Advertisment

ନୂଆ ପରୀକ୍ଷା ବ୍ୟବସ୍ଥା ଆପଣାଇବ UPSC, ଜାଲିଆତି ରୋକିବ ଟେକ୍ନୋଲୋଜି

ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ଉନ୍ନତ ଡିଜିଟାଲ ଟେକ୍ନୋଲୋଜି ଆପଣାଇବାକୁ ନିଷ୍ପତ୍ତି ନେଇଛି ଆୟୋଗ।

ଅଦ୍ୟତନ ହୋଇଛି
UPSC Office

UPSC Office

Advertisment

ସରକାରୀ ପରୀକ୍ଷାରେ ଜାଲିଆତି ହେଉଥିବାର ଗୁରୁତର ଅଭିଯୋଗ ମଧ୍ୟରେ ୟୁନିଅନ ପବ୍ଲିକ ସର୍ଭିସ କମିସନ(UPSC) ନେଇଛି ବଡ଼ ନିଷ୍ପତ୍ତି। ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ଉନ୍ନତ ଡିଜିଟାଲ ଟେକ୍ନୋଲୋଜି ଆପଣାଇବାକୁ ନିଷ୍ପତ୍ତି ନେଇଛି ଆୟୋଗ।

Advertisment

ରିପୋର୍ଟ ଅନୁସାରେ, ଆୟୋଗ ପକ୍ଷରୁ ଅତ୍ୟାଧୁନିକ ଟେକ୍ନୋଲୋଜି ଆଧାରିତ ଫିଙ୍ଗରପ୍ରିଣ୍ଟ ଅଥେଣ୍ଟିକେସନ ଏବଂ ପରୀକ୍ଷାର୍ଥୀଙ୍କ ଫେସ୍(ମୁଖ) ଚିହ୍ନିବା ପାଇଁ ଟେକ୍ନୋଲୋଜି ବ୍ୟବହାର କରିବାକୁ ଯୋଜନା କରାଯାଉଛି। 

ଏହା ବ୍ୟତୀତ, କୃତ୍ରିମ ବୁଦ୍ଧିମତା (AI) ଜେନେରେଟ ହୋଇଥିବା ସିସିଟିଭି କ୍ୟାମେରା, ଇ-ଆଡମିଟ୍ କାର୍ଡର QR କୋଡ୍ ସ୍କାନିଂ ଭଳି ଟେକ୍ନୋଲୋଜିର ବ୍ୟବହାର କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଦ୍ୱାରା କପି ଏବଂ ଛଦ୍ମ ପରୀକ୍ଷାର୍ଥୀଙ୍କୁ ଚିହ୍ନଟ କରାଯାଇ ପାରିବ।

Advertisment

NEET-UG ପରୀକ୍ଷାରେ ବ୍ୟାପକ ଅନିୟମିତତା ଏବଂ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ମଧ୍ୟରେ ୟୁନିଅନ ପବ୍ଲିକ ସର୍ଭିସ କମିସନ ଏହି ନିଷ୍ପତ୍ତି ନେଇଛି। ଆୟୋଗ ପ୍ରତିବର୍ଷ ୧୪ ଟି ପରୀକ୍ଷା କରାଇଥାଏ, ଯେଉଁଥିରେ ସିଭିଲ୍ ସର୍ଭିସ୍ ପରୀକ୍ଷା ସହ ଏକାଧିକ ସରକାରୀ ପଦବୀ ପାଇଁ ପରୀକ୍ଷା ଓ ଇଣ୍ଟରଭ୍ୟୁ କରାଯାଇଥାଏ। 

UPSC UPSC Exam Rule
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe