ସରକାରୀ ପରୀକ୍ଷାରେ ଜାଲିଆତି ହେଉଥିବାର ଗୁରୁତର ଅଭିଯୋଗ ମଧ୍ୟରେ ୟୁନିଅନ ପବ୍ଲିକ ସର୍ଭିସ କମିସନ(UPSC) ନେଇଛି ବଡ଼ ନିଷ୍ପତ୍ତି। ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ଉନ୍ନତ ଡିଜିଟାଲ ଟେକ୍ନୋଲୋଜି ଆପଣାଇବାକୁ ନିଷ୍ପତ୍ତି ନେଇଛି ଆୟୋଗ।
ରିପୋର୍ଟ ଅନୁସାରେ, ଆୟୋଗ ପକ୍ଷରୁ ଅତ୍ୟାଧୁନିକ ଟେକ୍ନୋଲୋଜି ଆଧାରିତ ଫିଙ୍ଗରପ୍ରିଣ୍ଟ ଅଥେଣ୍ଟିକେସନ ଏବଂ ପରୀକ୍ଷାର୍ଥୀଙ୍କ ଫେସ୍(ମୁଖ) ଚିହ୍ନିବା ପାଇଁ ଟେକ୍ନୋଲୋଜି ବ୍ୟବହାର କରିବାକୁ ଯୋଜନା କରାଯାଉଛି।
Also Read
ଏହା ବ୍ୟତୀତ, କୃତ୍ରିମ ବୁଦ୍ଧିମତା (AI) ଜେନେରେଟ ହୋଇଥିବା ସିସିଟିଭି କ୍ୟାମେରା, ଇ-ଆଡମିଟ୍ କାର୍ଡର QR କୋଡ୍ ସ୍କାନିଂ ଭଳି ଟେକ୍ନୋଲୋଜିର ବ୍ୟବହାର କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଦ୍ୱାରା କପି ଏବଂ ଛଦ୍ମ ପରୀକ୍ଷାର୍ଥୀଙ୍କୁ ଚିହ୍ନଟ କରାଯାଇ ପାରିବ।
NEET-UG ପରୀକ୍ଷାରେ ବ୍ୟାପକ ଅନିୟମିତତା ଏବଂ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ମଧ୍ୟରେ ୟୁନିଅନ ପବ୍ଲିକ ସର୍ଭିସ କମିସନ ଏହି ନିଷ୍ପତ୍ତି ନେଇଛି। ଆୟୋଗ ପ୍ରତିବର୍ଷ ୧୪ ଟି ପରୀକ୍ଷା କରାଇଥାଏ, ଯେଉଁଥିରେ ସିଭିଲ୍ ସର୍ଭିସ୍ ପରୀକ୍ଷା ସହ ଏକାଧିକ ସରକାରୀ ପଦବୀ ପାଇଁ ପରୀକ୍ଷା ଓ ଇଣ୍ଟରଭ୍ୟୁ କରାଯାଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Education
ଶିକ୍ଷାଗତ ଯୋଗ୍ୟତା ଅନୁସାରେ କାହିଁକି ଭାରତୀୟ ପାଉନାହାନ୍ତି ଚାକିରି?
କେବଳ ୮.୨୫ ଗ୍ରାଜ୍ୟୁଏଟ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଭାରତରେ ଚାକିରି କରିବାକୁ ସକ୍ଷମ ହୋଇଛନ୍ତି।

Education
ଓଡ଼ିଶାରେ ଉଚ୍ଚଶିକ୍ଷାର ବିକଟାଳ ଚିତ୍ର: ୧୭ ସରକାରୀ ୟୁନିର୍ଭସିଟିରେ ଅଛନ୍ତି ମାତ୍ର ୩୫% ଅଧ୍ୟାପକ
ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ବିଜେଡି ସରକାର ଭିତ୍ତିଭୂମିର ଯାଂଚ ନକରି ଯେଉଁ ସବୁ କଲେଜକୁ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରି ଦେଇଥିଲା ସେଗୁଡ଼ିକରେ ମଞ୍ଜୁରୀପ୍ରାପ୍ତ ସବୁ ବର୍ଗର ଅଧ୍ୟାପକ ପଦବୀ ଖାଲି ପଡ଼ିଛି । କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ଓ ଜୟପୁରରୁ ବିକ୍ରମଦେବ ବିଶ୍ୱବିଦ୍ୟାଳୟର ସମସ୍ତ ମଞ୍ଜୁରୀପ୍ରାପ୍ତ ପଦବୀ ଏବେବି ଖାଲି ପଡ଼ିଛି ।

Education
କିଟ୍ ନେଉଛି ଚଢ଼ା ଫି’, ୱେବସାଇଟରୁ ଉଡ଼ାଇଲା ତଥ୍ୟ!
ଶ୍ରୀକ୍ରିଷ୍ଣା କମିଟିର ସୁପାରିଶ ସୀମାକୁ ଫୁ କରି ଉଡ଼ାଇ ଦେଇଥିଲା କିଟ୍। ନିଜ ଇଚ୍ଛାରେ ପିଲାଙ୍କଠାରୁ ସେମିଷ୍ଟର ପିଛା 1 ଲକ୍ଷ 75 ହଜାର ଟଙ୍କା ଅର୍ଥାତ୍ ବାର୍ଷିକ 3 ଲକ୍ଷ 50 ହଜାର ଟଙ୍କା ଆଦାୟ କରୁଥିଲା। ଅର୍ଥାତ୍ ବାର୍ଷିକ ଅତି କମରେ ପ୍ରାୟ 1 ଲକ୍ଷ 60 ହଜାର ଟଙ୍କା ଅଧିକ ଆଦାୟ କରୁଥିଲା କିଟ୍।

Education
ଅଷ୍ଟମ ଶ୍ରେଣୀର ୫୦%ରୁ ଅଧିକ ପିଲାଙ୍କୁ ଆସୁନି ‘ହରଣ’: ବିଧାନସଭାରେ ମନ୍ତ୍ରୀଙ୍କ ଦମ୍ଭୋକ୍ତି- ଜାତୀୟ ଅନୁପାତଠୁ ଆମେ ଭଲରେ ଅଛୁ
ଅସର’ ସର୍ବେକ୍ଷଣ ରିପୋର୍ଟ -୨୦୨୪ ଅନୁସାରେ ‘ଫେଡ଼ାଣ’ ସମାଧାନ କରିପାରୁଥିବା ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬୯.୫ ପ୍ରତିଶତ ରହିଛି । ବିଗତ ଏକ ଦଶନ୍ଧି ମଧ୍ୟରେ ପ୍ରାୟ ୬% ପଏଂଟ ବଢ଼ିଛି । ଅର୍ଥାତ୍ ୨୦୧୪ ମସିହାରେ ଅଷ୍ଟମରେ ପଢ଼ୁଥିବା ୬୩.୪ ପ୍ରତିଶତ ପିଲା ଫେଡ଼ାଣ ସମାଧାନ କରିପାରୁଥିବାବେଳେ ୨୦୨୪ରେ ଏହି ହାର ୬୯.୫ ପ୍ରତିଶତ ରହିଛି ।

Education
ରାଜ୍ୟରେ ଉଚ୍ଚଶିକ୍ଷାର ଦୁରବସ୍ଥା: ଖାଲିପଡ଼ିଛି ୧୩୦୭ ପଦବୀ, ଅତିଥି ଅଧ୍ୟାପକଙ୍କ ଭରସାରେ ଚାଲିଛି ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ
ରାଜ୍ୟରେ ଥିବା ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗରେ ମୋଟ ୨୦୦୩ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀ ଅଛି। ସେଥିମଧ୍ୟରୁ ୬୯୬ଟି ପଦବୀରେ ଅଧ୍ୟାପକ/ଅଧ୍ୟାପିକା କାର୍ଯ୍ୟ କରୁଛନ୍ତି ଓ ୧୩୦୭ଟି ପଦବୀ ଖାଲି ଅଛି।