Advertisment

ପରୀକ୍ଷା ଖାତାରେ 'ଜୟ ଶ୍ରୀରାମ' ଲେଖି ପାସ୍! ମିଳିଥିଲା ୬୦% ମାର୍କ

ଛାତ୍ରମାନେ ପରୀକ୍ଷା ଖାତାରେ ସଠିକ୍ ଉତ୍ତର ଲେଖି ନୁହେଁ, ବରଂ 'ଜୟ ଶ୍ରୀରାମ' ଏବଂ କ୍ରିକେଟରଙ୍କ ନାଁ ଲେଖି ମାର୍କ ପାଇଥିବା ଅଭିଯୋଗ ହୋଇଥିଲା। ଯାଞ୍ଚ ପରେ ଦୁଇ ଜଣ ପ୍ରଫେସର ନିଲମ୍ବିତ।

ଅଦ୍ୟତନ ହୋଇଛି
Answer Sheet

Answer Sheet

Advertisment

ଛାତ୍ରମାନେ ପରୀକ୍ଷା ଖାତାରେ ସଠିକ୍ ଉତ୍ତର ଲେଖି ନୁହେଁ, ବରଂ 'ଜୟ ଶ୍ରୀରାମ' ଏବଂ କ୍ରିକେଟରଙ୍କ ନାଁ ଲେଖି ମାର୍କ ପାଇଥିବା ଅଭିଯୋଗ ହୋଇଛି। ଜଣେ ଛାତ୍ର ନେତା ଏହି ଅଭିଯୋଗ ଆଣିବା ପରେ ଦୁଇ ଜଣ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଥିବା ଖବର ସାମ୍ନାକୁ ଆସିଛି।

Advertisment

ଖବର ଅନୁସାରେ, ଏହି ଘଟଣା ଉତ୍ତରପ୍ରଦେଶ ୟୁନିଭର୍ସିଟର। ଛାତ୍ର ନେତା ଦିବ୍ୟାଂଶୁ ସିଂହ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ କୁଳପତିଙ୍କ ନିକଟକୁ ଚିଠି ଲେଖି ଏହି ଅଭିଯୋଗ କରିଥିଲେ। ଗୋଟିଏ ବି ମାର୍କ ପାଇବାକୁ ଯୋଗ୍ୟ ନଥିବା କିଛି ଛାତ୍ରଛାତ୍ରୀଙ୍କୁ ୬୦ ପ୍ରତିଶତରୁ ଅଧିକ ମାର୍କ ଦେଇ ପାସ୍ କରାଯାଇଥିବା ସେ ଉଲ୍ଲେଖ କରିଥିଲେ। 

ଏଥିସହ ସେ ଆହୁରି ଅଭିଯୋଗ ଚିଠିରେ ଲେଖିଥିଲେ ଯେ, ପିଲାମାନେ ପରୀକ୍ଷା ଖାତାରେ ଗୀତ, ଧାର୍ମିକ ସ୍ଲୋଗାନ ଏବଂ କ୍ରିକେଟରଙ୍କ ନାଁ ଲେଖିଥିଲେ। ସେମାନଙ୍କଠାରୁ ଟଙ୍କା ନେଇ ପାସ୍ କରାଯାଇଛି। 

Advertisment

ଅଭିଯୋଗକୁ ଭିତ୍ତି କରି ବିଶ୍ୱବିଦ୍ୟାଳୟ କୁଳପତି ପରୀକ୍ଷାତାର ପୁନଃମୂଲ୍ୟାଙ୍କନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାଞ୍ଚ ହେବା ପରେ ଜାଉନପୁରର ଭୀର ବାହାଦୂର ସିଂହ ପୁର୍ବାଞ୍ଚଳ ବିଶ୍ୱବିଦ୍ୟାଳୟର ଦୁଇ ଜଣ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଛି।

ଏନେଇ କୁଳପତି ବନ୍ଦନା ସିଂହ କହିଛନ୍ତି, "ଯାଞ୍ଚ ପରେ ସମ୍ପୃକ୍ତ ପ୍ରଫେସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କିନ୍ତୁ ପରୀକ୍ଷା ଖାତାରେ ଜୟ ଶ୍ରୀରାମ କି ଅନ୍ୟ କୌଣସି ଧାର୍ମିକ ସ୍ଲୋଗାନ ଲେଖାଯାଇନଥିଲା। ଉତ୍ତର ଖାତାରେ ଦିଆଯାଇଥିବା ପ୍ରଶ୍ନ ତୁଳନାରେ ସଠିକ୍ ଉତ୍ତର ଲେଖାଯାଇନଥିଲା, ଅକ୍ଷର ବି ଠିକ୍ ନଥିଲା। ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।"

ପ୍ରକାଶ ଥାଉକି, ଏକ ଜାତୀୟ ଗଣାଧ୍ୟମ ଦାବି ଅନୁସାରେ ସେମାନଙ୍କୁ ଉତ୍ତର ଖାତାର ଏକ ନକଲ ମିଳିଛି, ଯେଉଁଥିରେ 'ଜୟ ଶ୍ରୀରାମ' ଲେଖାଯିବା ସହ ବିରାଟ କୋହଲି, ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ  ଭଳି କ୍ରିକେଟରଙ୍କ ନାମ ଲେଖାଯାଇଥିଲା। 

Virat Kohli UP University UP Education News Jay Shri Ram Answer Sheet
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe