/odisha-reporter/media/post_attachments/uploadimage/library/16_9/16_9_0/NET_1729181667.jpg)
NET
ପ୍ରକାଶ ପାଇଛି ୟଜିସି ନେଟ ରେଜଲ୍ଟ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ୟୁଜିସି ନେଟ ଜୁନର ରେଜଲ୍ଟ ଘୋଷଣା କରାଯାଇଛି। ୟୁଜିସି ନେଟ ଜୁନ ୨୦୨୪ ରେଜଲ୍ଟ ସହ ଏନଟିଏ ବିଷୟ ୱାରୀ ଓ ବର୍ଗ ୱାରୀ କଟ ଅଫ ମାର୍କ ମଧ୍ୟ ଜାରି କରିଛି। ଏବେ ପିଲାମାନେ https://ugcnet.ntaonline.in/frontend/web/scorecard/ugc-final-score-card2024 କୁ ଯାଇ ନିଜର ରେଜଲ୍ଟ ଓ କଟ ଅଫ ମାର୍କ ବିଷୟରେ ଜାଣି ପାରିବେ।
ୟୁଜିସି ନେଟ ଜୁନ ୨୦୨୪ ପରୀକ୍ଷା ଅଗଷ୍ଟ ୨୧ରୁ ସେପ୍ଟମ୍ବର ୪ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ସହରରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ୧୧ ଲକ୍ଷ ୨୧ ହଜାର ୨୨୫ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସମଗ୍ର ଦେଶରେ ଏହି ପରୀକ୍ଷା ଆୟୋଜନ ହୋଇଥିଲା। ଏନଟିଏ ଏହାପୂର୍ବରୁ ଚୂଡ଼ାନ୍ତ ୟୁଜିସି ନେଟ ଜୁନ ୨୦୨୪ର ଉତ୍ତର ପୁସ୍ତିକା ମଧ୍ୟ ଜାରି କରିଥିଲା।
ଏହି ପରୀକ୍ଷାରେ ପ୍ରତିଟି ଠିକ ଉତ୍ତର ପାଇଁ ୨ ମାର୍କ ଲେଖାଏ ମିଳିବ। ତେବେ ଭୁଲ ଉତ୍ତର ପାଇଁ କୌଣସି ମାର୍କ କଟିବ ନାହିଁ। ସେହିପରି ପ୍ରଶ୍ନ ଭୁଲ ଥିଲେ କିମ୍ବା ଏକାଧିକ ଠିକ ଉତ୍ତରର ବିକଳ୍ପ ରହିଥିଲେ ମାର୍କ ସେତେବେଳେ ମିଳିବ ଯେତେବେଳେ ଜଣେ ପରୀକ୍ଷାର୍ଥୀ ଏହାର ଉତ୍ତର ଦେବାକୁ ଚେଷ୍ଟା କରିଥିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
