Advertisment

ଆସିଲା ଆଉଟ୍‌ ଅଫ୍‌ ସିଲାବସ୍‌ ପ୍ରଶ୍ନ; ଆଜି ବାତିଲ ହେଲା LLB ପରୀକ୍ଷା

ଏହି ପ୍ରଶ୍ନପତ୍ରରେ ପରୀକ୍ଷା ଦେବା ସମ୍ଭବ ନୁହେଁ ବୋଲି ରୋକଠୋକ ଶୁଣାଇ ଦେଲେ ଛାତ୍ରଛାତ୍ରୀ। ଏହାପରେ ଶେଷରେ ବାତିଲ ହୋଇଛି LLB ଷଷ୍ଠ ସେମିଷ୍ଟର ପେପର-୧ ପରୀକ୍ଷା ।

ଅଦ୍ୟତନ ହୋଇଛି
EXAM

EXAM

Advertisment

ଆଉଟ୍‌ ଅଫ୍‌ ସିଲାବସ୍‌ ପ୍ରଶ୍ନପତ୍ର ପଡ଼ିଲା। ଏହାକୁ ଦେଖି ତେଜିଲେ ଛାତ୍ରଛାତ୍ରୀ। ଏହି ପ୍ରଶ୍ନପତ୍ରରେ ପରୀକ୍ଷା ଦେବା ସମ୍ଭବ ନୁହେଁ ବୋଲି ରୋକଠୋକ ଶୁଣାଇ ଦେଲେ। ଏହାପରେ ଶେଷରେ ବାତିଲ ହୋଇଛି LLB ଷଷ୍ଠ ସେମିଷ୍ଟର ପେପର-୧ ପରୀକ୍ଷା । ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୨୮ କଲେଜର ପେପର-୧ ପରୀକ୍ଷା ଆଜି ବାତିଲ ହୋଇଛି। ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Advertisment

ଆଜି ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଷଷ୍ଠ ସେମିଷ୍ଟର ପରୀକ୍ଷା ଥିଲା। ମାତ୍ର ହଲ୍‌ ଭିତରେ ପ୍ରବେଶ ପରେ ଛାତ୍ରଛାତ୍ରୀ ଯାହା ଦେଖିଲେ ସେମାନଙ୍କ ବୁଦ୍ଧି ହଜିଗଲା। କାରଣ ସିଲାବସ୍‌ରୁ ନୁହଁ, ସିଲାବସ୍‌ ବାହାରୁ ଆସିଥିଲା ପ୍ରଶ୍ନ ।

ବର୍ତ୍ତମାନ ପଢ଼ା ଯାଉଥିବା କୋର୍ସରେ ତାହା ନ ଥିବା ବେଳେ ପୁରୁଣା ପାଠରୁ ପଡ଼ିଛି ପ୍ରଶ୍ନ । ତେଣୁ ସିଲାବସ୍‌ ଅନୁଯାୟୀ ରାତି ଦିନ ପରିଶ୍ରମ ପରେ ଆଉଟ୍‌ ଅଫ୍‌ ସିଲାବସ୍‌ରେ ପରୀକ୍ଷା ଦେବା ସମ୍ଭବପର ନୁହେଁ ବୋଲି ରୋକଠୋକ ଶୁଣାଇ ଦେଲେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ।

Advertisment

ଏହାକୁ ଗୁରୁତର ସହ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଜିର ପରୀକ୍ଷାକୁ ବାତିଲ କରି ଦେଇଛନ୍ତି । ଏଥିସହ ଆଗାମୀ ଦିନରେ କେବେ ପରୀକ୍ଷା ହେବ ତାହା ସ୍ପଷ୍ଟ କରିବେ ବୋଲି ସୂଚନା ଦେଇଛନ୍ତି ।

Suspend;
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe