Advertisment

ଆଞ୍ଚଳିକ ଭାଷାରେ ପରୀକ୍ଷା ପାଇଁ ୟୁଜିସିର ଚିଠି

ପୁସ୍ତକ ଇଂରାଜୀ ଭାଷାରେ ହୋଇଥିଲେ ବି ଛାତ୍ରଛାତ୍ରୀ ଚାହିଁଲେ ଆଞ୍ଚଳିକ ଭାଷାରେ ପରୀକ୍ଷା ଖାତାରେ ଉତ୍ତର ଲେଖି ପାରିବେ।

UGC

UGC

Advertisment

ଏଣିକି ବିଶ୍ୱବିଦ୍ୟାଳୟରେ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଓ ପରୀକ୍ଷା କରିବାକୁ ୟୁଜିସି ପକ୍ଷରୁ ଚିଠି ଲେଖାଯାଇଛି। ଦେଶର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଏନେଇ ୟୁଜିସି ଚିଠି ଲେଖିଛି। ଆଞ୍ଚଳିକ ଭାଷାରେ ପାଠ ପଢ଼ିବା, ପଢ଼ାଇବା ଓ ପରୀକ୍ଷାରେ ଉତ୍ତର ଲେଖିବା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି। 

Advertisment

ପୁସ୍ତକ ଇଂରାଜୀ ଭାଷାରେ ହୋଇଥିଲେ ବି ଛାତ୍ରଛାତ୍ରୀ ଚାହିଁଲେ ଆଞ୍ଚଳିକ ଭାଷାରେ ପରୀକ୍ଷା ଖାତାରେ ଉତ୍ତର ଲେଖି ପାରିବେ। ଏନେଇ ପ୍ରୋତ୍ସାହିତ କରିବାକୁ ସମସ୍ତ କୁଳପତିଙ୍କୁ ୟୁଜିସି କହିଛି। ଏଥିସହ ସମସ୍ତ ପାଠ୍ୟ ପୁସ୍ତକକୁ ଆଞ୍ଚଳିକ ଭାଷାରେ ଟ୍ରାନ୍ସଲେଟ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ଏହାବାଦ କୁଳପତିମାନଙ୍କୁ ନିଜ ନିଜ ବିଶ୍ୱବିଦ୍ୟାଳୟରେ କେତେ ସଂଖ୍ୟାର କେଉଁ ବିଭାଗର ଆଞ୍ଚଳିକ ଭାଷାର ବହି ଉପଲବ୍ଧ ଅଛି ତାହା ଜଣାଇବାକୁ ୟୁଜିସି ପକ୍ଷରୁ କୁହାଯାଇଛି। ଆଞ୍ଚଳି ଭାଷାରେ ଶିକ୍ଷାଦାନ,ପରୀକ୍ଷା ଆଦି ହେଲେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ, ସାମାଜିକ ବିକାଶ ହେବ ବୋଲି ୟୁଜିସି ଆଶା ରଖିଛି। ଏହାଦ୍ୱାରା ଉଚ୍ଚଶିକ୍ଷାରେ ପିଲାଙ୍କ ନାମ ଲେଖା ୨୦୩୫ ସୁଦ୍ଧା ୨୭ ପ୍ରତିଶତରୁ ୫୦ ପ୍ରତିଶତକୁ ବଢ଼ିବ ବୋଲି ୟୁଜିସି ଆକଳନ କରିଛି।

Advertisment

କେନ୍ଦ୍ର ସରକାର ଏବେ ବିଭିନ୍ନ ଆଞ୍ଚଳିକ ଭାଷା ଉପରେ ଫୋକସ କରୁଛନ୍ତି। ଏଥିପାଇଁ ବିଭିନ୍ନ ପରୀକ୍ଷାକୁ ଇଂରାଜୀ ଓ ହିନ୍ଦୀ ବ୍ୟତୀତ ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ କରାଯିବ ବୋଲି କହିଛନ୍ତି। ୨୦୨୩-୨୪ ବଜେଟରେ କେନ୍ଦ୍ର ସରକାର ୩୦୦.୭ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହା ଗତବର୍ଷ ତୁଳନାରେ ୨୦% ଅଧିକ।

Education UGC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe