Advertisment

BEOଙ୍କୁ ଘେରିଲେ ଗାଁ ଲୋକେ: କହିଲେ- ଆମକୁ କନକ ଦିଦି ଦରକାର

ଗତ ସପ୍ତାହରେ ହଠାତ୍‌ କନକ ଦିଦିଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ହେଲେ କୌଣସି ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେଲେନାହିଁ। ପାଠ ପଢ଼ାରେ ବ୍ୟାଘାତ ହେଉଥିଲା। ପ୍ରଧାନଶିକ୍ଷୟିତ୍ରୀ ଏକାକୀ ପିଲାଙ୍କୁ ପାଠ ପଢ଼ାଉଥିଲେ।

author-image
Manoranjan Sial
Cuttack

Cuttack

ବ୍ଲକ୍‌ ଶିକ୍ଷା ଅଧିକାରୀ(BEO)ଙ୍କୁ ଘେରିଲେ ଗାଁ ଲୋକେ। ଆଉ ଦାବି କରିଥିଲେ, ଆମକୁ କନକ ଦିଦି ଦରକାର। ତା’ପରେ ଯାଇ ସ୍କୁଲରୁ ତାଲା ଖୋଲିବୁ। ଆଜି ଏପରି ଚିତ୍ର କଟକ ଜିଲ୍ଲା ନରସିଂହପୁର ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି।

Advertisment

ନରସିଂହପୁର ବ୍ଲକ କାଞ୍ଜିଆପଦାରେ ରହିଛି ସରକାରୀ ପ୍ରାଥମିକ ବିଦ୍ୟାଳୟ। ୧୯୫୮ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ୧୫୪ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ପିଲାଙ୍କୁ ପ୍ରଧାନଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳୀ ରଥା ଓ ସହକାରୀ ଶିକ୍ଷୟୟିତ୍ରୀ କନକ ଦିଦି ପାଠ ପଢ଼ାଉ ଥିଲେ।

ଗତ ସପ୍ତାହରେ ହଠାତ୍‌ କନକ ଦିଦିଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ହେଲେ କୌଣସି ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେଲେନାହିଁ। ପାଠ ପଢ଼ାରେ ବ୍ୟାଘାତ ହେଉଥିଲା। ପ୍ରଧାନଶିକ୍ଷୟିତ୍ରୀ ଏକାକୀ ପିଲାଙ୍କୁ ପାଠ ପଢ଼ାଉଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଅଭିଭାବକ ଓ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଗାଁ ଲୋକେ ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣା ବସିଥିଲେ। କନକ ଦିଦିଙ୍କୁ ଫେରାଇ ଆଣିବାକୁ ଦାବି କରିଥିଲେ। ସ୍କୁଲ ବନ୍ଦ ପଡ଼ିଥିବା ସତ୍ତ୍ୱେ କୌଣସି ପ୍ରଶାସନିକ ଅଧିକାରୀ ଗାଁ ଲୋକଙ୍କ ସହିତ ଆଲୋଚନା କରିନଥିଲେ।

Advertisment

ତାଲା ପଡ଼ିବାର ୮ ଦିନ ପରେ ଆଜି ଧାରଣାସ୍ଥଳରେ ପହଞ୍ଚିଥିଲେ ନରସିଂହପୁର ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ସୌମ୍ୟାଶ୍ରୀ ପଣ୍ଡା। ସେ ଗାଁ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ଗାଁ ଲୋକେ ବିଇଓଙ୍କୁ ଘେରିଥିଲେ। ସ୍କୁଲ ଆଗରେ ଥିବା ଦୋକାନ ସମ୍ମୁଖରେ ତାଙ୍କୁ ଦୀର୍ଘ ସମୟ ଧରି ବସାଇ ଦେଇଥିଲେ। ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି ଓ କନକ ଦିଦିଙ୍କୁ ଫେରାଇ ଆଣିବାକୁ ଦାବି କରିଥିଲେ।

କନକ ଦିଦିଙ୍କ ବଦଳରେ ଆଉ ଦୁଇ ଜଣ ଶିକ୍ଷକ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ବିଇଓ। ହେଲେ ଗାଁ ଲୋକ କୌଣସି କଥା ଶୁଣିବା ମୋଡ୍‌ରେ ନଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇଁ ପୁଲିସ୍‌ ପହଞ୍ଚି ବିଇଓଙ୍କୁ ଉଦ୍ଧାର କରିଥିଲେ। ଯେ ପର୍ଯ୍ୟନ୍ତ ସ୍କୁଲକୁ ଶିକ୍ଷକ ନ ଆସିଛନ୍ତି ସେ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ। ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଗାଁ ଲୋକେ କହିଛନ୍ତି।

ରିପୋର୍ଟ- ନରସିଂହପୁରରୁ ସର୍ବେଶ୍ୱର ସ୍ୱାଇଁ

Cuttack School