୨୦୧୯ ନିର୍ବାଚନରେ ରାଜନୀତିରେ ପ୍ରବେଶ କଲେ ଏଇ ଆଇଏଏସ୍‌, ଆଇପିଏସ୍‌

ଭୁବେନଶ୍ୱର(ଓଡ଼ିଶା ରିପୋର୍ଟର):ରାଜନୀତିର ମୋହ ସବୁ ସ୍ତରର ଲୋକଙ୍କୁ ଟାଣୁଛି। ଯେମିତି ବି ହେଉ, ଥରେ ନାଁ ଚର୍ଚ୍ଚାକୁ ଆସିଗଲେ ଦଳୀୟ ଟିକଟ ମିଳିବାର ରାସ୍ତାଟା ଟିକିଏ ସହଜ ହୋଇଯିବ, ଏମିତି ଧାରଣା ରହିଛି ସମସ୍ତଙ୍କର। ରାଜନୀତିର ଏହି ମୋହ ଆଗରେ ବଡ଼ ବଡ଼ ସରକାରୀ ପଦବୀର ମର୍ଯ୍ୟାଦା ବି ଫିକା ପଡ଼ିଯାଉଛି। ସେଥିପାଇଁ ରାଜନୀତିରେ ସରକାରୀ ଅଫିସରଙ୍କ ଭିଡ ଏବେ ବେଶି ଦେଖିବାକୁ ମିଳୁଛି। କିଏ ଅବସର ପରେ ରାଜନୈତିକ ଦଳରେ ସାମିଲ ହେଉଛି ତ କିଏ […]

hakima

hakima

Minati Mishra
  • Published: Monday, 25 March 2019
  • Updated: 25 March 2019, 04:29 PM IST

Sports

Latest News

ଭୁବେନଶ୍ୱର(ଓଡ଼ିଶା ରିପୋର୍ଟର):ରାଜନୀତିର ମୋହ ସବୁ ସ୍ତରର ଲୋକଙ୍କୁ ଟାଣୁଛି। ଯେମିତି ବି ହେଉ, ଥରେ ନାଁ ଚର୍ଚ୍ଚାକୁ ଆସିଗଲେ ଦଳୀୟ ଟିକଟ ମିଳିବାର ରାସ୍ତାଟା ଟିକିଏ ସହଜ ହୋଇଯିବ, ଏମିତି ଧାରଣା ରହିଛି ସମସ୍ତଙ୍କର। ରାଜନୀତିର ଏହି ମୋହ ଆଗରେ ବଡ଼ ବଡ଼ ସରକାରୀ ପଦବୀର ମର୍ଯ୍ୟାଦା ବି ଫିକା ପଡ଼ିଯାଉଛି। ସେଥିପାଇଁ ରାଜନୀତିରେ ସରକାରୀ ଅଫିସରଙ୍କ ଭିଡ ଏବେ ବେଶି ଦେଖିବାକୁ ମିଳୁଛି। କିଏ ଅବସର ପରେ ରାଜନୈତିକ ଦଳରେ ସାମିଲ ହେଉଛି ତ କିଏ ଅବସର ନେବା ପରେ। ଓଡ଼ିଶାରେ ମଧ୍ୟ ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳେ।

ଅପରାଜିତା ଷଡଙ୍ଗୀ

୨୦୧୯ ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ତାଲିକାକୁ ଦେଖିଲେ ପ୍ରଥମେ ଚର୍ଚ୍ଚାକୁ ଆସନ୍ତି ଅପରାଜିତା ଷଡ଼ଙ୍ଗୀ। ଜଣେ ଆଇଏଏସ୍‌ ଅଫିସର । ଆଉ ୧୧ ବର୍ଷ ପରେ ସେ ଚାକିରୀରୁ ଅବସର ନେଇଥାନ୍ତେ। ୧୯୯୪ ବ୍ୟାଚ୍‌ର ଆଇଏଏସ ଅପରାଜିତା ଶେଷ ୫ ବର୍ଷ ସେଣ୍ଟ୍ରାଲ ଡେପୁଟେସନରେ ଥିଲେ। ଗତ ସେପ୍ଟେମ୍ବରରେ ସେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ। ଅବସର ନେବା ପରେ ସେ ବିଜେପିରେ ସାମିଲ ହୋଇଥିଲେ। ଏହା ପୂର୍ବରୁ ସେ ଓଡ଼ିଶାରେ ଜଣେ ଶୃଙ୍ଖଳିତ, ଦକ୍ଷ ପ୍ରଶାସନିକ ଅଫିସର ଭାବ ମଧ୍ୟ ବେଶ ପରିଚିତ ଥିଲେ। ସେ ଭୁବନେଶ୍ୱର ମ୍ୟୁନିସିପାଲ କମିଶନ(ବିଏମସି) କମିଶନର ଥିଲେ। ସେତେବେଳେ ଭୁବନେଶ୍ୱର ମହାନଗରର ବହୁ ପରିବର୍ତ୍ତନ ଆଣିଥିଲେ। ଏଥିସହିତ ରାଜ୍ୟ ଗଣଶିକ୍ଷା ବିଭାଗର ସେକ୍ରେଟେରୀ ଥିବାବେଳେ ଅନେକ ସଂସ୍କାର ଆଣିଥିଲେ। ଏବେ ବିଜେପି ତାଙ୍କୁ ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି।

ପ୍ରକାଶ ମିଶ୍ର

ଏଥର ନିର୍ବାଚନରେ ଆଉ ଜଣେ ଅଫିସରଙ୍କ ମୁହଁ ନୂଆ ଦେଖିବେ ଭୋଟର। ସେ ହେଉଛନ୍ତି ପ୍ରକାଶ ମିଶ୍ର। ଜଣେ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ। ନିଜର ନିର୍ମଳ ଭାବମୂର୍ତ୍ତି ଓ ସ୍ପଷ୍ଟବାଦୀ ଆଭିମୁଖ୍ୟ ପାଇଁ ପରିଚିତ ଶ୍ରୀ ମିଶ୍ର ଓଡ଼ିଶା  ପୁଲିସ ଡିଜି ଥିବାବେଳେ ତାଙ୍କୁ ବିଜେଡି ସରକାର ନାନା ଉପାୟରେ ହଇରାଣ କରିଥିଲା। ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ତାଙ୍କ ନାଁ ସର୍ବାଗ୍ରେ ଥିବା ବେଳେ ତାଙ୍କ ନାଁରେ ବିଜେଡି ସରକାର ଜାଣିଶୁଣି ମିଥ୍ୟା ଦୁର୍ନୀତି ଅଭିଯୋଗ ଆଣିଥିଲା।  ଅବଶ୍ୟ ତାହାପରେ ହାଇକୋର୍ଟରେ ଖାରଜ ହୋଇଥିଲା। କୋର୍ଟ ଏଥିପାଇଁ ସରକାର ଓ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନାମରେ କଡ଼ା ଟିପ୍ପଣୀ ଦେଇଥିଲେ। ଏବେ ବିଜେପିରେ ସାମିଲ ହୋଇଛନ୍ତି  ପ୍ରକାଶ ମିଶ୍ର । କଟକ ଲୋକସଭା ଆସନରୁ ସେ ଲଢିବେ ବୋଲି ଏକ ପ୍ରକାର ସ୍ଥିର ହୋଇଛି।

ଅରୂପ ପଟ୍ଟନାୟକ

ପୂର୍ବତନ ମୁମ୍ବାଇ ପୁଲିସ କମିଶନର ତଥା ଅବସରପ୍ରାପ୍ତ ଆଇପିଏସ ଅରୂପ ପଟ୍ଟନାୟକଙ୍କ ଦଳରେ ସାମିଲ କରାଇଛି ବିଜେଡି। ୧୯୭୯ ମହାରାଷ୍ଟ୍ର କ୍ୟାଡ଼ର ଆଇପିଏସ ହେଉଛନ୍ତି ଅରୂପ। ଅବଶ୍ୟ ସେ କେଉଁଠୁ ନିର୍ବାଚନ ଲଢିବେ ତେବେ ତାହା ଏଯାଏ ଦଳ ସ୍ଥିର କରିନି। ତଥାପି ପୁରୀ କିମ୍ବା ଭୁବନେଶ୍ୱର ଲୋକସଭା ଆସନରୁ ତାଙ୍କୁ ପ୍ରାର୍ଥୀ କରିବ ବୋଲି  ବିଜେଡି  କହିଛି। ଅରୂପଙ୍କ ନିଜ ଘର ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ । ଅରୂପ ୩୬ ବର୍ଷର ଚାକିରୀ କାଳ ମହାରାଷ୍ଟ୍ରରେ କଟାଇଛନ୍ତି। ୧୯୯୨-୯୩ରେ ମୁମ୍ବାଇ ସାଂପ୍ରଦାୟିକ ଦଙ୍ଗାବେଳେ ତାଙ୍କର ଭୂମିକାକୁ ନେଇ ସେ ଚର୍ଚ୍ଚିତ ଥିଲେ। ଏହାବ୍ୟତୀତ ୧୯୯୩ ମୁମ୍ବାଇ ସିରିଜ ବୋମା ବିସ୍ଫୋରଣର ତଦନ୍ତକାରୀ ଅଫିସର ଥିଲେ। ୨୦୧୫ରେ ସେ ଚାକିରୀରୁ ଅବସର ନେବାପରେ ଏବେ ରାଜନୀତିରେ ସାମିଲ ହୋଇଛନ୍ତି।

ଗୋପବନ୍ଧୁ ଦାସ

ପୂର୍ବତନ ବ୍ୟୁରୋକ୍ରାଟ ଗୋପବନ୍ଧୁ ଦାସ ମିଶିଛନ୍ତି ହୋଇଛନ୍ତି ବିଜେଡ଼ିରେ। ଗୋପବନ୍ଧୁ ଯଦିଓ ୨୦୧୯ ନିର୍ବାଚନ ଲଢିବେନି, ତେବେ ଦଳର ପଲିଟିକାଲ ସେକ୍ରେଟେରୀ ପଦରେ ନିଯୁକ୍ତି ଦିଆଯାଇଛି। ଅବସର ନେବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଡିସନାଲ ସେକ୍ରେଟେରୀ ଥିଲେ।

ରଘୁନାଥ ଗମାଙ୍ଗ

ରାୟଗଡ଼ା ଜିଲ୍ଲା ଗୁଣପୁର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ରଘୁନାଥ ଗମାଙ୍ଗ। ରାଜନୀତିରେ ନୂଆ ମୁହଁ।  ରଘୁନାଥ ଥିଲେ ଜିଲ୍ଲା ସିଭିଲ ସପ୍ଲାୟ ଅଫିସର । ମାଲକାନଗିରିରେ ନିଯୁକ୍ତି ପାଇଥିଲେ। ମାର୍ଚ୍ଚମାସରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। କାରଣ ରାଜନୀତି କରିବେ। ଅବସର ନେବା ପରେ ସାମିଲ ହୋଇଛନ୍ତି ବିଜେଡିରେ। ଦଳ ତାଙ୍କ ଉପରେ ଭରସା କରି ଗୁଣପୁର ବିଧାନସଭା ପ୍ରାର୍ଥୀ ପାଇଁ ଆଶାୟୀ ଥିବା ଦଳୀୟ ପ୍ରାର୍ଥୀ ତ୍ରିନାଥ ଗମାଙ୍ଗଙ୍କୁ କାଟି ରଘୁନାଥଙ୍କୁ ଟିକଟ ଦେଇଛି।

ଏମାନଙ୍କ ବ୍ୟତୀତ ପୂର୍ବରୁ ବହୁ ଅଫିସର,ସରକାରୀ ପଦାଧିକାରୀ ରାଜନୀତିରେ ସାମିଲ ହୋଇଛନ୍ତି। ୨୦୧୯ ସମ୍ବଲପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ରାସେଶ୍ୱରୀ ପାଣିଗ୍ରାହୀ ପ୍ରଥମେ ରାଜନୀତିକୁ ଓହ୍ଲାଇଥିଲେ ୨୦୧୪ରେ। ସେ ପେଷାରେ ଜଣେ ଡାକ୍ତର ଥିଲେ। ବୁର୍ଲା ମେଡିକାଲ କଲେଜରେ ସେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ କାମ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos