Advertisment

ଏଣିକି +୨ ସାଇନ୍ସରେ ବାୟୋଲୋଜି ରଖିନଥିବା ପିଲା ବି ହୋଇପାରିବେ ଡାକ୍ତର

ଯୁକ୍ତ ଦୁଇ ବିଜ୍ଞାନରେ ବାୟୋଲୋଜି ନ ରଖି ପାସ୍ ଆଉଟ୍ ହୋଇଥିବା ପିଲା ଡାକ୍ତରୀ ନାମଲେଖା ପାଇଁ NEET-UG ପରୀକ୍ଷା ଦେଇପାରିବେ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ପ୍ଲସ୍ ଟୁ ସାଇନ୍ସରେ ବାୟୋଲୋଜି ନ ରଖି ପାସ୍-ଆଉଟ୍ ହୋଇଥିବା ପିଲାମାନେ ଏଣିକି ଡାକ୍ତର ହୋଇପାରିବେ। ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାରଣ NMC ଲାଗୁ କରିବାକୁ ଯାଉଛି ଏହି ନୂଆ ନିୟମ।

Advertisment

ଯୁକ୍ତ ଦୁଇ ବିଜ୍ଞାନରେ ବାୟୋଲୋଜି ନ ରଖି ପାସ୍ ଆଉଟ୍ ହୋଇଥିବା ପିଲା MBBS ଏବଂ BDS ଆଡମିସନ୍(ଡାକ୍ତରୀ ନାମଲେଖା) ପାଇଁ NEET-UG ପରୀକ୍ଷା ଦେଇପାରିବେ। ଜାତୀୟ ମେଡିକାଲ କମିଶନ (NMC ) ଏହି ନୂଆ ନିୟମ ଆଣିଛି। ନିୟମ ଅନୁସାରେ, ଯେଉଁ ବିଦ୍ୟାର୍ଥୀ ଦ୍ୱାଦଶ ଶ୍ରେଣୀରେ ଫିଜିକ୍ସ, କେମିଷ୍ଟ୍ରି ଏବଂ ମ୍ୟାଥ୍ ବିଷୟ ରଖି ଉତ୍ତୀର୍ଣ୍ଣ ହୋଇଥିବେ, ସେମାନେ ପରବର୍ତ୍ତୀ ସମୟରେ ବାୟୋଲୋଜି/ବାୟୋଟେକ୍ନୋଲୋଜି ପରୀକ୍ଷାରେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଅତିରିକ୍ତ ବିଷୟ ଭାବରେ ଏଥିପାଇଁ ଯୋଗ୍ୟତା ହାସଲ କରିପାରିବେ।

ଯଦି ସେମାନଙ୍କ ପାଖରେ ଅତିରିକ୍ତ ବିଷୟ ଭାବେରେ ବାୟୋଲୋଜି/ବାୟୋଟେକ୍ନୋଲୋଜି ସାର୍ଟିଫିକେଟ୍ ଥିବ, ତେବେ ସେମାନେ MBBS ଏବଂ BDS (ବ୍ୟାଚଲର୍ ଅଫ୍ ଡେଣ୍ଟାଲ୍ ସର୍ଜରୀ) ନାମ ଲେଖା ପାଇଁ NEET-UG ପରୀକ୍ଷା ଦେଇପାରିବେ। ଏହି ପ୍ରାର୍ଥୀମାନଙ୍କୁ NMC ନାମଲେଖା ପାଇଁ ଯୋଗ୍ୟତା ପ୍ରମାଣପତ୍ର ଦେବ।

Advertisment

କିନ୍ତୁ ପୂର୍ବରୁ ଏପରି ନିୟମ ନଥିଲା। ପୂର୍ବ ନିୟମ ଦ୍ୱାଦଶ ଶ୍ରେଣୀ ପାସ୍ କରିବା ପରେ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ବିଷୟବସ୍ତୁ ନେବାକୁ ଅନୁମତି ଦେଉ ନଥିଲା।  MBBS ଏବଂ BDS ନାମଲେଖା ପାଇଁ ଯୋଗ୍ୟ ହେବାକୁ ଫିଜିକ୍ସ, କେମିଷ୍ଟ୍ରି, ମ୍ୟାଥମେଟିକ୍ସ, ବାୟୋଲୋଜି/ବାୟୋଟେକ୍ନୋଲୋଜି ଏବଂ ଇଂରାଜୀରେ ଦୁଇ ବର୍ଷର କ୍ରମାଗତ ଅଧ୍ୟୟନ କରିବା ବାଧ୍ୟତାମୂଳକ ଥିଲା।

ଏ ସମସ୍ତ ବିଷୟରେ ଏକକାଳୀନ ଗୋଟିଏ ବୋର୍ଡର ପାସ୍ ସାର୍ଟିଫିକେଟ୍ ଦରକାର ପଡୁଥିଲା। କିନ୍ତୁ NMCର ନୂତନ ଆଦେଶ ଏହି ପ୍ରତିବନ୍ଧକକୁ ହଟାଇ ଦେଇଛି।

NMC Medical Entrance MBBS Admission +2 Science