ଦୁଇ ବର୍ଷ ହେଲା ଟଙ୍କା ମିଳୁନି, 5T ସ୍କୁଲରେ ତାଲା ପକାଇଲେ ଠିକାଦାର

5T ସ୍କୁଲ ନିର୍ମାଣକୁ ଦୁଇ ବର୍ଷ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ ବକେୟା ପାଇନାହାନ୍ତି ଦୁଇ ଠିକାଦାର। ଏନେଇ ସେମାନେ ବହୁବାର ବିଡିଓ ଓ ଯନ୍ତ୍ରୀଙ୍କ ପାଖରେ ଗୁହାରୀ କରିଥିଲେ। ମାତ୍ର କୌଣସି ସୁଫଳ ମିଳିନଥିଲା। ପରେ ସେମାନେ ପିଡିଙ୍କ ପାଖରେ ଅଭିଯୋଗ କରିଥିଲେ।

5T School PhotoOR

ସ୍କୁଲ ଗେଟ୍‌ରେ ତାଲା ପକାଇ ଠିଆ ହୋଇଛନ୍ତି ଦୁଇ ଠିକାଦାର

Manoranjan Sial
  • Published: Friday, 15 September 2023
  • Updated: 15 September 2023, 04:42 PM IST

Sports

Latest News

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ। ସେଥିପାଇଁ ଦିନରାତି ଏକ କରି 5T ସ୍କୁଲ ନିର୍ମାଣ କରିଥିଲେ। ନିର୍ଦ୍ଧାରିତ ସମୟରେ ସ୍କୁଲ୍‌ ନିର୍ମାଣ କାମ ସାରିଥିଲେ। ଆଉ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂରେ ଲୋକାର୍ପଣ କଲେ। ଚକାଚକ ଫଟୋ ଉଠିଲା ଓ ସୋଶାଲ ମିଡ଼ିଆରେ ପୋଷ୍ଟ ହେଲା। ସ୍ମାର୍ଟ କ୍ଲାସ୍‌ ରୁମ୍‌ରେ ପିଲାମାନେ ପାଠ ପଢ଼ିଲେ। ହେଲେ କାମ କରାଇଥିବା ପେଟି ଠିକାଦାର ଆଜି ପର୍ଯ୍ୟନ୍ତ ପାଇଲେନି ଟଙ୍କା। ଦୁଇ ବର୍ଷ ଅପେକ୍ଷା କରିବା ପରେ ଆଜି ସ୍କୁଲ ଗେଟ୍‌ରେ ପକାଇଦେଲେ ତାଲା। ଏପରି ଖବର କନ୍ଧମାଳ ଜିଲ୍ଲାରୁ ଆସିଛି।

ଫୁଲବାଣୀ ବ୍ଲକ୍‌ ବିଶିପଡ଼ା ଶ୍ରୀଦେବୀ ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ(5T)ରେ ରୂପାନ୍ତରିତ କରାଯାଇଥିଲା। ସ୍କୁଲର ନିର୍ମାଣ କାର୍ଯ୍ୟ ବ୍ଲକ ପ୍ରଶାସନ କରୁଥିଲେ। ଏଥିପାଇଁ ବିଶିପଡ଼ାର ପେଟି ଠିକାଦାର ଭଗବାନ ସାହୁ ଓ ଗୋପବନ୍ଧୁ ସାହାଣୀଙ୍କୁ ନିୟୋଜିତ କରାଯାଇଥିଲା। ୨୦୨୧ ମସିହାରେ ସ୍କୁଲର ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ନିଜ ଗାଁ ସ୍କୁଲ ହୋଇଥିବାରୁ ଭଲ କରିଥିଲେ।

Also Read

ରାଜ୍ୟ ସରକାରଙ୍କ ସବୁ ଗାଇଡ୍‌ଲାଇନ୍‌ ପାଳନ କରିଥିଲେ। ଆଇସିଟି ବିଲ୍‌ଡିଂ, ସାଇନ୍ସ ଲାବୋରେଟାରୀ, ପାର୍କ, ପାଇଖାନା, ପାଚେରୀ, ଗେଟ୍‌ ପ୍ରମୁଖ ନିର୍ମାଣ କରିଥିଲେ। ଏଥିପାଇଁ ୩୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲା। ସ୍କୁଲ ନବୀକରଣ କାମ ସରିବା ପରେ ୨୦୨୨ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂରେ ଲୋକାର୍ପିତ କରିଥିଲେ। ଏବେ ନୂଆ ସ୍କୁଲରେ ପିଲାମାନେ ପାଠ ପଢ଼ୁଛନ୍ତି।

Schoolପିଲାମାନେ ସ୍କୁଲ ଗେଟ୍‌ ଆଗରେ ବସିଛନ୍ତି

ହେଲେ ଦୁର୍ଭାଗ୍ୟର ବିଷୟରେ ସ୍କୁଲ ପୁନଃ ନିର୍ମାଣ କରିଥିବା ଦୁଇ ପେଟି ଠିକାଦାର ଭଗବାନ ସାହୁ ଓ ଗୋପବନ୍ଧୁ ସାହାଣୀ ପରିଶ୍ରମିକ ପାଇନଥିଲେ। ବକେୟା ଟଙ୍କା ପାଇବା ପାଇଁ ବହୁବାର ବିଡିଓ ଓ ଯନ୍ତ୍ରୀଙ୍କ ପାଖକୁ ଯାଇଥିଲେ। ବହୁ ଅନୁରୋଧ କରିବା ପରେ ୬ ଲକ୍ଷ ୫୦ ଟଙ୍କା ମିଳିଥିଲା। ହେଲେ ସେଥିରୁ ପୁଣି ୮ ପ୍ରତିଶତ ଟଙ୍କା କାଟି ରଖାଯାଇଥିବା ଦୁଇ ଠିକାଦାର କହିଥିଲେ।

5T ସ୍କୁଲ ନିର୍ମାଣକୁ ଦୁଇ ବର୍ଷ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ ବକେୟା ପାଇନାହାନ୍ତି ଦୁଇ ଠିକାଦାର। ଏନେଇ ସେମାନେ ବହୁବାର ବିଡିଓ ଓ ଯନ୍ତ୍ରୀଙ୍କ ପାଖରେ ଗୁହାରୀ କରିଛନ୍ତି। ମାତ୍ର କୌଣସି ସୁଫଳ ମିଳିଲା ନାହିଁ। ପରେ ସେମାନେ ପିଡିଙ୍କ ପାଖରେ ଅଭିଯୋଗ କରିଥିଲେ। ଏହା ସତ୍ତ୍ୱେ କିଛି ସଫଳ ମିଳିନାହିଁ। ପ୍ରଶାସନଠାରୁ ନିରାଶ ହୋଇ ଦୁଇ ଠିକାଦାର ଆଜି ସ୍କୁଲ୍‌ ଗେଟ୍‌ରେ ତାଲା ପକାଇ ଥିଲେ।

ଠିକାଦାରମାନେ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଥିଲେ। ଗାଁ ଲୋକେ ମଧ୍ୟ ଠିକାଦାରଙ୍କୁ ସମର୍ଥନ ଜଣାଇଥିଲେ। ଯେଉଁଥିପାଇଁ ପିଲାମାନେ ଆଜି ସ୍କୁଲ ଆସି ଗେଟ୍‌ ସମ୍ମୁଖରେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ପରେ ଗେଟ୍‌ ସମ୍ମୁଖରେ ପଲିଥିନ୍‌ ବିଛାଇ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ବସିଥିଲେ। ବକେୟା ଟଙ୍କା ନମିଳିବା ଯାଏଁ ଗେଟ୍‌ରୁ ତାଲା ଖୋଲିବୁ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ ଦୁଇ ଠିକାଦାର।

ଦୀର୍ଘ ଦୁଇ ଘଣ୍ଟା ପରେ ଫୁଲବାଣୀ ବ୍ଲକ୍‌ ABDO ସନ୍ତୋଷ କୁମାର ଦିଗାଲ ସ୍କୁଲରେ ପହଞ୍ଚିଥିଲେ। ଦୁଇ ଠିକାଦାରଙ୍କ ସହିତ ଆଲୋଚନା କରିଥିଲେ। ବକେୟା ଟଙ୍କା ପ୍ରଦାନ କରିବା ପାଇଁ ଦୁଇ ଠିକାଦାର ଦାବି କରିଥିଲେ। ବକେୟା ଥିବା ଟଙ୍କା ୧୦ ଦିନ ମଧ୍ୟରେ ଦିଆଯିବ ବୋଲି ଏବିଡିଓ ପ୍ରତିଶ୍ରୁତି ଦେବା ପରେ ସ୍କୁଲର ତାଲା ଖୋଲିଥିଲେ ଦୁଇ ଠିକାଦାର।

Schoolଅଭିଭାବକଙ୍କ ସହ ପିଲାମାନେ ବସିଛନ୍ତି

ଫୁଲବାଣୀ ଏବିଡିଓ ସନ୍ତୋଷ କୁମାର ଦିଗାଲ କହିଛନ୍ତି, ସେହି ଠିକାଦାରମାନେ 5T ସ୍କୁଲର ନିର୍ମାଣ କାର୍ଯ୍ୟ କରିଥିଲେ। ବାରମ୍ୱାର ଯାଇଥିଲେ ସୁଦ୍ଧା ସେମାନେ ବକେୟା ଟଙ୍କା ପାଇନଥିଲେ। ଯେଉଁଥିପାଇଁ ଆଜି ସ୍କୁଲ ଗେଟ୍‌ରେ ତାଲା ପକାଇଥିଲେ। ବିଡିଓ ସାର ପ୍ରତିଶ୍ରୁତି ଦେବା ପରେ ତାଲା ଖୋଲିଛି ବୋଲି ଶ୍ରୀ ଦିଗାଲ୍‌ କହିଛନ୍ତି।

ଅଭିଯୋଗ ହେଉଛି,ବର୍ତ୍ତମାନର ବିଡିଓ ଓ ଯନ୍ତ୍ରୀ ପୂର୍ବତନ ବିଡିଓ ଓ ଯନ୍ତ୍ରୀଙ୍କ ସମୟରେ ହେଉଥିବା କାମର ଫାଇଲରେ ଦସ୍ତଖତ କରୁନାହାନ୍ତି। ଏନେଇ ଅନୁରୋଧ କଲେ, ସେମାନେ ଥଟା କରୁଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ସ୍ମାର୍ଟ ସ୍କୁଲ କାମ କରିଥିବା ଦୁଇ ଠିକାଦାର ଦୁଇ ବର୍ଷ ପରେ ମଧ୍ୟ ବିଲ୍‌ ପାଇନାହାନ୍ତି।

ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story