ଆସନ୍ତା ଗୁରୁଦିବସ ଅବସରରେ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଓଡ଼ିଶାର ଦୁଇଜଣ ଶିକ୍ଷକଙ୍କୁ ମନୋନୀତ କରାଯାଇଛି । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏହି ଦୁଇ ଶିକ୍ଷକଙ୍କ ସମେତ ଦେଶର ମୋଟ ୫୦ଜଣ ଶିକ୍ଷକଙ୍କୁ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ରହିଛି ।
ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲାର ନର୍ଲାସ୍ଥିତ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ଓ ରାୟଗଡ଼ା ଜିଲ୍ଲାର ବିଲେସୁସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ୱିତିଚନ୍ଦ୍ର ସାହୁଙ୍କୁ ଚଳିତବର୍ଷ ‘ଜାତୀୟ ଶିକ୍ଷକ ପୁରସ୍କାର’ ପ୍ରଦାନ କରାଯିବ ।
Also Read
ସେପ୍ଟେମ୍ବର ୫ତାରିଖ ଗୁରୁଦିବସରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏହି ଶିକ୍ଷକମାନଙ୍କୁ ମେରିଟ୍ ସାର୍ଟଫିକେଟ୍, ନଗଦ ୫୦ହଜାର ଟଙ୍କା ଓ ରୌପ୍ୟ ପଦକ ପ୍ରଦାନ କରିବେ । ଆଜି ଏନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Education
ଶିକ୍ଷାଗତ ଯୋଗ୍ୟତା ଅନୁସାରେ କାହିଁକି ଭାରତୀୟ ପାଉନାହାନ୍ତି ଚାକିରି?
କେବଳ ୮.୨୫ ଗ୍ରାଜ୍ୟୁଏଟ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଭାରତରେ ଚାକିରି କରିବାକୁ ସକ୍ଷମ ହୋଇଛନ୍ତି।

Education
ଓଡ଼ିଶାରେ ଉଚ୍ଚଶିକ୍ଷାର ବିକଟାଳ ଚିତ୍ର: ୧୭ ସରକାରୀ ୟୁନିର୍ଭସିଟିରେ ଅଛନ୍ତି ମାତ୍ର ୩୫% ଅଧ୍ୟାପକ
ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ବିଜେଡି ସରକାର ଭିତ୍ତିଭୂମିର ଯାଂଚ ନକରି ଯେଉଁ ସବୁ କଲେଜକୁ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରି ଦେଇଥିଲା ସେଗୁଡ଼ିକରେ ମଞ୍ଜୁରୀପ୍ରାପ୍ତ ସବୁ ବର୍ଗର ଅଧ୍ୟାପକ ପଦବୀ ଖାଲି ପଡ଼ିଛି । କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ଓ ଜୟପୁରରୁ ବିକ୍ରମଦେବ ବିଶ୍ୱବିଦ୍ୟାଳୟର ସମସ୍ତ ମଞ୍ଜୁରୀପ୍ରାପ୍ତ ପଦବୀ ଏବେବି ଖାଲି ପଡ଼ିଛି ।

Education
କିଟ୍ ନେଉଛି ଚଢ଼ା ଫି’, ୱେବସାଇଟରୁ ଉଡ଼ାଇଲା ତଥ୍ୟ!
ଶ୍ରୀକ୍ରିଷ୍ଣା କମିଟିର ସୁପାରିଶ ସୀମାକୁ ଫୁ କରି ଉଡ଼ାଇ ଦେଇଥିଲା କିଟ୍। ନିଜ ଇଚ୍ଛାରେ ପିଲାଙ୍କଠାରୁ ସେମିଷ୍ଟର ପିଛା 1 ଲକ୍ଷ 75 ହଜାର ଟଙ୍କା ଅର୍ଥାତ୍ ବାର୍ଷିକ 3 ଲକ୍ଷ 50 ହଜାର ଟଙ୍କା ଆଦାୟ କରୁଥିଲା। ଅର୍ଥାତ୍ ବାର୍ଷିକ ଅତି କମରେ ପ୍ରାୟ 1 ଲକ୍ଷ 60 ହଜାର ଟଙ୍କା ଅଧିକ ଆଦାୟ କରୁଥିଲା କିଟ୍।

Education
ଅଷ୍ଟମ ଶ୍ରେଣୀର ୫୦%ରୁ ଅଧିକ ପିଲାଙ୍କୁ ଆସୁନି ‘ହରଣ’: ବିଧାନସଭାରେ ମନ୍ତ୍ରୀଙ୍କ ଦମ୍ଭୋକ୍ତି- ଜାତୀୟ ଅନୁପାତଠୁ ଆମେ ଭଲରେ ଅଛୁ
ଅସର’ ସର୍ବେକ୍ଷଣ ରିପୋର୍ଟ -୨୦୨୪ ଅନୁସାରେ ‘ଫେଡ଼ାଣ’ ସମାଧାନ କରିପାରୁଥିବା ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬୯.୫ ପ୍ରତିଶତ ରହିଛି । ବିଗତ ଏକ ଦଶନ୍ଧି ମଧ୍ୟରେ ପ୍ରାୟ ୬% ପଏଂଟ ବଢ଼ିଛି । ଅର୍ଥାତ୍ ୨୦୧୪ ମସିହାରେ ଅଷ୍ଟମରେ ପଢ଼ୁଥିବା ୬୩.୪ ପ୍ରତିଶତ ପିଲା ଫେଡ଼ାଣ ସମାଧାନ କରିପାରୁଥିବାବେଳେ ୨୦୨୪ରେ ଏହି ହାର ୬୯.୫ ପ୍ରତିଶତ ରହିଛି ।

Education
ରାଜ୍ୟରେ ଉଚ୍ଚଶିକ୍ଷାର ଦୁରବସ୍ଥା: ଖାଲିପଡ଼ିଛି ୧୩୦୭ ପଦବୀ, ଅତିଥି ଅଧ୍ୟାପକଙ୍କ ଭରସାରେ ଚାଲିଛି ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ
ରାଜ୍ୟରେ ଥିବା ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗରେ ମୋଟ ୨୦୦୩ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀ ଅଛି। ସେଥିମଧ୍ୟରୁ ୬୯୬ଟି ପଦବୀରେ ଅଧ୍ୟାପକ/ଅଧ୍ୟାପିକା କାର୍ଯ୍ୟ କରୁଛନ୍ତି ଓ ୧୩୦୭ଟି ପଦବୀ ଖାଲି ଅଛି।