Advertisment

ବିକଳ୍ପ ହୋଇ ଠିଆ ହେଲା ଜନତା ଦଳ

ନୂଆଦିଲ୍ଲୀ: ଦେଶର  ୬ଷ୍ଠ ନିର୍ବାଚନ ହୋଇଥିଲା ୧୯୭୭ରେ। ଏହି ନିର୍ବାଚନରେ ମୁଖ୍ୟ ଇସ୍ୟୁ ଥିଲା କଂଗ୍ରସ ସରକାରର ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା। ଜୁନ ୨୫ ୧୯୭୫ରୁ ୨୧ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ଦେଶରେ ଜାରି କରାଯାଇଥିଲା ଜରୁରୀକାଳୀନ ପରିସ୍ଥିତି। ଏହି ସମୟରେ ନାଗରିକ ସ୍ୱାଧୀନତା ବିପନ୍ନ ହୋଇଥିଲା। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହାତରେ ଥିଲା ଅଖଣ୍ଡ କ୍ଷମତା। ଏହି ଘଟଣା ପରେ ଇନ୍ଦିରାଙ୍କ ଲୋକପ୍ରିୟତା ଦ୍ରୁତ ଗତିରେ ହ୍ରାସ ପାଇବାକୁ ଲାଗିଲା ଯାହାର ଫଳ ତାଙ୍କୁ […]

ଅଦ୍ୟତନ ହୋଇଛି
ବିକଳ୍ପ ହୋଇ ଠିଆ ହେଲା ଜନତା ଦଳ

6th-final

Advertisment

ନୂଆଦିଲ୍ଲୀ: ଦେଶର  ୬ଷ୍ଠ ନିର୍ବାଚନ ହୋଇଥିଲା ୧୯୭୭ରେ। ଏହି ନିର୍ବାଚନରେ ମୁଖ୍ୟ ଇସ୍ୟୁ ଥିଲା କଂଗ୍ରସ ସରକାରର ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା। ଜୁନ ୨୫ ୧୯୭୫ରୁ ୨୧ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ଦେଶରେ ଜାରି କରାଯାଇଥିଲା ଜରୁରୀକାଳୀନ ପରିସ୍ଥିତି। ଏହି ସମୟରେ ନାଗରିକ ସ୍ୱାଧୀନତା ବିପନ୍ନ ହୋଇଥିଲା। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହାତରେ ଥିଲା ଅଖଣ୍ଡ କ୍ଷମତା।

Advertisment

ଏହି ଘଟଣା ପରେ ଇନ୍ଦିରାଙ୍କ ଲୋକପ୍ରିୟତା ଦ୍ରୁତ ଗତିରେ ହ୍ରାସ ପାଇବାକୁ ଲାଗିଲା ଯାହାର ଫଳ ତାଙ୍କୁ ୬ଷ୍ଠ ଲୋକସଭା ନିର୍ବାଚନରେ ଭୋଗିବାକୁ ପଡ଼ିଲା ।  ଜାନୁୟାରୀ ୨୩ରେ ଶ୍ରୀମତୀ ଗାନ୍ଧୀ ନିର୍ବାଚନ ଘୋଷଣା କରିଥିଲେ। ଅର୍ଗାନାଇଜେସନ କଂଗ୍ରେସ, ଜନସଂଘ, ଭାରତୀୟ ଲୋକଦଳ ଏବଂ ସୋସାଲିଷ୍ଟ ପାର୍ଟି ପରି ୪ ବିରୋଧୀ ଦଳ ଗୋଟିଏ ଦଳ ହୋଇ ୬ଷ୍ଠ ଲୋକସଭା ନିର୍ବାଚନ ଲଢିବାକୁ ନିଷ୍ପତି ନେଇଥିଲେ। ଏହି ୪ ଦଳକୁ ନେଇ ଗଢି ଉଠିଲା ନୂଆ ଦଳ ‘ଜନତା ଦଳ’।

ଦେଶରେ ଏକ ଦୃଢ ସରକାରର ଆବଶ୍ୟକତା ଅଛି କହି କଂଗ୍ରେସ  ଲୋକଙ୍କୁ ନିଜ ପକ୍ଷକୁ ଟାଣିବା ପାଇଁ ବହୁ ଚେଷ୍ଟା କରିଥିଲା। ହେଲେ ଏଥିରେ ବିଫଳ ହୋଇଥିଲା। ଏହି ନିର୍ବାଚନରେ କଂଗ୍ରେସ ପ୍ରଥମଥର ପାଇଁ ପରାଜୟର ସ୍ୱାଦ ଚାଖିଥିଲା। ମୋରାରଜୀ ଦେଶାଈଙ୍କ ନେତୃତ୍ୱରେ ଜନତା ଦଳ ୨୯୮ ଆସନରେ ଜିତିଥିଲା। ସେହିବର୍ଷ ମାର୍ଚ୍ଚ ୨୪ରେ ଅଣ-କଂଗ୍ରେସ ନେତା ଭାବେ ଦେଶାଇ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ। ଏହି ନିର୍ବାଚନରେ କଂଗ୍ରେସ ୨୦୦ ଆସନ ହରାଇଥିଲା। ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe