ଆଜି କୋରାପୁଟ ଓ ଗଜପତି ଜିଲ୍ଲାରେ ସମସ୍ତ ସ୍କୁଲ୍ ବନ୍ଦ ରହିବ। ଏହି ଦୁଇ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହେବାର ଥିବାରୁ ଉଭୟ ଜିଲ୍ଲାରେ ସ୍କୁଲ ଛୁଟି ରହିବ ବୋଲି ଘୋଷଣା କରିଛନ୍ତି ଜିଲ୍ଳାପାଳ। କୋରାପୁଟ ଜିଲ୍ଲାରେ ସମସ୍ତ ସ୍କୁଲ ସହ ବନ୍ଦ ରହିବ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର। ସେହିପରି ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।
ଏଥିସହ ବର୍ଷା ବେଳେ ଘରୁ ନ ବାହାରିବାକୁ ଏବଂ ନିଜ ନିଜର ପକ୍କା ଘର ନଚେତ୍ ଆଶ୍ରୟସ୍ଥଳରେ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେବା ସହ ଜିଲ୍ଲାର ସବୁ ବ୍ଲକରେ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ହେବ। ବିଶେଷ ଭାବେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Education
ଓଡ଼ିଶାରେ ଖୋଲିବ ଆଉ ୮ଟି କେନ୍ଦ୍ରୀୟ ବିଦ୍ୟାଳୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି(ସିସିଇଏ) ବୈଠକରେ ଓଡ଼ିଶାର ୮ଟି ସମେତ ସମଗ୍ର ଦେଶରେ ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନକୁ ମଞ୍ଜୁରୀ ମିଳିଛି । ଏହାସହିତ ଆଉ ୨୮ଟି ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମଧ୍ୟ ସିସିଇଏ ଅନୁମୋଦନ କରିଛନ୍ତି ।
Education
ସ୍କୁଲ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ିଲା: ଜାଣନ୍ତୁ, କେଉଁ ଶ୍ରେଣୀ ପାଇଁ କେତେ କରାଗଲା
ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଛନ୍ତି ସରକାର।
Education
ବାହାରିଲା OTET ୨୦୨୪ର ରେଜଲ୍ଟ: ଅସଫଳ ପରୀକ୍ଷାର୍ଥୀଙ୍କୁ କ’ଣ କହିଛି ବୋର୍ଡ, ଜାଣନ୍ତୁ
www.bseodisha.ac.inରେ ଉପଲବ୍ଧ ହେଉଛି ପରୀକ୍ଷା ଫଳ।
Education
୩ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଆଉ ୬ମାସ ବଢ଼ିଲା
ଆଜି ଗୁରୁବାର ରାଜଭବନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଉତ୍କଳ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳକୁ ରାଜ୍ୟପାଳ ବୃଦ୍ଧି କରିଛନ୍ତି ।
Education
ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କଲା CBSE
ଦଶମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀ ସିବିଏସ୍ଇ ବୋର୍ଡ ପରୀକ୍ଷା 2025 ଫେବୃଆରୀ 15ରୁ ଆରମ୍ଭ ହେବ। ସିବିଏସ୍ଇ ଏହାର ଆଧିକାରୀକ ୱେବସାଇଟ୍ 'cbse.gov.in'ରେ ପରୀକ୍ଷା ସୂଚୀ ପ୍ରକାଶ କରିଛି।