପ୍ରଥମ ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବାରୁ ଦଶମ ପରୀକ୍ଷାର୍ଥୀଙ୍କ ଉପରେ ଚାପ ଅଧିକ ରହିବା ସ୍ୱାଭାବିକ। ସେହିପରି ଦ୍ୱାଦଶ ପରୀକ୍ଷାର୍ଥୀଙ୍କ ଚିନ୍ତା ପରୀକ୍ଷା ଭଲ ହେଲେ ଯାଇ ଭଲ ମେଡିକାଲ୍, ଇଞ୍ଜିନିୟରିଂ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପଢ଼ିବାର ସୁଯୋଗ ମିଳିବ। ଯେଉଁଥି ପାଇଁ ଶେଷ ମୁହୂର୍ତ୍ତ ପ୍ରସ୍ତୁତି ବେଳେ ପରୀକ୍ଷାର୍ଥୀ ଏବେ ଚାପରେ।

ସେପଟେ ପରୀକ୍ଷାର୍ଥୀଙ୍କ ଉପରୁ ଚାପ କମାଇବା ପାଇଁ ଗଣଶିକ୍ଷା ବିଭାଗ ଆରମ୍ଭ କରିଛି ଟେଲି ମାନସ ବ୍ୟବସ୍ଥା। ଜାରି କରାଯାଇଛି ଟୋଲ ଫ୍ରି ନମ୍ୱର '୧୪୪୧୬'। ପରୀକ୍ଷାର୍ଥୀ ମାନେ ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ପାଇଁ ସିଧା ସଳଖ ଏହି ନମ୍ବରକୁ ଫୋନ୍ କରି କାଉନସେଲରଙ୍କ ସହ କଥା ହୋଇ ପରାମର୍ଶ ନେଇପାରିବେ। ବିଶେଷ କରି ବୋର୍ଡ ପରୀକ୍ଷା ସମୟରେ ପିଲାଙ୍କ ଠାରୁ ଅଭିଭାବକମାନଙ୍କ ଅତ୍ୟଧିକ ଆଶା, ଶିକ୍ଷକ ଓ କୋଚିଂ ସେଣ୍ଟର୍ ପକ୍ଷରୁ ଦିଆଯାଇଥିବା ରେଜଲ୍ଟ ଟାର୍ଗେଟ ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ଚାପ ସୃଷ୍ଟି କରିଥାଏ।

Advertisment

ପିଲାଙ୍କ ଉପରୁ ପରୀକ୍ଷାଜନିତ ଚାପ କମାଇବା ପାଇଁ ପରୀକ୍ଷା ପଦ୍ଧତିରେ ଅନେକ ସଂସ୍କାର ଅଣା ଯାଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ଚାପ ମୁକ୍ତ ହେଇ ପରୀକ୍ଷା ଦେବାକୁ ପିଲାଙ୍କୁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ବାର୍ତ୍ତା ଦେଇଛନ୍ତି। ଏସବୁ ସତ୍ତ୍ୱେ କିନ୍ତୁ ପରୀକ୍ଷା ସମୟରେ ପିଲାଙ୍କ ଉପରେ ଚାପ ରହୁଥିବା ଦେଖାଯାଉଛି।

Odisha 10th Board Exam Examinees
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe