Advertisment

UGC- NET ପରୀକ୍ଷା ରଦ୍ଦ, ସିବିଆଇ କରିବ ତଦନ୍ତ

ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ଆସିସଷ୍ଟାଣ୍ଟ ପ୍ରଫେସର ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଦେଶର ୩୧୭ଟି ସହରର ୧୨୦୫ ପରୀକ୍ଷା କେନ୍ଦ୍ରରେ ପିଲାମାନେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ।

ଅଦ୍ୟତନ ହୋଇଛି
NEET

NEET

Advertisment

ପରୀକ୍ଷା ସରିବାର ଦିନକ ପରେ UGC-NET ପରୀକ୍ଷାକୁ ରଦ୍ଦ କରିଛି ଶିକ୍ଷା ମନ୍ତ୍ରାଳୟ। ପରୀକ୍ଷା ରଦ୍ଦ ହୋଇଥିବାରୁ ପୁଣିଥରେ ପରୀକ୍ଷା କରିବାକୁ ମନ୍ତ୍ରାଳୟର ନିଷ୍ପତ୍ତି ନେଇଛି।

Advertisment

ମଙ୍ଗଳବାର ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୧୧ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ। ତେବେ ପରୀକ୍ଷାର ସ୍ୱଚ୍ଛତା ନେଇ ସନ୍ଦେହ ସୃଷ୍ଟି ହେବାରୁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସିଂ ପରୀକ୍ଷାକୁ ରଦ୍ଦ କରି ଦେଇଛି।

ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ଆସିସଷ୍ଟାଣ୍ଟ ପ୍ରଫେସର ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଦେଶର ୩୧୭ଟି ସହରର ୧୨୦୫ ପରୀକ୍ଷା କେନ୍ଦ୍ରରେ ପିଲାମାନେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ।

Advertisment

ଶିକ୍ଷା ମନ୍ତ୍ରଣାଳୟ ଗୋଟିଏ ବିବୃତିରେ କହିଛି ଯେ UGC- NETର ଜୁନ ପରୀକ୍ଷର ମଙ୍ଗଳବାର ଶେଷ ହୋଇଥିଲା। ୨ଟି ପର୍ଯ୍ୟାୟରେ ସମଗ୍ର ଦେଶରେ ଓଏମଆର ମୋଡରେ ପରୀକ୍ଷା ହୋଇଥିଲା। ତେବେ ପରୀକ୍ଷାକୁ ନେଇ ଜୁନ ୧୯ରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାଶନାଲ ସାଇବର କ୍ରାଇମ ଥ୍ରେଟ ଆନାଲିଟିକ ୟୁନିଟ ଅଫ ଇଣ୍ଡିଆନ ସାଇବର କ୍ରାଇମ କୋର୍ଡିନେସର ସେଣ୍ଟର ପକ୍ଷରୁ କିଛି ତଥ୍ୟ ମିଳିଥିଲା। ପ୍ରାଥମିକ ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ ପରୀକ୍ଷାର ସ୍ୱଚ୍ଛତାରେ ବୁଝାମଣା ହୋଇଛି। ତେଣୁ ପରୀକ୍ଷାକୁ ରଦ୍ଦ କରାଯାଉଛି।

ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତା ରଖିବା ପାଇଁ ଭାରତର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ UGC- NET ପରୀକ୍ଷାକୁ ରଦ୍ଦ କରିବାକୁ ନିଷ୍ପତ୍ତି ନିଷ୍ପତ୍ତି ନେଇଛି। ପରୀକ୍ଷା ପୁଣିଥରେ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ପରବର୍ତ୍ତୀ ଅବସ୍ଥାରେ ଜାରି କରାଯିବ।

ସେହିପରି ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯାଇଛି। ସିବିଆଇ ଏହା ପଛର କାରଣ ଖୋଜି ବାହାର କରିବ।

NEET
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe