Advertisment

‘ସ୍ପୋର୍ଟ୍ସ କୋଟା ନେଇ IIT କାଉନସିଲ ନୀତିଗତ ନିଷ୍ପତ୍ତି ନେଇଛନ୍ତି’

କେନ୍ଦ୍ର କୀଡ଼ା ମନ୍ତ୍ରାଳୟ, ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ସଂଗଠନ ପକ୍ଷରୁ ଆୟୋଜିତ ସ୍ୱାସ୍ଥ୍ୟ ଓ କ୍ରୀଡ଼ା ସଂପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀର ଉଦ୍‌ଯାପନୀ ସମାରୋହରେ ଯୋଗଦେଇ ଏହା କହିଛନ୍ତି ଧର୍ମେନ୍ଦ୍ର।

author-image
Manoranjan Sial
BJP

BJP

ଆଇଆଇଟିରେ କାର୍ଯ୍ୟକାରୀ ହୋଇପାରେ ସ୍ପୋର୍ଟସ କୋଟା। ଜେଇଇ ମାଧ୍ୟମରେ ଆଇଆଇଟି ଯାଏଁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ପୋର୍ଟସ କୋଟା ରହିବା ସମ୍ଭାବନା ରହିଛି। ସ୍ପୋର୍ଟସ କୋଟା ନେଇ ଆଇଆଇଟି କାଉନସିଲ ନୀତିଗତ ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Advertisment

କେନ୍ଦ୍ର କୀଡ଼ା ମନ୍ତ୍ରାଳୟ, ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ସଂଗଠନ ପକ୍ଷରୁ ଆୟୋଜିତ ସ୍ୱାସ୍ଥ୍ୟ ଓ କ୍ରୀଡ଼ା ସଂପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀର ଉଦ୍‌ଯାପନୀ ସମାରୋହରେ ଯୋଗଦେଇ ଏହା କହିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି, ଜାତୀୟ ଶିକ୍ଷା ନୀତିରେ ୮ଟି ବିଷୟରେ କ୍ରୀଡ଼ା ଓ ଫିଜିକାଲ୍‌ ଏଜୁକେଶନ ବା ଶାରୀରିକ ଶିକ୍ଷାକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି। ଏହାକୁ ଆଉ ଏକ୍ସଟ୍ରା କରିକୁଲାର୍‌ ନୁହେଁ, ଏକ ବିଧିବଦ୍ଧ ବିଷୟ ଭାବରେ ପିଲାମାନେ ପଢ଼ିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Bjp Odisha Education Dharmendra Pradhan