Advertisment

ଜାମିଆ ମିଲିଆ କୋଚିଂ ସେଣ୍ଟରରୁ ୩୧ ଜଣ ପାଇଛନ୍ତି UPSC

ଦିଲ୍ଲୀର ଏହି କୋଚିଂ ସେଣ୍ଟରରେ ଏସସି, ଏସଟି, ସଂଖ୍ୟାଲଘୁ ଏବଂ ମହିଳାମାନଙ୍କୁ ମାଗଣାରେ କୋଚିଂ ଦିଆଯାଏ...

author-image
Debibandita Barick
ଅଦ୍ୟତନ ହୋଇଛି
Jamila Students

Jamila Students

ଗତକାଲି UPSC ସିଭିଲ୍ ସର୍ଭିସେସ୍, ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଅନେକ ସଙ୍ଘର୍ଷ କାହାଣୀକୁ ନେଇ ଚର୍ଚ୍ଚା ଚାଲିଛି। ଏହାରି ମଧ୍ୟରେ ଦିଲ୍ଲୀର ଏକ କୋଚିଂ ସେଣ୍ଟରର ସଫଳତା ଖବରର ଶିରୋନାମା ପାଲଟିଛି। କାରଣ ଦଳିତ ସମ୍ପ୍ରଦାୟର ପିଲାମାନଙ୍କୁ ପ୍ରଶାସନିକ ସେବା କ୍ଷେତ୍ରରେ ପ୍ରସ୍ତୁତ କରାଉଥିବା ଜାମିଆ ମିଲିଆ ଇସଲାମିଆର ରେସିଡେନ୍ସିଆଲ୍ କୋଚିଂ ଏକାଡେମୀ (ଆରସିଏ)ର ୩୧ ଜଣ ପିଲା କୃତକାର୍ଯ୍ୟ ହୋଇଛନ୍ତି।

Advertisment

ପୂର୍ବ ଥର ଅପେକ୍ଷା ଏଥର ଭଲ ରେଜଲ୍ଟ କରିଛନ୍ତି ଏହି କୋଚିଂ ସେଣ୍ଟରର ଛାତ୍ରଛାତ୍ରୀ। ଏଥର ଏକକାଳୀନ ୩୧ ଜଣ ଛାତ୍ରଛାତ୍ରୀ UPSC ପରୀକ୍ଷାରେ ସଫଳ ହୋଇଛନ୍ତି ଏବଂ ଅଧିକାଂଶ ପିଲା ମଧ୍ୟ ଭଲ ରାଙ୍କ୍ ପାଇଛନ୍ତି।

୨୦୧୦ରେ ଆରମ୍ଭ ହୋଇଥିଲା ଆରସିଏ କୋଚିଂ ସେଣ୍ଟର। ଏହି କୋଚିଂ ସେଣ୍ଟରରେ ଏସସି, ଏସଟି, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ମହିଳାମାନଙ୍କୁ ମାଗଣାରେ କୋଚିଂ ବ୍ୟବସ୍ଥା ରହିଛି। ଏଥର ଶତାଧିକ ପିଲା ୟୁପିଏସସି ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୧ ଜଣ ସାକ୍ଷାତକାର ପାଇଁ ଚୟନ ହୋଇଥିଲେ ଏବଂ ୩୧ ଜଣ ପିଲା ଟପ୍ ଲିଷ୍ଟରେ ସ୍ଥାନ ପାଇଛନ୍ତି।

Advertisment

ସବୁଠୁ ବଡ଼ କଥା ହେଉଛିକି ୩୧ ଜଣଙ୍କ ମଧ୍ୟରୁ ୧୧ ଜଣ ମହିଳା ଅଛନ୍ତି, ଆଉ ଟପ୍ ଟେନ୍ ମଧ୍ୟରେ ବି ଜଣେ ମହିଳା ସ୍ଥାନ ପାଇଛନ୍ତି। ଆରସିଏ କୋଚିଂ ସେଣ୍ଟରର ୨୪ ବର୍ଷୀୟ ନଉଶିନ ନବମ ସ୍ଥାନରେ ସ୍ଥାନ ପାଇଛନ୍ତି। ନଉଶିନଙ୍କ ଘର ଉତ୍ତର ପ୍ରଦେଶ ଗୋରଖପୁରରେ। ସେ ଡିୟୁ ଖାଲସା କଲେଜରୁ ସ୍ନାତକତ୍ତୋର ପାଇବା ପରେ ଚାରି ବର୍ଷ ହେବ ୟୁପିଏସସି ପାଇଁ ପ୍ରସ୍ତୁତ ଚଳାଉଥିଲେ।

UPSC Civil Service Jamia Millia Islamia