‘ଜାତୀୟ ଶିକ୍ଷକ ପୁରସ୍କାର’ ପାଇବେ ଓଡ଼ିଶାର ଦୁଇ ଶିକ୍ଷକ

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲାର ନର୍ଲାସ୍ଥିତ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ଓ ରାୟଗଡ଼ା ଜିଲ୍ଲାର ବିଲେସୁସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ୱିତିଚନ୍ଦ୍ର ସାହୁଙ୍କୁ ଚଳିତବର୍ଷ ‘ଜାତୀୟ ଶିକ୍ଷକ ପୁରସ୍କାର’ ପ୍ରଦାନ କରାଯିବ ।

ଶିକ୍ଷକ ଦ୍ୱିତିଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର କର

  • Published: Tuesday, 27 August 2024
  • , Updated: 27 August 2024, 10:10 PM IST

ଆସନ୍ତା ଗୁରୁଦିବସ ଅବସରରେ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଓଡ଼ିଶାର ଦୁଇଜଣ ଶିକ୍ଷକଙ୍କୁ ମନୋନୀତ କରାଯାଇଛି । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏହି ଦୁଇ ଶିକ୍ଷକଙ୍କ ସମେତ ଦେଶର ମୋଟ ୫୦ଜଣ ଶିକ୍ଷକଙ୍କୁ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲାର ନର୍ଲାସ୍ଥିତ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ଓ ରାୟଗଡ଼ା ଜିଲ୍ଲାର ବିଲେସୁସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ୱିତିଚନ୍ଦ୍ର ସାହୁଙ୍କୁ ଚଳିତବର୍ଷ ‘ଜାତୀୟ ଶିକ୍ଷକ ପୁରସ୍କାର’ ପ୍ରଦାନ କରାଯିବ ।

ସେପ୍ଟେମ୍ବର ୫ତାରିଖ ଗୁରୁଦିବସରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏହି ଶିକ୍ଷକମାନଙ୍କୁ ମେରିଟ୍ ସାର୍ଟଫିକେଟ୍‌, ନଗଦ ୫୦ହଜାର ଟଙ୍କା ଓ ରୌପ୍ୟ ପଦକ ପ୍ରଦାନ କରିବେ । ଆଜି ଏନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related story